ବିଜେଡି ଟପିଗଲା ସବୁ ସୀମା କାହିଁକି ଏମିତି କହିଲେ…

ଭୁବନେଶ୍ୱର, ୧୨।୮(ସୁନିତ୍‌ ମିଶ୍ର): ବିଜେଡି ସବୁ ସୀମା ଟପିଛି। ଯେତେବେଳେ ହତାଶ ଏବଂ ପରାଜୟ ଗ୍ଳାନିରେ ନିରାଶ ଭାବକୁ ପ୍ରକାଶ କରିବା ପାଇଁ କୌଣସି ରାସ୍ତା ନ ଥାଏ, ସେତେବେଳେ ଏଭଳି ‘ଔଷଧ ବିକଳରେ ତାଟିଆ କାମୁଡିବା’ ପ୍ରକୃତି ଦେଖାଯାଏ। ୨୫ ବର୍ଷ ଧରି ନବୀନ ବାବୁ ଓଡ଼ିଶାର ଲୋକଙ୍କୁ ବାରମ୍ବାର ପ୍ରତିଶ୍ରୁତି ଦେଇ ଭଣ୍ଡେଇ ଆସୁଥିଲେ। କିନ୍ତୁ ଭାଜପା ଓଡ଼ିଶାରେ ପ୍ରଥମ ସରକାର ଗଠନ କରିବା ପରେ ଯାହା ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲା, ତାହା ଗୋଟି ଗୋଟି ପୂରଣ କରୁଛି। ଏହାକୁ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ୍ୟ କରି ନ ପାରି ବାଉଳିଚାଉଳି ହୋଇ ଲୋକଙ୍କ ପାଖକୁ ଯାଇ ‘ଜନଜାଗରଣ’ କରିବେ ବୋଲି ତାଙ୍କ ‘ଏକ୍ସ’ ଆକାଉଣ୍ଟରେ କହିବା ଅତ୍ୟନ୍ତ ହାସ୍ୟାସ୍ପଦ। ଭାଜପା ବର୍ଦ୍ଧିତ ଭତ୍ତା ଦେବାର ଯେଉଁ ‘ନିର୍ବାଚନ ପ୍ରତିଶ୍ରୁତି’ ଦେଇଥିଲା ସେଥିରୁ ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ, ଭିନ୍ନକ୍ଷମ, ବିଧବାମାନଙ୍କୁ ୩୫୦୦ ଟଙ୍କା ଲେଖା ଦେବାକୁ ନିଷ୍ପତ୍ତି ନେଇଛି। ଏ କଥାକୁ ବିଜେଡି ସହଜରେ ହଜମ କରିପାରୁନାହିଁ ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି କହିଛନ୍ତି।
ବିଜ୍ଞପ୍ତି ଜରିଆରେ ଯତୀନ କହିଛନ୍ତି ଯେ, ୫୦୦ ଟଙ୍କା ଭତ୍ତାକୁ ହଜାରେ କରିବାକୁ ବିଜେଡିକୁ ୨୫ ବର୍ଷ ସମୟ ଲାଗିଲା। ଏବେ ୨ ମାସର ଭାଜପା ସରକାର ଅନେକ ଲକ୍ଷ ହିତାଧିକାରୀଙ୍କ ପାଇଁ ୩ ଗୁଣ ବଢ଼ାଇ ୩୫୦୦ ଟଙ୍କା ଭତ୍ତା କରିବା ପରେ, ବିଜେଡି ସଭାପତି ଅସହିଷ୍ଣୁ ହୋଇ ‘ଜନଜାଗରଣ’ କରିବ ବୋଲି କହିବା ଅତ୍ୟନ୍ତ ଲଜ୍ଜାକର କଥା। ଦୀର୍ଘଦିନର ଭ୍ରଷ୍ଟାଚାର, ଅପାରଗତା ଯୋଗୁ ଜନତା ବିଜେଡିକୁ ପ୍ରତ୍ୟାଖ୍ୟାତ କରିଛନ୍ତି। ଭାଜପା ଚାହୁଁଛି ନବୀନ ବାବୁ ଥରେ ଲୋକଙ୍କ ପାଖକୁ ଯାଆନ୍ତୁ। ଲୋକଙ୍କ ମନରେ ଯେଉଁ କ୍ଷୋଭ, ଗ୍ଳାନି ଓ ଆକ୍ରୋଶ ଅଛି ତାହାକୁ ସାମ୍ନା କରନ୍ତୁ। ବିଜେଡି ୨୫ ବର୍ଷରେ ଯେତେ ପ୍ରତିଶ୍ରୁତି ଦେଇଥିଲା, ତାହା ବିଭିନ୍ନ ଯୋଜନା ମାଧ୍ୟମରେ ସବୁ ଧୂଆଁବାଣ ଓ ଲୋକଙ୍କୁ ଠକିବାର ଉପାୟ ଥିଲା। ନବୀନ ଶାସନରେ ଥିବାବେଳେ ପୁରୀରେ ଛିଡ଼ା ହୋଇ କହିଥିଲେ, ପ୍ରତିବର୍ଷ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଚାଷୀଙ୍କୁ ଦେବେ। କିନ୍ତୁ କୌଣସି ଚାଷୀ ୧୦ ହଜାର ଟଙ୍କା ପାଇଲେ ନାହିଁ। ସୋହେଲାରେ ୧୦୦ ଟଙ୍କା ବୋନସ୍‌ ଚାଷୀଙ୍କୁ ଦେବେ ବୋଲି ଘୋଷଣା କରିଥିଲେ, ତାହା ମଧ୍ୟ ଦେଲେ ନାହିଁ। ଭାଜପା ନିର୍ବାଚନ ବେଳେ ଓଡ଼ିଶାବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଯତୀନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri