ପ୍ରାର୍ଥୀ ଚୟନ ନେଇ ଆଗେଇଲେ ବିଜେଡି, ଭାଜପା

ଭୁବନେଶ୍ୱର, ୧୯।୩(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ଦୁଇ ଦିନ ପରେ ବିଜେଡି ଶୀର୍ଷ ନେତୃତ୍ୱ ଲୋକ ସଭା ନିର୍ବାଚନମଣ୍ଡଳୀଓ୍ବାରି ସାଙ୍ଗଠନିକ ଆଲୋଚନା ଆରମ୍ଭ କରିଦେଇଛନ୍ତି। ସୋମବାର ପୂର୍ବାହ୍ନ ୧୧ଟାରେ ନବୀନ ନିବାସରେ ପୁରୀ ଲୋକ ସଭା କ୍ଷେତ୍ରରୁ ପ୍ରଥମ ନିର୍ବାଚନୀ ଆଲୋଚନା ଶାସକ ଦଳ ଆରମ୍ଭ କରିଛି। ନବୀନ ନିବାସରେ ପୁରୀ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଏବଂ ନୟାଗଡ଼ ନିର୍ବାଚନମଣ୍ଡଳୀ ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ବୈଠକରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ବିଧାୟକ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲ ମହାନ୍ତି, ରାଜ୍ୟ ସଭା ଏମ୍‌ପି ଭାବେ ନିର୍ବାଚିତ ହୋଇଥିବା ଶୁଭାଶିଷ ଖୁଣ୍ଟିଆ, ବିଧାୟକ ସତ୍ୟନାରାୟଣ ପ୍ରଧାନ, ରୁଦ୍ର ମହାରଥୀ ନବୀନ ନିବାସ ଯାଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅରୂପ ପଟ୍ଟନାୟକ, ପୂର୍ବତନ ଏମ୍‌ପି ପ୍ରସନ୍ନ ପାଟ୍ଟଶାଣୀ, ପୁରୀ ଜିଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବଂ ଖୋର୍ଦ୍ଧା ଜିଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା ମଧ୍ୟ ଉପସ୍ଥିତ ଥିଲେ। ମିଳିଥିବା ସୂଚନା ମୁତାବକ, ବୈଠକରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବେ ଅରୂପ ପଟ୍ଟନାୟକ ପୁରୀ ଲୋକ ସଭା ଆସନରୁ ପ୍ରାର୍ଥୀ ହେବା ସମ୍ପର୍କରେ ନେତାମାନଙ୍କୁ ଅବଗତ କରାଯାଇଛି। ଅନ୍ୟପଟେ ନେତାମାନଙ୍କୁ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ଯୋଜନାରେ ଲାଭ ପାଇଥିବା ହିତାଧିକାରୀମାନଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଏହାସହ ଯେଉଁ ଯୋଗ୍ୟ ହିତାଧିକାରୀମାନେ ସରକାରୀ ଯୋଜନାର ଲାଭ ପାଇପାରି ନାହାନ୍ତି ସେମାନଙ୍କ ସହ ମଧ୍ୟ କଥା ହେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ଏହି ଦାୟିତ୍ୱ ତୁଲାଇବାକୁ କୁହାଯାଇଥିବା ବେଳେ ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଏହି କାର୍ଯ୍ୟ କରିବେ ବୋଲି କୁହାଯାଇଛି। ବିଜେଡିର ଏହି ବୈଠକ ପରେ ନେତା ଏବଂ କର୍ମୀ ଗତ ୫ ତାରିଖ ପରଠାରୁ ମେଣ୍ଟକୁ ନେଇ ଯେଉଁ ଦ୍ୱନ୍ଦ୍ୱରେ ଥିଲେ ସେଥିରୁ ସାମାନ୍ୟ ଆଶ୍ୱସ୍ତ ହୋଇଥିବା ଦଳୀୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ତେବେ ବିଜେଡିର ଏହି ବୈଠକରେ ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେବା କଥା ମଧ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବୈଠକ ପରେ ପାଟ୍ଟଶାଣୀ ଚିଲିକା ବିଧାନସଭା ଆସନରୁ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ବୋଲି ଏକ ପ୍ରକାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଓଡ଼ିଶାରେ ଶେଷ ୪ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବ। ୬ଷ୍ଠ ଏବଂ ୭ମ ପର୍ଯ୍ୟାୟରେ ଯେଉଁ ଆସନଗୁଡ଼ିକରେ ଭୋଟ୍‌ ହେବ ସେଥିଲାଗି ସମୟ ସାମାନ୍ୟ ବିଳମ୍ବ ଥିବାରୁ ଦଳ ପକ୍ଷରୁ କିଛି ଦାୟିତ୍ୱ ବଣ୍ଟାଯାଇଥିବା ମଧ୍ୟ କୁହାଯାଉଛି। ଅନ୍ୟପଟେ ଦଳ ଯେଉଁ ସର୍ଭେ କରିଛି ତା’ର ରିପୋର୍ଟ ଆଧାରରେ ଟିକେଟ ବଣ୍ଟନ ହେବ ବୋଲି କୁହାଯାଇଥିବା ଶୁଣିବାକୁ ମିଳିଛି। ଅନ୍ୟପକ୍ଷରେ ପୁରୀ ଆସନରୁ ମହେଶ୍ୱରଙ୍କ ପୁଅ ସୁନୀଲଙ୍କୁ ଟିକେଟ ମିଳିବ ବୋଲି ଚିତ୍ର ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଏହି ଆସନରୁ ସୁନୀଲ ଏବଂ ଶୁଭାଶିଷଙ୍କୁ ବୈଠକରେ ସାମିଲ କରାଯାଇଥିଲା। ଶୁଭାଶିଷଙ୍କୁ ରାଜ୍ୟ ସଭା ଏମ୍‌ପି କରାଯାଇସାରିଥିବା ବେଳେ ଦଳ ସୁନୀଲଙ୍କୁ ଏହି ଆସନରୁ ଲଢେଇବା ନେଇ ପ୍ରସ୍ତୁତ ହେଉଥିବା ସୂଚନା ମିଳୁଛି। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଲୋକ ସଭା ଆସନର ବୈଠକ ବସିଥିଲା। ଏଥିରେ ବରିଷ୍ଠ ନେତା ପ୍ରତାପ ଦେବ, ପ୍ରତାପ ଜେନା, ଅଂଶୁମାନ ମହାନ୍ତି, ଅରବିନ୍ଦ ମହାପାତ୍ର, ଶଶି ଭୂଷଣ ବେହେରା, ଧ୍ରୁବ ସାହୁ, ପ୍ରଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ଲୋକ ସଭା ଆସନରୁ ପୂର୍ବତନ ବିଧାୟକ ତଥା କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଅଂଶୁମାନ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ପୁରୀ ଲୋକ ସଭା ଆସନ ଅନ୍ତର୍ଗତ ନେତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି, କେନ୍ଦ୍ରାପଡ଼ା ନେତାମାନଙ୍କୁ ମଧ୍ୟ ସମାନ ଭାବେ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି।
ଭାଜପା ପକ୍ଷରୁ ମଧ୍ୟ ଶନିବାର ଆସନ୍ତା ନିର୍ବାଚନ ଲାଗି କେଉଁମାନଙ୍କୁ ଲୋକ ସଭା ଏବଂ ବିଧାନସଭା ଆସନରେ ପ୍ରାର୍ଥୀ କରାଯିବ ସେନେଇ ରାଜ୍ୟ ନିର୍ବାଚନ କମିଟି ବୈଠକରେ ଆଲୋଚନା ହୋଇଛି। ଏହାପରେ ପ୍ରତି ନିର୍ବାଚନମଣ୍ଡଳୀରୁ ୩ ଜଣଙ୍କ ନାଁ ଶର୍ଟଲିଷ୍ଟ କରି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ସୋମବାର ଦିଲ୍ଲୀ ଗସ୍ତ କରିଛନ୍ତି। ସେଠାରେ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକରେ ଓଡ଼ିଶାର ପ୍ରାର୍ଥୀ ତାଲିକା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ବୋଲି ଜଣାପଡିଛି। ମେଣ୍ଟ ନେଇ ଦୀର୍ଘଦିନ ଚାଲିଥିବା ଚର୍ଚ୍ଚା ଆଲୋଚନା ଭିତରେ ଉଭୟ ଦଳର ଏଭଳି ପ୍ରସ୍ତୁତି ମେଣ୍ଟ ଚର୍ଚ୍ଚାରେ ସାମାନ୍ୟ ଶିଥିଳତା ଆଣିଛି। ହେଲେ ଏ ପର୍ଯ୍ୟନ୍ତ ରାଜନୈତିକ ସମୀକ୍ଷକମାନେ ମେଣ୍ଟ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଏଡାଇ ଦିଆଯାଇ ନ ପାରେ ବୋଲି ମତ ରଖୁଛନ୍ତି। କୁହାଯାଉଛି ମନମୋହନ ନେଇଥିବା ତାଲିକା ଦିଲ୍ଲୀରେ ଖୁବ୍‌ଶୀଘ୍ର ଚୂଡାନ୍ତ ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri