ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି। ବିଜେଡି ଗତଥରର ବିଧାୟକ ରମେଶ ସାଏଙ୍କ ସ୍ଥାନରେ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ସେହିପରି ଗତଥରର ପ୍ରାର୍ଥୀ ଭାଗୀରଥି ପ୍ରଧାନଙ୍କ ସ୍ଥାନରେ ଭାଜପା ଅଭିଜ୍ଞ ସଞ୍ଜୀବ କୁମାର ସାହୁଙ୍କୁ ଟିକେଟ୍‌ ଦେଇଛି। କଂଗ୍ରେସ ଗତଥରର ପ୍ରାର୍ଥୀ ବିଜୟାନନ୍ଦ ଚାଉଳିଆଙ୍କୁ ପୁଣି ପ୍ରାର୍ଥୀ କରିଥିଲେ ହେଁ ଦଳ ପୂର୍ବାପେକ୍ଷା ଦୁର୍ବଳ ହୋଇପଡ଼ିଥିବା କୁହାଯାଉଛି। ତେଣୁ ଏହି ନିର୍ବାଚନମଣ୍ଡଳୀକୁ ନିଜ କବ୍‌ଜାରେ ରଖିବାକୁ ବିଜେଡି ଓ ଭାଜପା ପକ୍ଷରୁ ଜୋର୍‌ଦାର ଉଦ୍ୟମ ହେଉଛି। ଇତିମଧ୍ୟରେ ବିଧାୟକ ସାଏଙ୍କୁ ଭାଜପା ନିଜ ଶିବିରରେ ସାମିଲ କରିଥିବା ବେଳେ ଭାଜପାର ବରିଷ୍ଠ ନେତା ଭାଗୀରଥିଙ୍କୁ ନିଜ ଆଡ଼କୁ ଟାଣି ନେଇଛି ବିଜେଡି। ତେଣୁ ଉଭୟ ଦଳ ଆଠମଲ୍ଲିକକୁ ଅକ୍ତିଆର ପାଇଁ ସମ ରଣନୀତିରେ କାର୍ଯ୍ୟ କରୁଥିବା ଦେଖାଯାଉଛି।
ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ଶେଷଥର ପାଇଁ କଂଗ୍ରେସ ୧୯୯୫ ମସିହାରେ ବିଜୟୀ ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ଅମର ନାଥ ପ୍ରଧାନ ଏଠାରୁ ବିଧାୟକ ନିର୍ବାଚିତ ହୋଇଥିଲେ। ଏହାପରଠାରୁ ଆଠମଲ୍ଲିକକୁ ବିଜେଡି ସମ୍ପୂର୍ଣ୍ଣ କବ୍‌ଜାରେ ରଖିଛି। ୨୦୦୦ ଓ ୨୦୦୪ ନିର୍ବାଚନରେ ବିଜେଡିର ନଗେନ୍ଦ୍ର ପ୍ରଧାନ ବିଜୟୀ ହୋଇଥିବା ବେଳେ ୨୦୦୯, ୨୦୧୪ରେ ବିଜେଡିରୁ ସଞ୍ଜୀବ ସାହୁ ଏବଂ ୨୦୧୯ରେ ରମେଶ ସାଏ ଏଠାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଚଳିତ ନିର୍ବାଚନରେ ବିଧାୟକ ସାଏଙ୍କ ଟିକେଟ୍‌ କାଟି ବିଜେଡି ନଳିନୀଙ୍କୁ ପ୍ରାର୍ଥୀ କରିବା ପରେ ସାଏ ସମର୍ଥକଙ୍କ ସହ ଭାଜପାରେ ସାମିଲ ହୋଇଛନ୍ତି। ସାମାଜିକ କର୍ମୀ ଅର୍ଜନୁ ସାହୁ ମଧ୍ୟ ପଦ୍ମ ଧରିଛନ୍ତି। ଏହାକୁ ନେଇ ଭାଜପା ଶିବିରରେ ଉତ୍ସାହ ରହିଥିବା ଆଲୋଚନା ହେଉଛି। ସେହିପରି ଭାଜପାରୁ ପ୍ରାର୍ଥୀ ହୋଇଥିବା ସଞ୍ଜୀବ ଆଠମଲ୍ଲିକ ରାଜନୀତିରେ ବେଶ୍‌ ପ୍ରବୀଣ। ସେ ପୂର୍ବରୁ ବିଜେଡି ଟିକେଟ୍‌ରେ ୨ ଥର ବିଧାୟକ ନିର୍ବାଚିତ ହୋଇଥିବାରୁ ଏବଂ କିଛିଦିନ ମନ୍ତ୍ରୀ ରହିଥିବାରୁ ଭୋଟରଙ୍କ ନିକଟରେ ସେ ବେଶ୍‌ ଜଣାଶୁଣା। ସେହିପରି ବିଜେଡି ମଧ୍ୟ ବରିଷ୍ଠ ଭାଜପା ନେତା ତଥା ପୂର୍ବତନ ଜିଲା ସଭାପତି ଭାଗୀରଥିଙ୍କୁ ନିଜ ଆଡ଼କୁ ଟାଣିନେଇ ଭାଜପା ରଣନୀତିକୁ ଓଲଟପାଲଟ କରିଦେଇଛି। ଦୀର୍ଘବର୍ଷ ଧରି ଆଠମଲ୍ଲିକ ରାଜନୀତି ସହ ଭାଗୀରଥି ଜଡ଼ିତ ଥିଲେ। ଏପରି କି ଭାଜପାରୁ ସେ ୩ ଥର ବିଧାନସଭା ନିର୍ବାଚନ ଲଢ଼ି ଭଲ ଭୋଟ ହାସଲ କରିଥିଲେ। ତେଣୁ ତାଙ୍କ ଯୋଗଦାନ ବିଜେଡି ରଣନୀତିକୁ ଅଧିକ ଶାଣିତ କରିଥିବା ଆଲୋଚନା ହେଉଛି। ଅପରପକ୍ଷରେ ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀ ସମ୍ବଲପୁର ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବାବେଳେ ବିଜେଡିରୁ ହେଭିଓ୍ବେଟ ପ୍ରଣବ ପ୍ରକାଶ ଦାସ ଓ ଭାଜପାରୁ ହେଭିଓ୍ବେଟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକ ସଭା ପ୍ରାର୍ଥୀ ହୋଇଛନ୍ତି। ତେଣୁ ଏହି ହେଭିଓ୍ବେଟ୍‌ ନେତାଙ୍କ ଲଢ଼େଇର ପ୍ରଭାବ ଆଠମଲ୍ଲିକ ଭୋଟରଙ୍କ ଉପରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri