ଆଜି ହଟିପାରେ ମେଣ୍ଟ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୧୪।୩(ସୁନିତ୍‌ ମିଶ୍ର) ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ଯେଉଁ ଚର୍ଚ୍ଚା ଚାଲିଛି ସେକଥାର ସ୍ପଷ୍ଟ ଚିତ୍ର ଏ ପର୍ଯ୍ୟନ୍ତ ଆସି ନ ଥିଲେ ମଧ୍ୟ କିଛି ଘଟଣାକ୍ରମ ଦେଖିଲେ ଏହି ପ୍ରସଙ୍ଗକୁ ଏଡ଼ାଇ ଦିଆଯାଇ ନ ପାରେ। ଭାଜପା ପକ୍ଷରୁ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ବୁଧବାର ପ୍ରକାଶ ପାଇସାରିଥିବା ବେଳେ ସେଥିରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାମ ନ ରହିବା ଏବଂ ବିଜେଡି ପକ୍ଷରୁ ସବୁ କାର୍ଯ୍ୟକ୍ରମ ଏକ ପ୍ରକାର ସ୍ଥଗିତ ରଖାଯିବା ଘଟଣାରୁ ମେଣ୍ଟ ହେବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ସେହିପରି ଭାଜପା ରାଜ୍ୟ ନେତୃବୃନ୍ଦ ସାଧାରଣ ନିର୍ବାଚନ ସମ୍ପର୍କିତ ଆଲୋଚନା ପାଇଁ ୩ ଦିନ ହେଲା ଦିଲ୍ଲୀରେ ଡେରା ପକାଇଥିବା ବେଳେ ବୁଧବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ବିଳମ୍ବିତ ସାରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ଜଣାପଡ଼ିଛି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି, ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ଏବଂ ଆଉ କେତେଜଣ ରାଜ୍ୟର ବରିଷ୍ଠ ନେତା ମେଣ୍ଟ ବାବଦରେ ଶାହାଙ୍କ ସହ ଚୂଡ଼ାନ୍ତ ଆଲୋଚନା କରିଥିବା ସୂଚନା ମିଳିଛି। ହେଲେ ଆଲୋଚନା ହେଲା ସେକଥା ରିପୋର୍ଟ ପ୍ରସ୍ତୁତି ଯାଏ ବାହାରକୁ ଆସିନାହିଁ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅପରାହ୍ନ ସାଢେ ୪ଟାରେ ବିଜେଡିର କେତେଜଣ ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡାକିଥିବା ସୂଚନା ମିଳିଛି। କିଛିଦିନ ତଳେ ନବୀନ ଦଳର ଯେଉଁ ବରିଷ୍ଠ ନେତାମାନଙ୍କୁ ଡାକି ମେଣ୍ଟ ବାବଦରେ ଆଲୋଚନା କରିଥିଲେ, ସେମାନେ ହିଁ ଏହି ବୈଠକରେ ସାମିଲ ହେବେ। ମୁଖ୍ୟତଃ ଯେଉଁମାନେ ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱରେ ରହିଛନ୍ତି ସେମାନଙ୍କୁ ନବୀନ ନିବାସରୁ ଟେଲିଫୋନ ଯାଇଥିବା ସୂଚନା ମିଳିଛି। ମେଣ୍ଟର ଚୂଡ଼ାନ୍ତ ଘୋଷଣା ବୋଧହୁଏ ନବୀନ ଏହି ସମୟରେ କରିପାରନ୍ତି ବୋଲି ବିଜେଡି ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ମେଣ୍ଟକୁ ନେଇ ବିଜେଡି ଭିତରେ ନେତା ଏବଂ କର୍ମୀମାନଙ୍କ ମଧ୍ୟରେ ଏକ ପ୍ରକାର ଦ୍ୱନ୍ଦ୍ୱ ବଢ଼ିଯାଇଥିବାରୁ ଏହି ପ୍ରସଙ୍ଗକୁ ଆଉ ବିଳମ୍ବିତ କରିବା ପାଇଁ ଦଳର ସୁପ୍ରିମୋ ଚାହୁଁ ନ ଥିବା ମଧ୍ୟ ଶୁଣିବାକୁ ମିଳୁଛି।ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେଡି-ଭାଜପା ମେଣ୍ଟ ନେଇ ଗତ ୬ ତାରିଖରୁ ରାଜ୍ୟରେ ବ୍ୟାପକ ଚର୍ଚ୍ଚା ଆଲୋଚନା ଲାଗିରହିଛି। ମୁଖ୍ୟମନ୍ତ୍ରୀ ନବୀନ ନିବାସକୁ ଡାକି ଦଳର କେତେଜଣ ବରିଷ୍ଠ ନେତାଙ୍କ ସହ ଏ ବାବଦରେ ଆଲେଚନା କରିବା ପରଠାରୁ ହିଁ ମେଣ୍ଟ ଆଲୋଚନା ବଢ଼ିଥିଲା। ସେହିପରି ସମାନ ଦିନ ଭାଜପା ରାଜ୍ୟ ନେତୃବୃନ୍ଦଙ୍କୁ ଦିଲ୍ଲୀ ଡାକି ଏ ବାବଦରେ ଆଲୋଚନା କରାଯାଇଥିବା ଭାଜପା ଏମ୍‌ପି ଜୁଏଲ ଓରାମ କହିବା ପରେ ମେଣ୍ଟ ଚର୍ଚ୍ଚାକୁ ଅଧିକ ବଳ ମିଳିଥିଲା। ଏହା ପରଠାରୁ ମେଣ୍ଟ ହେବା ନେଇ ସେଭଳି କିଛି ସ୍ପଷ୍ଟ ଚିତ୍ର ନ ଆସିବା ଯୋଗୁ ଏହି ପ୍ରସଙ୍ଗରେ ବିଭିନ୍ନ ମହଲରେ ପ୍ରବଳ ଚର୍ଚ୍ଚା, ଆଲୋଚନା ବଢ଼ିଯାଇଥିଲା। ଠିକ୍‌ ଖବର କାହା ପାଖରେ ନ ରହିବା କାରଣରୁ ନାନା ପ୍ରକାର ଆକଳନ ଏହାକୁ ନେଇ ଚାଲିଛି। ଆସନ ବୁଝାମଣା ହୋଇ ନ ପାରିବା ଯୋଗୁ ବିଳମ୍ବ ହେଉଛି ବୋଲି ଅନେକେ ମତ ରଖୁଥିବା ବେଳେ ଭାଜପା ରାଜ୍ୟ ନେତୃତ୍ୱ କୁଆଡେ ମେଣ୍ଟ ପାଇଁ ରାଜି ହେଉ ନ ଥିବା କଥା ମଧ୍ୟ ପ୍ରଚାର କରାଗଲା। ବିଳମ୍ବ ହେବା ଯୋଗୁ ମେଣ୍ଟ ହେବନାହିଁ ବୋଲି ମଧ୍ୟ ଅନେକ ସ୍ଥାନରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି। ହେଲେ ଭାଜପା ଦେଶର ପ୍ରାୟ ସବୁ ରାଜ୍ୟରେ ମେଣ୍ଟ କରିବାରେ ଲାଗିପଡ଼ିଛି। ମହାରାଷ୍ଟ୍ର ଏବଂ ବିହାର ଭଳି ରାଜ୍ୟରେ ଭାଜପାର ମେଣ୍ଟ ଅଙ୍କ ଛିଣ୍ଡି ନ ଥିବା କାରଣରୁ ଏଥିରେ ବିଳମ୍ବ ହେଉଥାଇପାରେ। ଗତ ୩ ଦିନ ହେବ ରାଜ୍ୟ ଭାଜପା ନେତାମାନେ ଦିଲ୍ଲୀ ଗସ୍ତ କରିଥିବା ବେଳେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ସହ ବୁଧବାର ଭେଟିବାକୁ ସମୟ ପାଇଛନ୍ତି। ଅର୍ଥାତ୍‌ ଶାହାଙ୍କ ଏହା ଭିତରେ ଓଡ଼ିଶା ନେତୃତ୍ୱଙ୍କ ସହ ଆଲୋଚନା ନ ହୋଇଥାଇପାରେ ବୋଲି କୁହାଯାଉଛି।
ଅନ୍ୟପଟେ ମେଣ୍ଟ କଥାକୁ ମଧ୍ୟ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇପାରିବ ନାହିଁ। କାରଣ ଭାଜପା ପ୍ରଥମ ପର୍ଯ୍ୟାୟରେ ଦେଶର ୧୯୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ସେଥିରେ ଓଡ଼ିଶାର କେହି ନ ଥିଲେ। ସେହି କ୍ରମରେ ଦ୍ୱିତୀୟ ପର୍ଯ୍ୟାୟରେ ୭୨ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଥିବା ବେଳେ ସେଥିରେ ମଧ୍ୟ ଓଡ଼ିଶା ନାହିଁ। ଦ୍ୱିତୀୟ ପର୍ଯ୍ୟାୟ ତାଲିକା ଘୋଷଣା ପରେ ପରେ ଓଡ଼ିଶା ରାଜ୍ୟ ନେତାମାନଙ୍କ ସହ ଶାହାଙ୍କ ବୈଠକ ହେଉଛି। ଏଥିରୁ ସ୍ପଷ୍ଟ ଯେ, ମେଣ୍ଟ ନେଇ ଶାହା ଯାହା କିଛି ଏହି ବୈଠକରେ ଚୂଡ଼ାନ୍ତ କରିପାରନ୍ତି। ଏହାପରେ ମୁଖ୍ୟମନ୍ତ୍ରୀ ଗୁରୁବାର ବୈଠକ କରିବା କଥା ସଙ୍କେତ ଦେଉଛି ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ହେବ ନ ହେବ ସେକଥା ଆଉ ଅଧିକ ସମୟ ଅଟକାଇ ରଖାଯାଇ ନ ପାରେ। ସେହିପରି ଖୁବ୍‌ଶୀଘ୍ର ହେବାକୁ ଥିବା ଏନ୍‌ଡିଏ ବୈଠକରେ ସବୁ ସହଯୋଗୀ ଦଳକୁ ଭାଜପା ଏକାଠି କରିବାକୁ ଚାହୁଁଥିବାରୁ ଓଡ଼ିଶା ମେଣ୍ଟ ବିଷୟ ମଧ୍ୟ ଆଉ ବେଶି ବିଳମ୍ବ କରାଯାଇ ନ ପାରେ ବୋଲି ଚର୍ଚ୍ଚା ହେଉଛି। ହେଲେ ଏନ୍‌ଡିଏ ବୈଠକ କେବେ ବସିବ ସେକଥା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri