Biwi No.1: ବାଇକ୍‌ ଚଳାଉ ଥିବା ସ୍ବାମୀଙ୍କୁ ହାତରେ ସିଗାରେଟ ଟଣାଉଛନ୍ତି ସ୍ତ୍ରୀ, ଭିଡ଼ିଓ ଭାଇରାଲ…

ପ୍ରୟାଗରାଜ,୨୪।୧ : ପ୍ରାୟତଃ ଶୁଣାଯାଏ ସ୍ତ୍ରୀମାନେ ସ୍ବାମୀଙ୍କ ନିଶା ସେବନ ଦ୍ୱାରା ବହୁତ ଅସୁବିଧାରେ ପଡ଼ନ୍ତି । ଏଥି ସହିତ, ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାର ମୁଖ୍ୟ କାରଣ ହେଉଛି ନିଶା ସେବନ, କିନ୍ତୁ ଆପଣ ଏପରି ସ୍ତ୍ରୀଙ୍କୁ କେବେ ଦେଖିଛନ୍ତି ଯିଏ ତାଙ୍କ ସ୍ବାମୀଙ୍କ ନିଶା ସେବନକୁ ସମ୍ପୂର୍ଣ୍ଣ ସମର୍ଥନ କରନ୍ତି ଏବଂ ସହଯୋଗ କରନ୍ତି? ଆପଣ ନିଶ୍ଚିତ ଭାବରେ ଏପରି ସ୍ତ୍ରୀଙ୍କୁ ଦେଖି ନ ଥିବେ, କିନ୍ତୁ ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ସ୍ତ୍ରୀ ତାଙ୍କ ସ୍ତ୍ରାମୀଙ୍କୁ ହାତରେ ସିଗାରେଟ ଟଣାଉଛନ୍ତି।

ଭାଇରାଲ ଭିଡିଓରେ ସ୍ବାମୀ-ସ୍ତ୍ରୀ ଦମ୍ପତି ଏକ ବାଇକରେ ଯାଉଛନ୍ତି, କିନ୍ତୁ ମଜାଳିଆ କଥା ହେଉଛି ସ୍ବାମୀ ବାଇକ ଚଲାଉଛନ୍ତି ଏବଂ ପଛରେ ବସିଥିବା ସ୍ତ୍ରୀ ତାଙ୍କୁ ହାତରେ ଧୂମପାନ କରାଉଛନ୍ତି। ରାସ୍ତା ମଝିରେ ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କିଛି ଲୋକ ଏହାର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଭିଡିଓ ପୋଷ୍ଟ ହେବା ମାତ୍ରେ ଏହା ଭାଇରାଲ ହୋଇଥିଲା। ଏହି ଭିଡିଓକୁ କିଛି ଘଣ୍ଟା ମଧ୍ୟରେ ୫ ଲକ୍ଷ ୫୫ ହଜାରରୁ ଅଧିକ ଥର ଦେଖାଯାଇଛି ।

ଭିଡିଓଟି ହସନାଜାରୁରିହାଇ ନାମକ ଏକ ଏକ୍ସ ହ୍ୟାଣ୍ଡେଲରେ ଶେୟାର କରାଯାଇଛି। ଭିଡିଓ ଉପରେ ମନ୍ତବ୍ୟ ଦେଇ ଅଧିକାଂଶ ୟୁଜର କହିଛନ୍ତି ବିବି ନମ୍ବର ଓ୍ବାନ। ଆମେ ମଧ୍ୟ ଏଭଳି ସ୍ତ୍ରୀ ଚାହୁଁଛୁ। ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି ଏପରି ସ୍ତ୍ରୀ ପାଇବା ପାଇଁ କ’ଣ କରିବାକୁ ହେବ? ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଏପରି ସ୍ତ୍ରୀ ପାଇବା ପାଇଁ କେଉଁ ଉପବାସ ପାଳନ କରାଯିବା ଆବଶ୍ୟକ?

 


Enter your email to get our daily news in your inbox.

All Right Reserved By Dharitri.Com

ରେକର୍ଡ ବୁକ ଦୋହଲାଇ ଦେଲେ Vaibhav Suryavanshi, ବିଶ୍ୱକପ ଫାଇନାଲରେ ସଭିଙ୍କୁ କଲେ ଚକିତ

ନୂଆଦିଲ୍ଲୀ,୬।୨: ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ର ଫାଇନାଲରେ ଶୁକ୍ରବାର ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ହରାରେ ସ୍ପୋଟର୍‌ସ କ୍ଲବରେ ଇଂଲଣ୍ଡ ୧୯ ବର୍ଷରୁ…

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

ଦିଲ୍ଲୀପ ରାୟଙ୍କ ନିର୍ବାଚନୀ ମାମଲା ଚାଲିବ: ହାଇକୋର୍ଟ

ଭୁବନେଶ୍ୱର,୬।୨: ହାଇକୋର୍ଟରେ ରାଉଲକେଲା ବିଧାନସଭା ନିର୍ବାଚନୀ ମାମଲାର ଶୁଣାଣି ହୋଇଛି। ବିଧାୟକ ଶାରଦା ନାୟକଙ୍କ ବିରୋଧରେ ୩ ମାମଲାକୁ  ହାଇକୋର୍ଟ ଖାରଜ କରିଛନ୍ତି । ଅନ୍ୟପକ୍ଷେ, ୩…

କେଉଁଥିରେ ତିଆରି ହୋଇଛି T20 World Cup Trophy ? ଜାଣନ୍ତୁ ଏହାର ଓଜନ ସହ ମୂଲ୍ୟ କେତେ

ନୂଆଦିଲ୍ଲୀ,୬।୨: ୨୦୨୬ T20 World Cup ଫେବୃଆରୀ ୭ରୁ ଆରମ୍ଭ ହେବ। ଏହି ଟୁର୍ଣ୍ଣାମେଣ୍ଟରେ କୋଡ଼ିଏଟି ଦଳ ଅଂଶଗ୍ରହଣ କରୁଛନ୍ତି। ସମସ୍ତ ଦଳକୁ ଚାରୋଟି ଗ୍ରୁପରେ ବିଭକ୍ତ…

ଶୁକ୍ରବାର ନମାଜ ସମୟରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୨ ମୃତ

ଇସଲାମାବାଦ,୬।୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି। ସିଆ ମସଜିଦ, କସର୍‌-ଏ-ଖାଦିଜାତୁଲ କୁବ୍ରାରେ ଶୁକ୍ରବାର ନମାଜ ପାଠ ସମୟରେ ଏକ ଆତ୍ମଘାତୀ ବିସ୍ଫୋରଣ…

୪ ଦିନ ଚଳଚଞ୍ଚଳ ରହିବ ପଦ୍ମନାଭପୁର, ଆଜି ଲକ୍ଷ୍ମୀନୃସିଂହ ମନ୍ଦିରରେ…

ଦିଗପହଣ୍ଡି,୬ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ କୁମୁଟି ସାହିରେ ଶ୍ରୀଲକ୍ଷ୍ମୀନୃସିଂହ ଠାକୁରଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ନିମନ୍ତେ ଶୁକ୍ରବାର ଫାଲଗୁନ କୃଷ୍ଣପକ୍ଷ…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri