ଜି ଉଦୟଗିରିରେ ହାଡ଼ଭଙ୍ଗା ଶୀତ: ସର୍ବନିମ୍ନ ତାପମାତ୍ରା ରହିଛି…

ଜି ଉଦୟଗିରି ୮।୧(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ) : ଜି ଉଦୟଗିରି ସହରରେ କ୍ରମାଗତ ୪ ଦିନ ଧରି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଗୁରୁବାର ଦିନ ସର୍ବ ନିମ୍ନ ତାପମାତ୍ରା ୨. ୫ ଡିଗ୍ରୀ ସେଲସିୟସ ରହିଛି। ଆଜିର ସର୍ବନିମ୍ନ ତାପମାତ୍ରା ଚଳିତ ବର୍ଷର ସବୁଠାରୁ କମ୍‌ ତାପମାତ୍ରା। ବୁଧବାର ଦିନ ୩ ଡିଗ୍ରୀ ଥିବାବେଳେ ଗୁରୁବାର ଦିନ ୨. ୫ ଡିଗ୍ରୀ ରହିଛି। ପ୍ରବଳ ଶୀତ ଯୋଗୁ ଦିନ ୧୦ଟା ସୁଦ୍ଧା ଘରୁ ବାହାରିବା କଷ୍ଟ ହେଉଛି। ସନ୍ଧ୍ୟା ହେଉ ହେଉ ଦୋକାନ ବଜାର ଶୂନଶାନ ହୋଇଯାଉଛି। କେବଳ ଚା ଷ୍ଟଲଗୁଡିକରେ ଭିଡ଼ ଜମୁଛି। ଶୀତରୁ ଟିକିଏ ଆରାମ ପାଇବା ପାଇଁ ଲୋକେ ନିଆଁ ପୁଇଁ ହେଉଛନ୍ତି। ସକାଳ ୯ ଘଣ୍ଟା ସୁଦ୍ଧା ଘନ କୁହୁଡି ରହଯାଉଛି। ଯାହା ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଗରୀବ ଲୋକମାନେ ଓ ଦିନ ମଜୁରିଆମାନେ ସକାଳୁ କାମକୁ ଯିବା କଷ୍ଟ ହେଉଛି। ଦିନସାରା ଘର ପାଇପ ପାଣିରେ ହାତ ଦେଇ ହେଉନାହିଁ। ଅନ୍ୟପଟେ ଶୀତର ମଜାନେବା ପାଇଁ ସହରକୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବଢ଼ି ଚାଲିଛି ।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସୁନା କିଣିବାକୁ ନେଇ ଆସିଲା ନୂଆ ନିୟମ, ୧ ଏପ୍ରିଲରୁ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୨୭।୨: ସୁନା କେବଳ ଏକ ଧାତୁ ନୁହେଁ, ଏହା ଭାରତୀୟଙ୍କ ପାଇଁ ଏକ ଭାବପ୍ରବଣ। ଆମ ମଧ୍ୟରୁ ଅଧିକାଂଶ ଏହାକୁ ଆମର ପୋର୍ଟଫୋଲିଓର ସବୁଠାରୁ ସୁରକ୍ଷିତ ଅଂଶ…

ମଙ୍ଗଳବାର ଚନ୍ଦ୍ରଗ୍ରହଣ: ଏହି ରାଶି ଉପରେ ପଡିବ ବଡ଼ ପ୍ରଭାବ, ଗ୍ରହଣ ସମୟରେ କ’ଣ କରିବେ ଜାଣନ୍ତୁ…

ଆସନ୍ତା ମାର୍ଚ୍ଚ ୩ ତାରିଖ ୨୦୨୬ ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା)ମଙ୍ଗଳବାର ଦିନ କେତୁ ଗ୍ରାସ ଚନ୍ଦ୍ରଗ୍ରହଣ, ଗ୍ରହଣ ସ୍ପର୍ଶ ପୂର୍ବାହ୍ନ ୩.୨୦ ଘଟିକା ରହିଛି ।…

ଦୀପିକାଙ୍କ ହାତରୁ ଗଲା ବଡ଼ ପ୍ରୋଜେକ୍ଟ

ଅଭିନେତ୍ରୀ ଦୀପିକା ପାଦୁକୋଣ ମା’ ହେବାପରେ ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି। ସେ ଏବେ ଝିଅ ଦୁଆ ସହ ସମୟ ବିତାଉଛନ୍ତି। ମା’ ହେବା ପରଠାରୁ ସେ କୌଣସି ଫିଲ୍ମରେ…

ବିୟୁଟିପାର୍ଲରରେ ଲାଗିଲା ଭୟଙ୍କର ନିଆଁ, ଧୂଆଁ ଦେଖି…

ବୌଦ୍ଧ,୨୭ା୨(ଅଜିତ କୁମାର ବାରିକ): ବୌଦ୍ଧ ସହରର ଖାଲିଆ ବଗିଚାଠାରେ ଏକ ବିୟୁଟିପାର୍ଲରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଖାଲିଆ…

୬୦ ପ୍ରତିଶତ ପାର ହେବ କେନ୍ଦ୍ର କର୍ମଚାରୀଙ୍କ DA! ଆସନ୍ତା ମାସରେ ହୋଇପାରେ ବଡ଼ ଘେଷଣା, ମିଳିବ ଏତିକି ମାସର ଏରିୟର

ନୂଆଦିଲ୍ଲୀ,୨୭।୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି। ଡିସେମ୍ବର ୨୦୨୫ ପାଇଁ CPI-IW (ଉଦ୍ୟୋଗିକ…

ରଶ୍ମିକା-ବିଜୟ ଦେବରକୋଣ୍ଡାଙ୍କ ମୋଟ ସମ୍ପତ୍ତି କେତେ? ଫିଲ୍ମ ବ୍ୟତୀତ ଏଠାରୁ କମାନ୍ତି ମୋଟାଅଙ୍କର ଟଙ୍କା…

ମୁମ୍ୱାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଫେବୃଆରୀ 26 ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହାକୁ ବର୍ଷର ସବୁଠାରୁ ଚର୍ଚ୍ଚିତ ସେଲିବ୍ରିଟି ବିବାହ ମଧ୍ୟରୁ…

RBI ଛୁଟି ତାଲିକା, କାଲିଠୁ ଲଗାତାର୍ ପାଞ୍ଚଦିନ ବ୍ୟାଙ୍କ ବନ୍ଦ!

ନୂଆଦିଲ୍ଲୀ,୨୭।୨: ଯଦିି କୌଣସି ବ୍ୟାଙ୍କ କାମ ଥାଏ, ତାହେଲେ ଶୀଘ୍ର ଶେଷ କରିବା ଜରୁରୀ । ଶନିବାର ଠାରୁ ଲଗାତାର ପାଞ୍ଚଦିନ ବନ୍ଦ ରହିବ ବ୍ୟାଙ୍କ ।…

ଦୋଷମୁକ୍ତ ହେବା ପରେ ବି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି କେଜରିଓ୍ବାଲ-ସିସୋଡିଆ? ହାଇକୋର୍ଟ ଯିବାକୁ ପ୍ରସ୍ତୁତ ହେଲାଣି CBI

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀ ସରକାରଙ୍କ ପୂର୍ବ ଅବକାରୀ (ମଦ) ନୀତି ସହିତ ଜଡିତ ଅଭିଯୋଗ ଘୋଟାଲାରେ ଶୁକ୍ରବାର ଏକ ବଡ଼ ଘଟଣା ଘଟିଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri