Categories: ବାଣିଜ୍ୟ

ବିଟ୍‌କଏନ୍‌ ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ, ୧୯ ।୬: ବିଟ୍‌କଏନ୍‌ରେ ଶନିବାର ଭାରି ହ୍ରାସ ଦେଖିବାକୁ ମିଳିଛି। ଏହା ୨୦,୦୦୦ ଡଲାରରୁ ଊର୍ଦ୍ଧ୍ୱ ହ୍ରାସ ଘଟି ୧୮ ମାସର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ରେପୋ ରେଟ୍‌ ବୃଦ୍ଧି କାରଣରୁ ନିବେଶକମାନେ କିିଛି ସମ୍ପତ୍ତିରୁ ସେମାନଙ୍କ ନିବେଶ ବାହାରକରି ନେଉଛନ୍ତି। ସର୍ବବୃହତ୍‌ କ୍ରିପ୍ଟୋକରେନ୍ସିରେ ୭.୧% ହ୍ରାସ ଘଟି ୧୮,୯୯୩ ଡଲାର ହୋଇଯାଇଛି। ଏହା ୨୦୨୦ ଡିସେମ୍ବର ପରଠାରୁ ସର୍ବନିମ୍ନ ସ୍ତର ଛୁଇଁଛି। ଚଳିତ ବର୍ଷ ଏହା ୫୯% ତଳକୁ ଖସିଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ କ୍ରିପ୍ଟୋକରେନ୍ସି ଏଥେରିୟମ୍‌ ସମର୍ଥିତ ଇଥର ୭୩% ତଳକୁ ରହିଛି। କ୍ରିପ୍ଟୋକରେନ୍ସି ଋଣ ଦେଉଥିବା କମ୍ପାନୀ ‘ସେଲ୍ସିୟସ୍‌’ ଦ୍ୱାରା ଆକାଉଣ୍ଟଗୁଡ଼ିକ ମଧ୍ୟରେ ଉଠାଣ ଏବଂ ସ୍ଥାନାନ୍ତର ଉପରେ ରୋକ୍‌ ଲଗାଇବା ପରେ ଚଳିତ ସପ୍ତାହରେ ଡିଜିଟାଲ କରେନ୍ସି ସେକ୍ଟର ପଛାଇଯାଇଛି।

Share