ସଳଖୁଛି ବିଟ୍‌କଏନ୍‌

ଗତ ତିନିଦିନ ହେଲା ବିଟ୍‌କଏନ୍‌ ୨୧,୦୦୦ ଡଲାର ଉପରେ ରହି କାରବାର କରିଆସିଛି। ଏଥିସହ ସାମ୍‌ ବ୍ୟାଙ୍କମ୍ୟାନ୍‌-ଫ୍ରେଡ୍‌ଙ୍କ କ୍ରିପ୍ଟୋ ଏକ୍ସଚେଞ୍ଜ ଏଫ୍‌ଟିଏକ୍ସ ଦେବାଳିଆ ଅବସ୍ଥାକୁ ଢଳିବା ଆରମ୍ଭ ବେଳର ମୂଲ୍ୟକୁ ଫେରିଛି। ସୋମବାରଠାରୁ ବିଟିସି ୨୧,୦୦୦ ଡଲାର ଉପରେ ରହିଛି, ଯାହାକୁ ନଭେମ୍ବର ୨୨ ମୂଲ୍ୟ ୨୦,୨୮୩ ଡଲାରଠାରୁ ମଜଭୁତ ସ୍ଥିତି କୁହାଯାଉଛି। ୭ ଦିନରେ ବିଟ୍‌କଏନ୍‌ ୨୨% ଉପରକୁ ଉଠିଥିବା କଏନ୍‌ମାର୍କେଟକ୍ୟାପ୍‌ ଡେଟା ଦର୍ଶାଉଛି। ନଭେମ୍ବର ୭ରୁ ୮ ତାରିଖ ମଧ୍ୟରେ ଏହା ୨୨%ରୁ ଅଧିକ ନିମ୍ନଗାମୀ ହୋଇଥିଲା। ଏଫ୍‌ଟିକ୍ସର ସିଷ୍ଟର ହେଜ୍‌ ଫଣ୍ଡ୍‌ ଆଲାମେଡା ରିସର୍ଚ୍ଚରେ ଅନିୟମିତତା ହୋଇଥିବା ନେଇ ନଭେମ୍ବର ୨ରେ ଜଣାପଡ଼ିଥିଲା। ଅଳ୍ପ କିଛି ଦିନ ମଧ୍ୟରେ ଏଫ୍‌ଟିଏକ୍ସରୁ ଅନେକ ବିଲିୟନ୍‌ ଡଲାର ମୂଲ୍ୟର କ୍ରିପ୍ଟୋକରେନ୍ସି କ୍ଷତିଜନିତ ଭୟର ସ୍ରୋତରେ ଭାସିଯାଇଥିଲା।

ସିଜେଡ୍‌ ନାମରେ ପରିଚିତ ଚାଇନିଜ୍‌-କାନାଡିଆନ୍‌ ବିଜ୍‌ନେସ ଏକ୍‌ଜିକ୍ୟୁଟିଭ୍‌ ଚାଙ୍ଗ୍‌ପେଙ୍ଗ୍‌ ଝାଓଙ୍କ ବାଇନାନ୍ସ କ୍ରିପ୍ଟୋ ଏକ୍ସଚେଞ୍ଜ ସହ ଚାଲିଥିବା ଏକ ରେସ୍କ୍ୟୁ ଡିଲ୍‌ ଉଦ୍ୟମ ନଭେମ୍ବର ୮ରେ ବିଫଳ ହୋଇଥିଲା। ଏହାର ୩ ଦିନ ନ ବିତୁଣୁ ଉଭୟ ଏଫ୍‌ଟିଏକ୍ସ ଏବଂ ଆଲାମେଡା ନିଜକୁ ଦେବାଳିଆ ଘୋଷଣା କରିଥିଲେ। ସବୁବେଳେ ସବା ଆଗରେ ରହି କାରବାର କରୁଥିବା ବିଟ୍‌କଏନ୍‌ ସେହି ସମୟରେ ନିବେଶକଙ୍କ ପାଇଁ ଚିନ୍ତାର ପାହାଡ଼ ତିଆରି କରିଥିଲା।

ଏବେ ବ୍ରଡର୍‌ ଇଣ୍ଡଷ୍ଟ୍ରିରେ ଅନିଶ୍ଚିତତା ଛାଇଯାଇଥିବାବେଳେ ବିଟିସି ଅଣ୍ଟା ସଳଖି ପୁଣି ଥରେ ଠିଆହୋଇଛି। ଅନ୍ୟ କ୍ରିପ୍ଟୋ କରେନ୍ସିଗୁଡ଼ିକର ମଜଭୁତି ତୁଳନାରେ ବିଟିସିର ବଳ ବୃଦ୍ଧି ଉଲ୍ଲେଖନୀୟ। ଗତ ୭ ଦିନ ଭିତରେ ଇଥର୍‌ ୧୮%ରୁ ଊର୍ଦ୍ଧ୍ୱ ବଢ଼ିଥିବାବେଳେ ବାଇନାନ୍ସର ଏକ୍ସଚେଞ୍ଜ ଟୋକେନ୍‌ ବିଏନ୍‌ବି ଏବଂ ରିପଲ୍‌ ଯଥାକ୍ରମେ ୧୦% ଓ ୧୧% ଉପରକୁ ଉଠିଛି। କିନ୍ତୁ ଇଥର୍‌ ପ୍ରତିଦ୍ୱନ୍ଦ୍ୱୀ ସୋଲାନା ମୂଲ୍ୟରେ ୭ ଦିନରେ ୪୪% ଅଭିବୃଦ୍ଧି ଦେଖିବାକୁ ମିଳିଛି।

ଦିନ ହେଲା ବିଟ୍‌କଏନ୍‌ ୨୧,୦୦୦ ଆମେରିକୀୟ ଡଲାର ଉପରେ ଦୃଢ଼ ଭାବେ ଛିଡ଼ା ହୋଇଛି। ସୋମବାର, ମଙ୍ଗଳବାର ଓ ବୁଧବାର ଏହାର ମୂଲ୍ୟ ଯଥାକ୍ରମେ ୨୧,୧୮୪-୨୧,୧୩୭-୨୧,୨୩୪ ରହିଥିଲା।
ଧରାଶାୟୀ ହେବାର ସମ୍ଭାବ୍ୟ ପ୍ରଭାବକୁ ଆକଳନ କରି ନିବେଶକମାନେ ଚିନ୍ତିତ ହୋଇପଡ଼ିବାରୁ ନଭେମ୍ବର ୭ରୁ ୮ ଦିନକ ଭିତରେ ଏହି କ୍ରିପ୍ଟୋକରେନ୍ସି ୨୨% ତଳକୁ ଖସିଥିଲା।
କିଛି ସପ୍ତାହ ପୂର୍ବେ ୧୬,୦୦୦ ଡଲାର ତଳୁ ଆଦୌ ଉଠିପାରୁ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri