ଉଚ୍ଚ ଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କୁ ବଦଳି
ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପରେ ଏବେ ହଟିଲେ ସଚିବ। ଉଚ୍ଚ ଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି। ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଦାୟିତ୍ୱ ଦିଆଯାଇଛି। କିଛିସମୟ ପୂର୍ବରୁ ମନ୍ତ୍ରୀ ପଦରୁ ରୋହିତ୍ ପୂଜାରୀ ବାଦ୍ ପଡ଼ିଥିଲେ।


