Categories: ଖେଳ

ପଦାର୍ପଣରେ ସୂର୍ଯ୍ୟ ଭଳି ଚମକିଲେ ରବି

କୋଲକାତା,୧୬।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ପ୍ରଥମ ଟି୨୦ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ରବି ବିଷ୍ଣୋଇ। କ୍ୟାରିୟରର ପ୍ରଥମ ମ୍ୟାଚ୍‌ରେ ୨୧ ବର୍ଷୀୟ ଖେଳାଳି ସୂର୍ଯ୍ୟ ଭଳି ଚମକିଛନ୍ତି। ଏହି ଲେଗ୍‌ ସ୍ପିନର ପ୍ରଥମ ମ୍ୟାଚ୍‌ର ଗୋଟିଏ ଓଭରରେ ହାତେଇଛନ୍ତି ଡବଲ ଉଇକେଟ।

୧୧ତମ ଓଭରରେ ବୋଲିଂ କରିଥିବା ଏହି ସ୍ପିନର ଦ୍ୱିତୀୟ ବଲରେ ରୋଷ୍ଟନ ଚେଜ(୪)ଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ କରିଥିଲେ। ଏହାର ଦୁଇଟି ବଲ ପରେ ରୋବମାନ ପାଓ୍ବେଲ (୨)ଙ୍କୁ ଭେଙ୍କଟଶଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରି ପ୍ୟାଭିଲିଅନ ପଠାଇଥିଲେ। ଏହା ଛଡ଼ା ତାଙ୍କୁ ଅନ୍ୟ ଓଭରରେ ଉଇକେଟ ମିଳି ନ ଥିଲା। ହେଲେ ପୂରା ସେ ଓ୍ବେଷ୍ଟଇଣ୍ଡିଜ ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ। ୪ ଓଭରରେ ମାତ୍ର ୧୭ ରନ୍‌ ଖର୍ଚ୍ଚ କରିଥିଲେ। ସେଥି ମଧ୍ୟରେ ରହିଛି ୬ ଓ୍ବାଇଡ୍‌।

Share