କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ନିଷ୍ପତ୍ତି, ଶ୍ରୀପଞ୍ଚମୀରେ ପାଳନ ହେବ ମହୋତ୍ସବ

ଦିଗପହଣ୍ଡି,୪|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ସମ୍ମିଳନୀ କକ୍ଷରେ ରବିବାର ମଧ୍ୟାହ୍ନ ରେ ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ତଥା ଆଇନଜୀବି ଅଶେଷ ନାଥ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ । ଆସନ୍ତା ୨୩ ତାରିଖ ମାଘ ମାସ ଶୁକ୍ଳପକ୍ଷ ଶ୍ରୀ ପଞ୍ଚମୀ ତିଥିରେ ସ୍ମୃତି ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ କବିସୂର୍ଯ୍ୟଙ୍କ ଜୟନ୍ତୀ ମହୋତ୍ସବ କରାଯିବା ନିମନ୍ତେ ସଭାରେ ସର୍ବସମ୍ମତ ନିଷ୍ପତ୍ତି ଗୃହୀତ କରାଯାଇଥିଲା ।

ଦିଗପହଣ୍ଡି ବ୍ଲକ ଖମାରି ଗାଁ ପଞ୍ଚାୟତର କବିସୂର୍ଯ୍ୟଙ୍କ ଜନ୍ମପୀଠ ବିଜୟନଗରଗଡ଼ ଗ୍ରାମରୁ କବିସୂର୍ଯ୍ୟଙ୍କ ଜ୍ୟୋତି ବିଭିନ୍ନ ଗ୍ରାମାଞ୍ଚଳ ଓ ଦିଗପହଣ୍ଡି ସହର ପରିକ୍ରମା କରିବା ପରେ ମହୋତ୍ସବ ସ୍ଥଳରେ ପହଞ୍ଚିବା ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ସନ୍ଧ୍ୟାରେ ସଭା ସରିବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସଭାରେ ପରିଷଦର ସମ୍ପାଦକ ତଥା ଆଇନଜୀବି କୁରେଶୁ ପଣ୍ଡା ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ଗତବର୍ଷ ର କରାଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ ।

ଚଳିତବର୍ଷ ମହୋତ୍ସବ ନିମନ୍ତେ ଅତିଥି ନିମନ୍ତ୍ରଣ ଏବଂ ଆବଶ୍ୟକ ବ୍ୟୟବରାଦ ସମ୍ପର୍କରେ ସଭାରେ ବିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ଉପାଧ୍ୟକ୍ଷା ପ୍ରତିନିଧି କେ. କୁନା, କାଉନସିଲର ଦୀପକ କୁମାର ମିଶ୍ର, ଗବେଷକ ଡ଼. ଅନନ୍ତ ରାମ କର, ଆଲୋକ କୁମାର ବିଷୋୟୀ, ଗୋପାଳକୃଷ୍ଣ ମଲ୍ଲିକ, ସରକାରୀ ଓକିଲ ମନୋରଞ୍ଜନ ପଣ୍ଡା, ଆଇନଜୀବୀ ହରପ୍ରସାଦ ରଥ, ପରିଷଦର ଉପସଭାପତି ତଥା ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼, ଯୁଗ୍ମ ସମ୍ପାଦକ ଚିତ୍ରସେନ ଗୌଡ଼,କୋଷାଧ୍ୟକ୍ଷ ତଥା ଶିକ୍ଷକ ସନ୍ତୋଷ କୁମାର ସେଠୀ,  ଅବସରପ୍ରାପ୍ତ ଶିକ୍ଷକ ପଦ୍ମଚରଣ ମେକାପ, ଶିକ୍ଷକ କାଳୁ ଚରଣ ପାଣିଗ୍ରାହୀ, ନରସିଂହ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଶୁକ୍ର ନକ୍ଷତ୍ର ଗୋଚର: ମାଲାମାଲ ହେବେ ଏହି ୩ ରାଶି

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ସୋମବାର, ଏପ୍ରିଲ ୬, ୨୦୨୬ ରାତି ୧:୦୪ ସମୟରେ, ସୁଖ ଏବଂ ସମୃଦ୍ଧିର ଦାତା ଶୁକ୍ର ଅଶ୍ୱିନୀରୁ ଭରଣୀ ନକ୍ଷତ୍ରକୁ ଗମନ କରିଛନ୍ତି।…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri