ବିର୍ଲା ଓପସ ପେଣ୍ଟ ଷ୍ଟୁଡିଓର ଶୁଭାରମ୍ଭ

ନୂଆଦିଲ୍ଲୀ,୮।୩: ବିର୍ଲା ଓପସ ପେଣ୍ଟସର ବହୁ ପ୍ରତୀକ୍ଷିତ ତଥା ପ୍ରଥମ ଧରଣର ସୁବିଧା କେନ୍ଦ୍ର ‘ବିର୍ଲା ଓପସ ପେଣ୍ଟ ଷ୍ଟୁଡିଓ’ର ଶୁଭାରମ୍ଭ ଶୁକ୍ରବାର ଗୁରୁଗ୍ରାମଠାରେ ହୋଇଯାଇଛି। ଏପରିକି ଏହି କେନ୍ଦ୍ରରେ ୧୭୦ରୁ ଅଧିକ ଉତ୍ପାଦ ଉପଲବ୍ଧ ହେଉଥିଲାବେଳେ ଗ୍ରାହକଙ୍କ ପାଇଁ ଏକ ସ୍ବତନ୍ତ୍ର ବିକଳ୍ପ ସୁବିଧା ସାମିଲ ରହିଛି। ସମଗ୍ର ଭାରତରେ ଖୁଚୁରା ଊପସ୍ଥିତି ବିସ୍ତାର କରିବା ଉଦ୍ଦେଶ୍ୟରେ କମ୍ପାନୀର ଅଭିବୃଦ୍ଧି ରଣନୀତିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ, ଆଦିତ୍ୟ ବିର୍ଲା ଗ୍ରୁପ୍‌ ଅଧୀନ ଗ୍ରାସିମ ଇଣ୍ଡଷ୍ଟ୍ରିଜର ଅଂଶ ବିର୍ଲା ଓପସ ପେଣ୍ଟସର ପ୍ରଥମ ବିର୍ଲା ଓପସ ପେଣ୍ଟ ଷ୍ଟୁଡିଓ (କମ୍ପାନୀ ମାଲିକାନା ଓ କମ୍ପାନୀ ପରିଚାଳିତ ଷ୍ଟୋର)କୁ ନିକଟରେ ଉନ୍ମୋଚନ କରାଯାଇଛି। ସେହିଭଳି ଅଭିଜ୍ଞତାମୂଳକ ରିଟେଲ ଉପରେ ଧ୍ୟାନ ଦେଇ କମ୍ପାନୀ ଆଗାମୀ ମାସରେ ନୂଆଦିଲ୍ଲୀ, ମୁମ୍ବାଇ, ନଭି ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, କୋଲକାତା, ଲକ୍ଷ୍ନୌ, ଜୟପୁର, ଅହମ୍ମଦାବାଦ ଏବଂ ସୁରଟଠାରେ ମଧ୍ୟ ଅତିରିକ୍ତ ଅଭିଜ୍ଞତା କେନ୍ଦ୍ର ଖୋଲିବାକୁ ଯୋଜନା କରିଛି। ଏହା ସହ କମ୍ପାନୀ ଭାରତର ଦ୍ୱିତୀୟ ସର୍ବବୃହତ୍‌ ଡେକୋରେଟିଭ ପେଣ୍ଟସ ବ୍ରାଣ୍ଡ ହେବାର ଲକ୍ଷ୍ୟ ରଖିଛି ା ଏ ସମ୍ପର୍କରେ ବିର୍ଲା ଓପସ ପେଣ୍ଟସର ସିଇଓ ରକ୍ଷିତ ହରଗାଭେ କହିଛନ୍ତି, ଗୁରୁଗ୍ରାମଠାରେ ଆମେ ଆମର ପ୍ରଥମ ଧରଣର ଅଭିଜ୍ଞତା କେନ୍ଦ୍ର ‘ବିର୍ଲା ଓପସ ପେଣ୍ଟ ଷ୍ଟୁଡିଓ’ କୁ ଆନୁଷ୍ଠାନିକ ଭାବେ ଉନ୍ମୋଚନକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଭାରତର ରଙ୍ଗ ଅନୁଭବ ଶୈଳୀକୁ ପୁନଃ ନିର୍ଦ୍ଧାରଣ କରିବା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ନେଉଛୁ। ଭାରତରେ ଉପଭୋକ୍ତାମାନେ ଉତ୍ପାଦ କ୍ରୟ କରିବା କିମ୍ବା ସେବା ପାଇବା ସମୟରେ ନୂତନ ଏବଂ ଅଧିକ ଗଭୀର ବିକଳ୍ପ ଅନୁସନ୍ଧାନ କରିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri