‘ବିର୍ଲା ଆଗ୍ରୋ ମେଶିନର ନୂତନ ଉତ୍ପାଦ ଉନ୍ମୋଚିତ’

ଭୁବନେଶ୍ୱର,୩୧ା୧୨: ମାସ୍ବାଦକର ଅଟୋଲାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ବିର୍ଲା ଆଗ୍ରୋ ମେଶିନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ଶୁକ୍ରବାର ସ୍ଥାନୀୟ କଟକରୋଡ୍‌ସ୍ଥିତ ଏକ ହୋଟେଲ ପରିସରରେ ଦିନିକିଆ ରାଜ୍ୟସ୍ତରୀୟ ଡିଲର ମିଟ୍‌ ସାଙ୍ଗକୁ ନୂତନ ଉତ୍ପାଦ ଉନ୍ମୋଚନ କରାଯାଇଥିଲା। ବିଶେଷକରି ବିର୍ଲା ଆଗ୍ରୋ ମେଶିନର ନୂତନ ଉପତ୍ାଦ ‘ପାୱାର ୱେଡ୍‌ର ବିଏଏମ୍‌ ୭୩୨ଜି’ର ଉନ୍ମୋଚନ କରାଯାଇଥିଲା। ଏପରିକି ମାସ୍ବାଦକର ଅଟୋଲାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ନିନାଦ ଶାହ, ବିର୍ଲା ଆଗ୍ରୋ ମେଶିନର ମାର୍କେଟିଂ ମୁଖ୍ୟ ସାଜ୍ଜନ ସଇନି ଏବଂ ଜୟ କିଷାନ ଏଗ୍ରି ସଲ୍ୟୁସନ୍‌ର ସିଇଓ କଳ୍ପତରୁ ସାହୁଙ୍କ ଉପସ୍ଥିତିରେ ନୂଆ ମେଶିନ୍‌ ଓ ଟୁଲ୍‌ସକୁ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ କମ୍ପାନୀ ପକ୍ଷରୁ ‘ମିସନ୧୦୦୦’ ନାମକ ଏକ ସେଲ୍‌ସ ପ୍ରତିଯୋଗିତାର ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଥିଲା। ଉକ୍ତ ଉତ୍ପାଦଗୁଡିକ ମୁଖ୍ୟତଃ ଓଡ଼ିଶାର କୃଷକମାନଙ୍କ ପାଇଁ ପ୍ରସ୍ତୁତି କରାଯାଇଛି। ଏପରିକି ଏଠାକାର କୃଷକଙ୍କୁ ଯେଉଁସବୁ ସୁବିଧା ଆବଶ୍ୟକ ତାହାକୁ ଦୃଷ୍ଟିରେ ରଖି ଏଭଳି ଯନ୍ତ୍ରପାତି ତିଆରି କରାଯାଇଛି। ଏହି ପରିପ୍ରେକ୍ଷୀରେ ବିର୍ଲା ଆଗ୍ରୋ ମେଶିନ ପକ୍ଷରୁ ଏକ ଅଲ୍‌ ଓଡ଼ିଶା ଡିଲର ମିଟ୍‌ ସହ କୃଷି ଯାନ୍ତ୍ରିକୀକରଣ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ସରକାରଙ୍କ କୃଷି ଓ ଖାଦ୍ୟ ଉପତ୍ାଦନ ବିଭାଗର ମୁଖ୍ୟଯନ୍ତ୍ରୀ ଇଂ ରାଜେନ୍ଦ୍ର ବେସରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଯାନ୍ତ୍ରିକୀକରଣର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ସେହିଭଳି କୃଷି ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କେ.ଏସ୍‌. ଚନ୍ଦ୍ରଶେଖର, ନୂଆଦିଲ୍ଲୀ ସାମାଜିକ,ଅର୍ଥନୈତିକ ଅଧ୍ୟୟନ କେନ୍ଦ୍ରର ପରାମର୍ଶଦାତା ଅକ୍ଷୟ କୁମାର ସାହୁ ଏବଂ ଜୟ କିଷାନ ଏଗ୍ରି ସଲ୍ୟୁସନ୍ସର ସିଇଓ କଳ୍ପତରୁ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷି ଯନ୍ତ୍ରପାତି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତତ ମତ ଉପସ୍ଥାପନ କରିଥିଲେ।
ଉଲ୍ଲେଖଯୋଗ୍ୟ, ଉକ୍ତ କାର୍ଯ୍ୟକ୍ରମରେ କମ୍ପାନୀର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଡିଲର ମଧ୍ୟ ଅଂଶଗ୍ରହଣ କରିଥିଲେ। ଏପରିକି କାର୍ଯ୍ୟକ୍ରମରେ ଉପସ୍ଥିତ ଡିଲରମାନଙ୍କୁ ନୂଆ ମେଶିନ୍‌ ଓ ଟୁଲ୍‌ସଗୁଡିକର ବିଭିନ୍ନ ଦିଗ ଏବଂ ଲାଭ ବିଷୟରେ ଅବଗତ କରାଯାଇଥିଲା। ପରିଶେଷରେ ବିକ୍ରି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଡିଲରମାନଙ୍କୁ ସାର୍ଟିଫିକେଟ ଏବଂ ମେମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri