୨୦ ବର୍ଷ ପାକିସ୍ତାନ ଜେଲରେ ସଜା କାଟିଲେ ସୁନ୍ଦରଗଡ଼ର ବିରଜୁ

ସୁନ୍ଦରଗଡ,୨।୧୧(ଡି.ଏନ୍‌.ଏ)-୨୫ବର୍ଷ ଧରି ନିଖୋଜ ଥିବା ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ କଟଙ୍ଗ ଜଙ୍ଗାଟୋଲିର ବିରଜୁ କୁଲୁ ପାକିସ୍ତାନ ଜେଲରେ ୨୦ବର୍ଷ ଧରି ସଜା କାଟି ସାରିବା ପରେ ଏବେ ନିଜ ଦେଶ ଭାରତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପାକିସ୍ତାନ ସରକାର ତାଙ୍କୁ ଅନ୍ୟ ୪ଜଣ ଭାରତୀୟ ବନ୍ଦୀଙ୍କ ସହ ଗତ ୨୬ ତାରିଖରେ ଓ୍ବାଘା ସୀମାରେ ଭାରତ ସରକାରଙ୍କୁ ହସ୍ତାନ୍ତର କରିଛନ୍ତି। ଏହା ପରେ ତାଙ୍କୁ ଏବେ ପଞ୍ଜାବ ଅମୃତସରର ଏକ କୋଭିଡ ହସ୍‌ପିଟାଲରେ ରଖାଯାଇଛି। କୋଭିଡ ନିୟମାନୁଯାୟୀ ସେଠାରେ ତାଙ୍କର ପରୀକ୍ଷା କରାଯିବ। କ୍ୱାରାଣ୍ଟାଇନ୍‌ ଅବଧି ଶେଷ ହେବା ପରେ ସୁନ୍ଦରଗଡ ଜିଲା ପ୍ରଶାସନ ସହାୟତାରେ ତାଙ୍କ ନିଜ ଗ୍ରାମକୁ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ରେସିଡେନସ କମିଶନର ସୁନ୍ଦରଗଡ ଜିଲା ପ୍ରଶାସନଙ୍କୁ ଏସମ୍ପର୍କରେ ଅବଗତ କରିବା ପରେ କୁତ୍ରା ପୋଲିସ ତାଙ୍କ ସମ୍ପର୍କରେ ଅନୁସନ୍ଧାନ କରି ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରିଥିଲେ।
ବିରଜୁ ଗତ ୨୫ବର୍ଷ ପୂର୍ବେ ଯୁବକବେଳେ ରାଞ୍ଚିର ଏକ ହୋଟେଲରେ କାର୍ଯ୍ୟ କରୁଥିଲେ। ହେଲେ କିଛିଦିନ ପରେ ତାଙ୍କର ପରିବାର ସହିତ କୌଣସି ଯୋଗାଯୋଗ ନ ଥିଲା। ତାଙ୍କର ସେତେବେଳେ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ସେ କୁଆଡେ ନିଖୋଜ ହୋଇଯାଇଥିବା ସନ୍ଦେହ କରି ପରିବାର ଲୋକେ ବହୁ ଖୋଜାଖୋଜି ପରେ ନୀରବ ରହିଥିଲେ। ସେତେବେଳେ ମାନସିକ ସ୍ଥିତି ଠିକ୍‌ ନ ଥିବା ବିରଜୁ ଭୁଲବଶତଃ ପାକିସ୍ତାନ ସୀମାକୁ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ପାକିସ୍ତାନ ସରକାର ୨୦ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ଫଳରେ ବିରଜୁଙ୍କୁ ପାକିସ୍ତାନର ଲାହୋର ଜେଲରେ ୨୦ବର୍ଷ ସଜା କାଟିବାକୁ ପଡିଥିଲା। ସଜା ସରିବା ପରେ ସେଠାକାର ସରକାର ତାଙ୍କୁ ଭାରତ ସରକାରଙ୍କୁ ହସ୍ତାନ୍ତର କରିବା ପରେ ସେ ଏବେ ନିଜ ଗ୍ରାମକୁ ଫେରୁଥିବା ନେଇ ତାଙ୍କର ପରିବାର ତଥା ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଗତ ୨୫ବର୍ଷ ମଧ୍ୟରେ ବିରଜୁଙ୍କ ମା’ ବେଲାବେଥ କୁଲୁ ଓ ବାପା କାମିଲ୍‌ କୁଲୁ ଆରପାରିକୁ ଚାଲିଯାଇଥିବା ବେଳେ ଏକମାତ୍ର ଭଉଣୀ ଟିନା କୁଲୁ ରାଜଗାଙ୍ଗପୁର କୁକୁଡା ଗ୍ରାମରେ ରହୁଛନ୍ତି। ଭାଇଙ୍କ ଫେରିବା ନେଇ ସେ ବିଶେଷ ଖୁସିବ୍ୟକ୍ତ କରିଥିବା ବେଳେ ତାଙ୍କ ଫେରିବା ବାଟକୁ ସମସ୍ତେ ଉତ୍ସୁକତାର ସହ ଅନେଇ ବସିଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri