Posted inଜାତୀୟ

ସଙ୍କଟରେ ବିରେନଙ୍କ ସରକାର: ଦିଲ୍ଲୀ ପହଞ୍ଚିଲେ ଅସନ୍ତୁଷ୍ଟ ଭାଜପା ବିଧାୟକ…

ଇମ୍ଫାଲ,୧୮।୪ : ମଣିପୁରରେ ଭାଜପା ସରକାରଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ଜଣେ ପରେ ଜଣେ ଦଳୀୟ ବିଧାୟକଙ୍କ ଇସ୍ତଫା ପରେ ବର୍ତ୍ତମାନ ଅସନ୍ତୁଷ୍ଟ ବିଧାୟକଙ୍କ ଦଳ ଦିଲ୍ଲୀ ଆଡକୁ ମୁହାଁଇଛନ୍ତି। ସେମାନେ ଭାଜପାର କେନ୍ଦ୍ରୀୟ ନେତାମାନଙ୍କୁ ଭେଟିବା ପାଇଁ ଡେରା ପକାଇଛନ୍ତି। ବିଧାୟକଙ୍କ ଏହି ଆଭିମୁଖ୍ୟକୁ ଦେଖିଲେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ସରକାରଙ୍କ ସହିତ ସେମାନଙ୍କର ମତଭେଦ ପଦାରେ ପଡ଼ିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏନେଇ ଦଳର ଜଣେ ପ୍ରତିଷ୍ଠିତ ନେତା ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ଦର୍ଶାଯାଇଛି, ଅଭିଯୋଗ କରିବା କିମ୍ବା ବିବାଦକୁ ଦଳୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ନେଇଯିବା ଅନୁଶାସନହୀନତା ନୁହେଁ।

ଦଳର କାର୍ଯ୍ୟକର୍ତ୍ତାଙ୍କ ଅନୁଯାୟୀ ମଣିପୁରର ଚାରିଜଣ ଭାଜପା ବିଧାୟକ କେନ୍ଦ୍ରୀୟ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ବିଧାୟକମାନଙ୍କ ମଧ୍ୟରେ ଉରିପୋକ ବିଧାୟକ ଖ୍ବାଇରକପମ ରଘୁମଣି ସିଂ ମଧ୍ୟ ଅଛନ୍ତି। ବିଧାୟକଙ୍କ ଏହି କାର୍ଯ୍ୟ ସମ୍ପର୍କରେ ଦଳର ଅନ୍ୟ ଜଣେ ବିଧାୟକ ଆର.କେ ଇମୋ ସିଂ କହିଛନ୍ତି, ଆମେ ସମସ୍ତେ ଏକ ରାଜନୈତିକ ଦଳର ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଏବଂ ଏହାର ସମ୍ବିଧାନ ଦ୍ୱାରା ବନ୍ଧା। ବିଧାୟକ ଭାବରେ, ସରକାର ତଥା ଦଳର କାର୍ଯ୍ୟକ୍ରମ ଏବଂ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିବା ଆମର କର୍ତ୍ତବ୍ୟ। ଏ ବିଷୟରେ କେହି ଅଭିଯୋଗ କରିପାରିବେ, କିନ୍ତୁ ବିବାଦକୁ ଗଣମାଧ୍ୟମକୁ ନେଇପାରିବେ ନାହିଁ ।

ମଣିପୁରରେ ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ଅନେକ ଦିନ ଧରି ଚାଲିଆସୁଛି। ଦିଲ୍ଲୀ ଯିବାର ଗୋଟିଏ ଦିନ ପୂର୍ବରୁ ଲଙ୍ଗଥବଲ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ କରମ ଶ୍ୟାମ ପର୍ଯ୍ୟଟନ ନିଗମ ମଣିପୁର ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି, ତାଙ୍କୁ ଅଧ୍ୟକ୍ଷ ଭାବରେ କୌଣସି ଦାୟିତ୍ୱ ଦିଆଯାଇ ନାହିଁ। ତାଙ୍କର ଏହି ଚିଠି ଭାଇରାଲ ହେବାରେ ଲାଗିଛି। ଏହାପୂର୍ବରୁ, ଏପ୍ରିଲ ୮ ରେ, ହିରୋକ ନିର୍ବାଚନମଣ୍ଡଳୀର ବିଧାୟକ ଥୋକଚୋମ ରାଧେଶ୍ୟାମ ମଧ୍ୟ ସମାନ ଅଭିଯୋଗ ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପଦରୁ ଇସ୍ତଫା ଦେଇଥିଲେ। ଏହା ମଧ୍ୟ କୁହାଯାଉଛି, ଅସନ୍ତୁଷ୍ଟ ବିଧାୟକଙ୍କ ସହିତ କୁକି ଜନଜାତିର କେତେକ ଭାଜପା ବିଧାୟକ ମଧ୍ୟ ଜାତୀୟ ରାଜଧାନୀରେ ଡେରା ପକାଇଛନ୍ତି। ମଣିପୁର ବିଧାନସଭାରେ କୁକି ଜନଜାତିର ଦଶ ଜଣ ବିଧାୟକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଭାଜପା ବିଧାୟକ।

କୁହାଯାଉଛି ଅସନ୍ତୁଷ୍ଟ ବିଧାୟକମାନେ ମୁଖ୍ୟମନ୍ତ୍ରୀ ବିରେନଙ୍କୁ ବଦଳାଇବା ଦାବି ନେଇ କେନ୍ଦ୍ରୀୟ ନେତାମାନଙ୍କ ଦିଲ୍ଲୀ ଯାଇଛନ୍ତି। ଭାଜପା ସୂତ୍ରରୁ ପ୍ରକାଶ, ବିରେନ ସିଂ କିମ୍ବା ତୁରନ୍ତ କ୍ୟାବିନେଟରେ ପରିବର୍ତ୍ତନ ପାଇଁ ଦାବି ତୀବ୍ର ହେବାରେ ଲାଗିଛି। ତେବେ ଏନେଇ ରାଜ୍ୟ ଭାଜପା ୟୁନିଟ କିମ୍ବା ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri