Posted inଜାତୀୟ

ସଙ୍କଟରେ ବିରେନଙ୍କ ସରକାର: ଦିଲ୍ଲୀ ପହଞ୍ଚିଲେ ଅସନ୍ତୁଷ୍ଟ ଭାଜପା ବିଧାୟକ…

ଇମ୍ଫାଲ,୧୮।୪ : ମଣିପୁରରେ ଭାଜପା ସରକାରଙ୍କ ସଙ୍କଟ ବଢ଼ିବାରେ ଲାଗିଛି। ଜଣେ ପରେ ଜଣେ ଦଳୀୟ ବିଧାୟକଙ୍କ ଇସ୍ତଫା ପରେ ବର୍ତ୍ତମାନ ଅସନ୍ତୁଷ୍ଟ ବିଧାୟକଙ୍କ ଦଳ ଦିଲ୍ଲୀ ଆଡକୁ ମୁହାଁଇଛନ୍ତି। ସେମାନେ ଭାଜପାର କେନ୍ଦ୍ରୀୟ ନେତାମାନଙ୍କୁ ଭେଟିବା ପାଇଁ ଡେରା ପକାଇଛନ୍ତି। ବିଧାୟକଙ୍କ ଏହି ଆଭିମୁଖ୍ୟକୁ ଦେଖିଲେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ସରକାରଙ୍କ ସହିତ ସେମାନଙ୍କର ମତଭେଦ ପଦାରେ ପଡ଼ିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଏନେଇ ଦଳର ଜଣେ ପ୍ରତିଷ୍ଠିତ ନେତା ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଛନ୍ତି। ଏଥିରେ ଦର୍ଶାଯାଇଛି, ଅଭିଯୋଗ କରିବା କିମ୍ବା ବିବାଦକୁ ଦଳୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ନେଇଯିବା ଅନୁଶାସନହୀନତା ନୁହେଁ।

ଦଳର କାର୍ଯ୍ୟକର୍ତ୍ତାଙ୍କ ଅନୁଯାୟୀ ମଣିପୁରର ଚାରିଜଣ ଭାଜପା ବିଧାୟକ କେନ୍ଦ୍ରୀୟ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି। ବିଧାୟକମାନଙ୍କ ମଧ୍ୟରେ ଉରିପୋକ ବିଧାୟକ ଖ୍ବାଇରକପମ ରଘୁମଣି ସିଂ ମଧ୍ୟ ଅଛନ୍ତି। ବିଧାୟକଙ୍କ ଏହି କାର୍ଯ୍ୟ ସମ୍ପର୍କରେ ଦଳର ଅନ୍ୟ ଜଣେ ବିଧାୟକ ଆର.କେ ଇମୋ ସିଂ କହିଛନ୍ତି, ଆମେ ସମସ୍ତେ ଏକ ରାଜନୈତିକ ଦଳର ଏକ ନିର୍ଦ୍ଦିଷ୍ଟ ଆଦର୍ଶ ଏବଂ ଏହାର ସମ୍ବିଧାନ ଦ୍ୱାରା ବନ୍ଧା। ବିଧାୟକ ଭାବରେ, ସରକାର ତଥା ଦଳର କାର୍ଯ୍ୟକ୍ରମ ଏବଂ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିବା ଆମର କର୍ତ୍ତବ୍ୟ। ଏ ବିଷୟରେ କେହି ଅଭିଯୋଗ କରିପାରିବେ, କିନ୍ତୁ ବିବାଦକୁ ଗଣମାଧ୍ୟମକୁ ନେଇପାରିବେ ନାହିଁ ।

ମଣିପୁରରେ ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ଅନେକ ଦିନ ଧରି ଚାଲିଆସୁଛି। ଦିଲ୍ଲୀ ଯିବାର ଗୋଟିଏ ଦିନ ପୂର୍ବରୁ ଲଙ୍ଗଥବଲ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ କରମ ଶ୍ୟାମ ପର୍ଯ୍ୟଟନ ନିଗମ ମଣିପୁର ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି, ତାଙ୍କୁ ଅଧ୍ୟକ୍ଷ ଭାବରେ କୌଣସି ଦାୟିତ୍ୱ ଦିଆଯାଇ ନାହିଁ। ତାଙ୍କର ଏହି ଚିଠି ଭାଇରାଲ ହେବାରେ ଲାଗିଛି। ଏହାପୂର୍ବରୁ, ଏପ୍ରିଲ ୮ ରେ, ହିରୋକ ନିର୍ବାଚନମଣ୍ଡଳୀର ବିଧାୟକ ଥୋକଚୋମ ରାଧେଶ୍ୟାମ ମଧ୍ୟ ସମାନ ଅଭିଯୋଗ ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପଦରୁ ଇସ୍ତଫା ଦେଇଥିଲେ। ଏହା ମଧ୍ୟ କୁହାଯାଉଛି, ଅସନ୍ତୁଷ୍ଟ ବିଧାୟକଙ୍କ ସହିତ କୁକି ଜନଜାତିର କେତେକ ଭାଜପା ବିଧାୟକ ମଧ୍ୟ ଜାତୀୟ ରାଜଧାନୀରେ ଡେରା ପକାଇଛନ୍ତି। ମଣିପୁର ବିଧାନସଭାରେ କୁକି ଜନଜାତିର ଦଶ ଜଣ ବିଧାୟକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭ଜଣ ଭାଜପା ବିଧାୟକ।

କୁହାଯାଉଛି ଅସନ୍ତୁଷ୍ଟ ବିଧାୟକମାନେ ମୁଖ୍ୟମନ୍ତ୍ରୀ ବିରେନଙ୍କୁ ବଦଳାଇବା ଦାବି ନେଇ କେନ୍ଦ୍ରୀୟ ନେତାମାନଙ୍କ ଦିଲ୍ଲୀ ଯାଇଛନ୍ତି। ଭାଜପା ସୂତ୍ରରୁ ପ୍ରକାଶ, ବିରେନ ସିଂ କିମ୍ବା ତୁରନ୍ତ କ୍ୟାବିନେଟରେ ପରିବର୍ତ୍ତନ ପାଇଁ ଦାବି ତୀବ୍ର ହେବାରେ ଲାଗିଛି। ତେବେ ଏନେଇ ରାଜ୍ୟ ଭାଜପା ୟୁନିଟ କିମ୍ବା ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri