ଚିଲିକା ଉପକୂଳରେ ନିଶା ଔଷଧ ଦେଇ ପକ୍ଷୀ ଶିକାର

କଣାସ,୩ା୬(ବିଭୂତି ଭୂଷଣ ତ୍ରିପାଠୀ): କଣାସ ବ୍ଲକର ଶେଷ ସୀମା ଚିଲିକା ଦୟାନଦୀର ମୁହାଁଣଠାରୁ ମକରାନଦୀ ମୁହାଁଣ ଦେଇ ଭୁଷଣ୍ଡପୁର ପର୍ଯ୍ୟନ୍ତ ଚିଲିକା ଉପକୂଳରେ ଦେଶୀ ଓ ବିଦେଶୀ ପକ୍ଷୀମାନଙ୍କୁ ନିଶା ଔଷଧ ଦେଇ ଶିକାରୀମାନେ ଦୈନନ୍ଦିନ ଧରିନେଉଥିଲେ ମଧ୍ୟ ବନ ବିଭାଗ ନିଦାବିଷ୍ଣୁ ସାଜିଛି। ଶୀତଋତୁ ଆସିଲେ ବିଭିନ୍ନ ଦେଶରୁ ଲକ୍ଷାଧିକ ପକ୍ଷୀ ଚିଲିକାକୁ ଚାଲିଆସନ୍ତି ଏବଂ ଗ୍ରୀଷ୍ମର ଆଗମନ ହେବା ପରେ ନିଜ ଦେଶକୁ ଫେରିଯାଆନ୍ତି। ତେବେ କିଛି ବର୍ଷ ହେଲା ଅନେକ ବିଦେଶୀ ଓ ଦେଶୀ ପକ୍ଷୀ ଚିଲିକା ଉପକୂଳର ଗାଁଗଣ୍ଡାରେ ଧାନ ଖାଇବା ପାଇଁ ରହିଯାଉଛନ୍ତି। ବର୍ତ୍ତମାନ ବିଭିନ୍ନ ପ୍ରଜାତିର ପକ୍ଷୀ ଚିଲିକା ଉପକୂଳ ଗ୍ରାମ ଗୋପୀନାଥପୁର, ପାଇକମରା, ସାନଓରା, ବଡଓରା, ଓଗାଳପୁର, ଗଙ୍ଗାଧରପୁର, ଦୋଛିଆଁ, ଆଳିପଡ଼ା, ନୂଆଗାଁ, ଦେଇପୁର ମୌଜାର ଧାନଜମିରେ ଧାନ ଓ ପୋକଜୋକ ଖାଉଥିବା ଦେଖିବାକୁ ମିଳୁଛି। ସେହିପରି ଚିଲିକା ଉପକୂଳରେ ଜମା ହୋଇଥିବା କଲିକତି ଦଳ ଓ କଇଁଫୁଲ କେଶରକୁ ମଧ୍ୟ ଖାଦ୍ୟ ରୂପେ ଗ୍ରହଣ କରୁଛନ୍ତି। ତେଣୁ ଶିକାରୀମାନେ ଧାନଜମିରେ ଛିଟିକିଣି ବସାଇବା ସହିତ କଇଁଫୁଲ କେଶରରେ ସିରିିଞ୍ଜ ମାଧ୍ୟମରେ ନିଶାଯୁକ୍ତ ଔଷଧ ପୂରାଇ ଏବଂ ମାଛରେ ବିଷ ଦେଇ ପକ୍ଷୀମାନଙ୍କୁ ଶିକାର କରୁଛନ୍ତି। ଶୀତଋତୁରେ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ପାଇଁ ଟାଙ୍ଗୀ ବନ ବିଭାଗ, ସାତପଡ଼ା ଓ  ବାଲୁଗାଁ  ପକ୍ଷୀ ସୁରକ୍ଷା ବିଭାଗ ପକ୍ଷରୁ କଡ଼ାକଡ଼ି ବ୍ୟବସ୍ଥା କରାଯାଇଥାଏ। କିନ୍ତୁ ବର୍ତ୍ତମାନ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଶିକାରୀମାନେ ଦୈନନ୍ଦିନ ଶହ ଶହ ପକ୍ଷୀ ଶିକାର କରି ନିବିଘ୍ନରେ ଫେରିଯାଉଛନ୍ତି। ପକ୍ଷୀ ସୁରକ୍ଷା ପ୍ରତି ବନ ବିଭାଗ ଦୃଷ୍ଟି ଦେବା ପାଇଁ ପକ୍ଷୀପ୍ରେମୀ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri