ନଳବଣ ପକ୍ଷୀ ଅଭୟାରଣ୍ୟ ଅସୁରକ୍ଷିତ

ପୁରୀ ଅଫିସ,୯।୯: ଚିଲିକାରେ ଶୀତୁଆ ସକାଳ ଓ ବିଦେଶୀ ପକ୍ଷୀଙ୍କ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ହଜାର ହଜାର ପକ୍ଷୀଙ୍କ ଆଗମନରେ ନଳବଣ ପକ୍ଷୀ ଅଭୟାରଣ୍ୟ ପୂରିଉଠେ। ମାତ୍ର ଗତ କିଛିବର୍ଷ ହେବ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ କମିଛି। ଶୀତଦିନେ ଚିଲିକାର ନଳବଣରେ ଆଉ ଆଗଭଳି ସାଇବେରିଆ ପକ୍ଷୀ ଦେଖିବାକୁ ମିଳୁନାହାନ୍ତି। ପକ୍ଷୀ ଶିକାର, ମୋଟରଚାଳିତ ଡଙ୍ଗା ଓ ଲୋକଙ୍କ ଅନଧିକାର ପ୍ରବେଶ ହିଁ ଏହାର କାରଣ ବୋଲି କୁହାଯାଉଛି। ଚିଲିକାର ଜୈବ ବିବିଧତା ମଧ୍ୟ ପ୍ରଭାବିତ ହେବାରେ ଲାଗିଛି।
ପ୍ରତିବର୍ଷ ଶୀତଋତୁରେ ନଳବଣରେ ୧ ହଜାରରୁ ଊର୍ଦ୍ଧ୍ୱ ପ୍ରକାର ପକ୍ଷୀଙ୍କ ସମାଗମ ହୋଇଥାଏ। ବନ୍ୟଜନ୍ତୁ ସଂରକ୍ଷଣ ଆଇନ-୧୯୭୨ ଅଧୀନରେ ନଳବଣକୁ ପକ୍ଷୀ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି। ନଳବଣକୁ ସି-ଇଗଲ୍‌, ଗ୍ରେ ହେରନ୍ସ, ସ୍ପୁନ୍‌ ବିଲ୍ସ, ଷ୍ଟ୍ରୋକ୍ସ, ପାରିଆହା କାଇଟ୍ସ, ଲାର୍କ୍ସ, ରଫ୍‌, ଡନ୍‌ଲିନ୍‌, ଲାପ୍‌ ଉଇଙ୍ଗ୍ସ ଓ ଗଡ୍‌ ଉଇଡ୍ସ ଭଳି ବିରଳ ପକ୍ଷୀ ଆସନ୍ତି। ତେବେ ଏଭଳି ସମ୍ବେଦନଶୀଳ ଅଞ୍ଚଳକୁ ମାତ୍ରାଧିକ ଚଳପ୍ରଚଳ ଓ ମୋଟରଯାନ ଶବ୍ଦ ବିଗତ ବର୍ଷଗୁଡ଼ିକରେ କ୍ରମାଗତ ଭାବେ ପ୍ରଭାବିତ କରିଛି। ଏହି ପକ୍ଷୀ ଜୈବମଣ୍ଡଳରେ ବାରମ୍ବାର ମନୁଷ୍ୟକୃତ ହସ୍ତକ୍ଷେପ ଯୋଗୁ ପକ୍ଷୀଙ୍କ ଆଗମନ ସଂଖ୍ୟା କମୁଥିବା ପରିବେଶବିତ୍‌ ଜ୍ଞାନପ୍ରସାଦ ମିଶ୍ର କହିଛନ୍ତି। ସେହିଭଳି ଗତ ଫେବୃୟାରୀରେ ଓଡ଼ିଶା ହାଇକୋର୍ଟ ପକ୍ଷୀ ଅଭୟାରଣ୍ୟର ସମ୍ବେଦନଶୀଳ ଅଞ୍ଚଳ ଯାହା ଗୁରୁତ୍ୱପୂର୍ଣ୍ଣ ପକ୍ଷୀ ଅଞ୍ଚଳ ଭାବେ ଚିହ୍ନିତ, ସେଠାରେ ମନୁଷ୍ୟକୃତ କାର୍ଯ୍ୟକଳାପ ଓ ମୋଟରଚାଳିତ ଡଙ୍ଗା ଚଳାଚଳ କମାଇବା ସହ ଏ ସମ୍ପର୍କିତ ନୋଟିସ୍‌ ଜାରି କରିଥିଲେ। ଏହାପରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ ଅଭୟାରଣ୍ୟ ଉପରେ ଥିବା ବିପଦ ସଂକ୍ରାନ୍ତ ଜନସ୍ବାର୍ଥ ମାମଲାର ଉତ୍ତର ରଖିଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀ ତଥା ଡଙ୍ଗାଚାଳକ ପ୍ରଭୁ ଜେନା କହିଛନ୍ତି, ସରକାରଙ୍କ ଦ୍ୱାରା ବେଆଇନ ଭାବେ ଅନୁମତି ନେଇ କିଛି ଲୋକ ନଳବଣ ଭିତରକୁ ପ୍ରବେଶ କରୁଛନ୍ତି। ନିୟମ ମୁତାବକ ନଳବଣର ନିୟନ୍ତ୍ରିତ ଅଞ୍ଚଳ ଭିତରକୁ କେହି ପ୍ରବେଶ କରିପାରିବେ ନାହିଁ। ପର୍ଯ୍ୟଟକମାନେ ବୁଲିବାକୁ ଆସିଲେ ନିର୍ଦ୍ଦିଷ୍ଟ ଦୂରତାରୁ ନଳବଣରେ ପକ୍ଷୀମାନଙ୍କୁ ଦେଖନ୍ତି। ତେବେ ସରକାରୀ ହସ୍ତକ୍ଷେପ କମିଲେ ପକ୍ଷୀମାନେ ପ୍ରଭାବିତ ହୁଅନ୍ତେ ନାହିଁ। ସେହିପରି ବାଲୁଖଣ୍ଡ ଅଞ୍ଚଳର ଜଣେ ଫରେଷ୍ଟ ଗାର୍ଡ ନିଜ ନାମ ଗୋପନ ରଖି କହିଛନ୍ତି, ମୋଟରଡଙ୍ଗା ଓ ପକ୍ଷୀ ଶିକାର ଭଳି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ। ଶୀତଋତୁ ଆସିଲେ ପକ୍ଷୀ ଶିକାର ଏକ ନିତିଦିନିଆ କାର୍ଯ୍ୟ ପାଲଟିଯାଏ। ମତ୍ସ୍ୟଜୀବୀମାନେ ଡଙ୍ଗା ଯୋଗେ ନଳବଣକୁ ଯାଇ ପକ୍ଷୀ ଶିକାର କରିଥାନ୍ତି। ସେହିପରି ସମ୍ବେଦନଶୀଳ ଅଞ୍ଚଳରେ ବିନା ବାଧାରେ ମୋଟର ଡଙ୍ଗା ଚଳାଚଳ କରୁଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ସେଗୁଡ଼ିକ ଉପରେ ସବୁ ସମୟରେ ନଜର ରଖିବା ସମ୍ଭବ ହେଉନାହିଁ। ଶୀତଋତୁରେ ୫ଶହରୁ ଊର୍ଦ୍ଧ୍ୱ ଡଙ୍ଗା ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କରିଥାଏ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ବିନା ଏହି ସମସ୍ୟାର ସମାଧାନ ସମ୍ଭବ ନୁହେଁ। ଏ ନେଇ ସିଡିଏ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ନନ୍ଦଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। ଅନ୍ୟପକ୍ଷରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବାଲୁଖଣ୍ଡ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଚିଲିକା ମଧ୍ୟରେ ପାଟ୍ରୋଲିଂ କରାଯାଇଥାଏ। ସମ୍ବେଦନଶୀଳ ଅଞ୍ଚଳରେ କେହି ପ୍ରବେଶ କଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସେହିଭଳି ଜୈବ ବିବିଧତା ସର୍ଭେ କାର୍ଯ୍ୟକାରୀ କରାଯାଉଛି। ପ୍ରତିବର୍ଷ କେତେ ସଂଖ୍ୟକ ପକ୍ଷୀ ଆସନ୍ତି, ତାହାର ଗଣନା ମଧ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

୩ୟ T20: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି; ବୁମରା-ଅକ୍ଷର ବାଦ୍

ଧର୍ମଶାଳା,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜର ତୃତୀୟ ମୁକାବିଲା ରବିବାର ଧର୍ମଶାଳାରେ ଖେଳାଯାଉଛି। ଭାରତୀୟ ଦଳର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri