ନଳବଣ ପକ୍ଷୀ ଅଭୟାରଣ୍ୟ ଅସୁରକ୍ଷିତ

ପୁରୀ ଅଫିସ,୯।୯: ଚିଲିକାରେ ଶୀତୁଆ ସକାଳ ଓ ବିଦେଶୀ ପକ୍ଷୀଙ୍କ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ହଜାର ହଜାର ପକ୍ଷୀଙ୍କ ଆଗମନରେ ନଳବଣ ପକ୍ଷୀ ଅଭୟାରଣ୍ୟ ପୂରିଉଠେ। ମାତ୍ର ଗତ କିଛିବର୍ଷ ହେବ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ କମିଛି। ଶୀତଦିନେ ଚିଲିକାର ନଳବଣରେ ଆଉ ଆଗଭଳି ସାଇବେରିଆ ପକ୍ଷୀ ଦେଖିବାକୁ ମିଳୁନାହାନ୍ତି। ପକ୍ଷୀ ଶିକାର, ମୋଟରଚାଳିତ ଡଙ୍ଗା ଓ ଲୋକଙ୍କ ଅନଧିକାର ପ୍ରବେଶ ହିଁ ଏହାର କାରଣ ବୋଲି କୁହାଯାଉଛି। ଚିଲିକାର ଜୈବ ବିବିଧତା ମଧ୍ୟ ପ୍ରଭାବିତ ହେବାରେ ଲାଗିଛି।
ପ୍ରତିବର୍ଷ ଶୀତଋତୁରେ ନଳବଣରେ ୧ ହଜାରରୁ ଊର୍ଦ୍ଧ୍ୱ ପ୍ରକାର ପକ୍ଷୀଙ୍କ ସମାଗମ ହୋଇଥାଏ। ବନ୍ୟଜନ୍ତୁ ସଂରକ୍ଷଣ ଆଇନ-୧୯୭୨ ଅଧୀନରେ ନଳବଣକୁ ପକ୍ଷୀ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି। ନଳବଣକୁ ସି-ଇଗଲ୍‌, ଗ୍ରେ ହେରନ୍ସ, ସ୍ପୁନ୍‌ ବିଲ୍ସ, ଷ୍ଟ୍ରୋକ୍ସ, ପାରିଆହା କାଇଟ୍ସ, ଲାର୍କ୍ସ, ରଫ୍‌, ଡନ୍‌ଲିନ୍‌, ଲାପ୍‌ ଉଇଙ୍ଗ୍ସ ଓ ଗଡ୍‌ ଉଇଡ୍ସ ଭଳି ବିରଳ ପକ୍ଷୀ ଆସନ୍ତି। ତେବେ ଏଭଳି ସମ୍ବେଦନଶୀଳ ଅଞ୍ଚଳକୁ ମାତ୍ରାଧିକ ଚଳପ୍ରଚଳ ଓ ମୋଟରଯାନ ଶବ୍ଦ ବିଗତ ବର୍ଷଗୁଡ଼ିକରେ କ୍ରମାଗତ ଭାବେ ପ୍ରଭାବିତ କରିଛି। ଏହି ପକ୍ଷୀ ଜୈବମଣ୍ଡଳରେ ବାରମ୍ବାର ମନୁଷ୍ୟକୃତ ହସ୍ତକ୍ଷେପ ଯୋଗୁ ପକ୍ଷୀଙ୍କ ଆଗମନ ସଂଖ୍ୟା କମୁଥିବା ପରିବେଶବିତ୍‌ ଜ୍ଞାନପ୍ରସାଦ ମିଶ୍ର କହିଛନ୍ତି। ସେହିଭଳି ଗତ ଫେବୃୟାରୀରେ ଓଡ଼ିଶା ହାଇକୋର୍ଟ ପକ୍ଷୀ ଅଭୟାରଣ୍ୟର ସମ୍ବେଦନଶୀଳ ଅଞ୍ଚଳ ଯାହା ଗୁରୁତ୍ୱପୂର୍ଣ୍ଣ ପକ୍ଷୀ ଅଞ୍ଚଳ ଭାବେ ଚିହ୍ନିତ, ସେଠାରେ ମନୁଷ୍ୟକୃତ କାର୍ଯ୍ୟକଳାପ ଓ ମୋଟରଚାଳିତ ଡଙ୍ଗା ଚଳାଚଳ କମାଇବା ସହ ଏ ସମ୍ପର୍କିତ ନୋଟିସ୍‌ ଜାରି କରିଥିଲେ। ଏହାପରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହୋଇ ଅଭୟାରଣ୍ୟ ଉପରେ ଥିବା ବିପଦ ସଂକ୍ରାନ୍ତ ଜନସ୍ବାର୍ଥ ମାମଲାର ଉତ୍ତର ରଖିଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀ ତଥା ଡଙ୍ଗାଚାଳକ ପ୍ରଭୁ ଜେନା କହିଛନ୍ତି, ସରକାରଙ୍କ ଦ୍ୱାରା ବେଆଇନ ଭାବେ ଅନୁମତି ନେଇ କିଛି ଲୋକ ନଳବଣ ଭିତରକୁ ପ୍ରବେଶ କରୁଛନ୍ତି। ନିୟମ ମୁତାବକ ନଳବଣର ନିୟନ୍ତ୍ରିତ ଅଞ୍ଚଳ ଭିତରକୁ କେହି ପ୍ରବେଶ କରିପାରିବେ ନାହିଁ। ପର୍ଯ୍ୟଟକମାନେ ବୁଲିବାକୁ ଆସିଲେ ନିର୍ଦ୍ଦିଷ୍ଟ ଦୂରତାରୁ ନଳବଣରେ ପକ୍ଷୀମାନଙ୍କୁ ଦେଖନ୍ତି। ତେବେ ସରକାରୀ ହସ୍ତକ୍ଷେପ କମିଲେ ପକ୍ଷୀମାନେ ପ୍ରଭାବିତ ହୁଅନ୍ତେ ନାହିଁ। ସେହିପରି ବାଲୁଖଣ୍ଡ ଅଞ୍ଚଳର ଜଣେ ଫରେଷ୍ଟ ଗାର୍ଡ ନିଜ ନାମ ଗୋପନ ରଖି କହିଛନ୍ତି, ମୋଟରଡଙ୍ଗା ଓ ପକ୍ଷୀ ଶିକାର ଭଳି ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ। ଶୀତଋତୁ ଆସିଲେ ପକ୍ଷୀ ଶିକାର ଏକ ନିତିଦିନିଆ କାର୍ଯ୍ୟ ପାଲଟିଯାଏ। ମତ୍ସ୍ୟଜୀବୀମାନେ ଡଙ୍ଗା ଯୋଗେ ନଳବଣକୁ ଯାଇ ପକ୍ଷୀ ଶିକାର କରିଥାନ୍ତି। ସେହିପରି ସମ୍ବେଦନଶୀଳ ଅଞ୍ଚଳରେ ବିନା ବାଧାରେ ମୋଟର ଡଙ୍ଗା ଚଳାଚଳ କରୁଛି। ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ସେଗୁଡ଼ିକ ଉପରେ ସବୁ ସମୟରେ ନଜର ରଖିବା ସମ୍ଭବ ହେଉନାହିଁ। ଶୀତଋତୁରେ ୫ଶହରୁ ଊର୍ଦ୍ଧ୍ୱ ଡଙ୍ଗା ସମ୍ବେଦନଶୀଳ ଅଞ୍ଚଳରେ ପ୍ରବେଶ କରିଥାଏ। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ବିନା ଏହି ସମସ୍ୟାର ସମାଧାନ ସମ୍ଭବ ନୁହେଁ। ଏ ନେଇ ସିଡିଏ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ନନ୍ଦଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ। ଅନ୍ୟପକ୍ଷରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବାଲୁଖଣ୍ଡ ଅଧିକାରୀ ଓ କର୍ମଚାରୀମାନଙ୍କ ଦ୍ୱାରା ଚିଲିକା ମଧ୍ୟରେ ପାଟ୍ରୋଲିଂ କରାଯାଇଥାଏ। ସମ୍ବେଦନଶୀଳ ଅଞ୍ଚଳରେ କେହି ପ୍ରବେଶ କଲେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସେହିଭଳି ଜୈବ ବିବିଧତା ସର୍ଭେ କାର୍ଯ୍ୟକାରୀ କରାଯାଉଛି। ପ୍ରତିବର୍ଷ କେତେ ସଂଖ୍ୟକ ପକ୍ଷୀ ଆସନ୍ତି, ତାହାର ଗଣନା ମଧ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଲୋ ବ୍ଲଡପ୍ରେସର ସମସ୍ୟା ଅଛି କି ? ଏଥିରୁ ମୁକୁଳିବା ପାଇଁ ପିଅନ୍ତୁ…

ମିଶ୍ରିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଏବଂ ଆମିନୋ ଏସିଡ ରହିଛି। ଯଦି ଆପଣଙ୍କର ଲଗାତର କାଶ ହେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri