ଗରୁଡ଼ ପକ୍ଷୀ ଉଦ୍ଧାର, ପୂଜାର୍ଚ୍ଚନା କଲେ ଗ୍ରାମବାସୀ

ବାଲେଶ୍ୱର ଅଫିସ,୧୩ା୧: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ନାଚିନ୍ଦl ଗ୍ରାମରେ ଏକ ବିରଳ ପକ୍ଷୀ ଉଦ୍ଧାର ହୋଇଛି। ଏହି ପକ୍ଷୀଟି ଦେଖିବାକୁ ଠିକ ଗରୁଡ଼ ଭଳି ହୋଇଛି। ପୁରାଣରେ ଉଲ୍ଲେଖିତ ଅଛି ବିଷ୍ଣୁଙ୍କ ବାହନ ହେଉଛି ଗରୁଡ଼ ପକ୍ଷୀ। ସେଥିପାଇଁ ନାଚିନ୍ଦା ଗ୍ରାମବାସୀ ମହାଦେବ ମନ୍ଦିରରେ ଏହି ପକ୍ଷୀ ଟିକୁ ରଖି ପୂଜାର୍ଚ୍ଚନା କରୁଛନ୍ତି। ଏହାକୁ ଦେଖିବା ପାଇଁ ଭିଡ଼ ପରିଲକ୍ଷିତ ହୋଇଛି। ଗ୍ରାମର ଅରବିନ୍ଦ ଦାସ ନାମକ ଯୁବକ ଏହି ପକ୍ଷୀଟିକୁ ଦେଖିଥିଲେ। ପରେ ସେ ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିବା ପ୍ରକାଶ କରିଛନ୍ତି।