ବାର୍ଡ ଫ୍ଲୁ ଆତଙ୍କ: ୪ ଫାର୍ମରୁ ମରାଗଲା ୫ ହଜାର କୁକୁଡ଼ା

ପିପିଲି,୨୬ା୮(ଦୁର୍ଗାମାଧବ ମିଶ୍ର/ ପ୍ରଭାତ ମହାପାତ୍ର):ପୁରୀ ଜିଲା ପିପିଲି ବ୍ଲକରେ ବାର୍ଡ ଫ୍ଲୁ ହେବା ପରେ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ କୁକୁଡ଼ା ମରା ଅଭିଯାନର ଦ୍ୱିତୀୟ ଦିନରେ ଆବଲପୁର, ପୋଡଙ୍ଗ, ଜନାର୍ଦ୍ଦନପୁର, ରାୟଗରପୁର, ସହଜପୁର, ଆଳିସ, ବାଲିଗଁା, ଓଡସମୁଡ଼ି, ନୂଆଗୋଡି ଅଞ୍ଚଳର ପ୍ରାୟ ୫୪ଟି ଫାର୍ମ ଚିହ୍ନଟ କରାଯାଇଛି। ଏଥିରୁ ରାପିଡ୍‌ ରେସକ୍ୟୁ ଟିମ୍‌ ୪ଟି ଫାର୍ମରୁ ପ୍ରାୟ ୫ ହଜାର କୁକୁଡ଼ା ମାରିଛି। ଏହି ଅଭିଯାନକୁ ପ୍ରାୟ ୧୫ ଦିନ ସମୟ ଲାଗିବ ବୋଲି ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି। କୁକୁଡ଼ା ମରାଯିବା ପରେ ସମସ୍ତ ଫାର୍ମକୁ ସାନିଟାଇଜେସନ କରାଯିବ। ପରେ ଫାର୍ମଗୁଡିକୁ ଜଉମୁଦ ସିଲ କରାଯାଇ ଚାବିକୁ ବିଭିଓଙ୍କ ପାଖରେ ରଖାଯିବ। ତେବେ ସୋମବାରଠାରୁ କୁକୁଡ଼ା ମରା ବାବଦ କ୍ଷତିପୂରଣ ଦିଆଯିବ। ୬ ସପ୍ତାହ ମଧ୍ୟରେ ଥିବା କୁକୁଡ଼ା ବାବଦକୁ ୨୦ ଟଙ୍କା ଏବଂ ୬ ସପ୍ତାହରୁ ଅଧିକ ଦିନର କୁକୁଡ଼ା ପାଇଁ ୯୦ ଟଙ୍କା ହିସାବରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ତେବେ ପିପିଲି ବ୍ଲକ ଲକ୍ଷ୍ମୀନାରାୟଣପୁର ଗ୍ରାମ ପଞ୍ଚାୟତର ଦିନଉଧାରଣପୁରରେ ବାର୍ଡ ଫ୍ଲୁ ହୋଇଥିବା ଆଶଙ୍କା କରି ସେଠାରୁ ନମୁନା ସଂଗ୍ରହ କରାଯାଇ ରବିବାର ଭୋପାଲ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ କାଯ୍ୟନୁଷ୍ଠାନ ନିଆଯିବ। ଏପଟେ କୁକୁଡ଼ା ମରା ଅଭିଯାନ ରୋକିବାକୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଥିବାବେଳେ ପୁରୀ ଅତିରିକ୍ତ ପ୍ରାଣି ସମ୍ପଦ ଅଧିକାରୀ ବିଶ୍ୱରଞ୍ଜନ ବେହେରା, ରାଜ୍ୟ ପୋଲଟ୍ରି ଫାର୍ମସ ଡେଭେଲପମେଣ୍ଟ ଫୋରମ ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ପରିଡ଼ାଙ୍କ ମଧ୍ୟରେ ଦୀର୍ଘ ସମୟ ଦୁର୍ଗାଦାଶପୁର ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଚାଷୀଙ୍କ ସହ ଆଲୋଚନା କରିଥିଲେ। କେତେଗୁଡ଼ିଏ ପ୍ରସ୍ତାବର ସନ୍ତୋଷ ଜନକ ସିଦ୍ଧାନ୍ତ ହେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏବଂ କୁକୁଡ଼ା ମରା ଅଭିଯାନ ହୋଇଥିଲା। ସାତଶଙ୍ଖଠାରୁ ଉତ୍ତରା ପର୍ଯ୍ୟନ୍ତ ପ୍ରାୟ ଦେଢ଼ଶହ ଫାର୍ମରୁ ୫ ଲକ୍ଷ କୁକୁଡ଼ା ମରିଥିବା ସୂଚନା ମିଳିଛି। ସମସ୍ତ ଫାର୍ମକୁ ଯାଞ୍ଚ କରି ବିଶୋଧନ ଏବଂ ତାଲିକା ଭୁକ୍ତ କରିବାକୁ ଏଡିଭିଓ ବେହେରା ପ୍ରତିଶ୍ରୁତି ଦେଇଛନ୍ତି। ସମସ୍ତ ଫାର୍ମ ରୋଗ ପ୍ରତରୋଧ ପାଇଁ ଭିତର ଏବଂ ବାହାର ବିଶୋଧନ କରାଯିବ। ପ୍ରଥମେ ଆୱାରନେସ କ୍ୟାମ୍ପ ମାଧ୍ୟମରେ କୁକୁଡ଼ା ଚାଷୀଙ୍କୁ ସଚେତନତା କରାଯିବ ବୋଲି ବେହେରା କହିଛନ୍ତି। ପିପିଲିରେ ବାର୍ଡ ଫ୍ଲୁ ହୋଇଥିଲାବେଳେ କେଉଁ ଆଧାରକୁ ଭିତ୍ତିକରି ସଂକ୍ରମିତ ଫାର୍ମ ଚୟନ କରାଯାଇଛି ବୋଲି ଚାଷୀ ପ୍ରଶ୍ନ ଉଠାଇଥିଲେ। ସେପଟେ ଚାଷୀ ଚୟନରେ ସ୍ବଚ୍ଛତା ଅବଲମ୍ବନ କରା ନ ଗଲେ ବରଦାସ୍ତ କରାଯିବ ନାହିଁ ବୋଲି ଚାଷୀ ଚେତାବନୀ ଦେଇଛନ୍ତି।
ପିପିଲିରେ ଦେଢ଼ଶହରୁ ଅଧିକ ଫାର୍ମ ଥିଲାବେଳେ କିଭଳି ପିପିଲି ତେଇଶିପୁର ଅଞ୍ଚଳରେ ୫୪ଟି ଫାର୍ମକୁ ସଂକ୍ରମିତ ଘୋଷଣା କରାଯାଇ ଅନ୍ୟ ଫାର୍ମକୁ ଛାଡ଼ି ଦିଆଗଲା ବୋଲି ଚାଷୀ ଅଭିଯୋଗ ଆଣିଛନ୍ତି। ଗତ ଜୁନ୍‌ଠାରୁ ପିପିଲି ଜଗନାଥପୁରଠାରୁ ଉତ୍ତରା, ସାତଶଙ୍ଖ, କଣ୍ଟି ଅଞ୍ଚଳରେ ୧୫୦ରୁ ଊଦ୍ଧର୍‌ବ କୁକୁଡ଼ା ଫାର୍ମ ରହିଥିଲାବେଳେ କେବଳ ୫୪ଟି ଫାର୍ମ ଚିହ୍ନଟ ପରେ ଚାଷୀ ପ୍ରତିକ୍ରିୟାଶୀଳ ହୋଇଛନ୍ତି। କେବଳ ପିପିଲି ନୁହେଁ ଡେଲାଙ୍ଗରେ ପ୍ରାୟ ଶହେ ଫାର୍ମ ଓ ସତ୍ୟବାଦୀରେ ୮୦ଟି ଫାର୍ମରେ କୁକୁଡ଼ା ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଥିଲାବେଳେ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଏଗୁଡ଼ିକୁ କ’ଣ ପାଇଁ ବାଦ୍‌ ଦିଆଯାଇଛି ବୋଲି ଚାଷୀ ଅଭିଯୋଗ ଆଣିଛନ୍ତି। ଏଥିସହ ଚାଷୀ ଚୟନରେ ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେପଟେ କୁକୁଡ଼ା ମାରିବା ସମୟରେ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇଦେବାରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ସ୍ଥାନୀୟ ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ ଦାବି କରିଛନ୍ତି। ଅନ୍ୟପଟେ ପିପିଲି, ଡେଲାଙ୍ଗ, ସତ୍ୟବାଦୀ ଅଞ୍ଚଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ଦେବାକୁ ରାଜ୍ୟ ସମ୍ପାଦକ ପରିଡ଼ା କହିଥିବାବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ଚାଷୀ କହିଛନ୍ତି। ଆବଲପୁର ଅଞ୍ଚଳରେ ୫୪ଟି ଫାର୍ମକୁ ସଫା କରିବା ସହିତ ଯେଉଁ ଫାର୍ମରେ କୁକୁଡ଼ା ଥିବ ତାକୁ ମରାଯିବ। ଏସବୁ କାର୍ଯ୍ୟକ୍ରମ ଚାଷୀଙ୍କ ସହିତ ଆଲୋଚନା କରି କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ସୋମବାର ପୁଣିଥରେ ଚାଷୀଙ୍କୁ ନେଇ ବୈଠକ ହେବ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri