ରାଜ୍ୟରେ ବ୍ୟାପିବାରେ ଲାଗିଛି ବାର୍ଡ଼ ଫ୍ଲୁ: କ୍ଵାରେଣ୍ଟାଇନରେ କୁକୁଡ଼ା ଚାଷୀ

ଭୁବନେଶ୍ୱର,୧୦।୯: ରାଜ୍ୟରେ ଏବେ ବାର୍ଡ଼ ଫ୍ଲୁ ରୋଗରେ କୁକୁଡ଼ା ଆକ୍ରାନ୍ତ ଖବର ମଧ୍ୟରେ କେନ୍ଦ୍ରାପଡା ଡେରାବିସି ଅଞ୍ଚଳରେ କିଛି ଚାଷୀଙ୍କଠାରେ ଲକ୍ଷଣ ଦେଖାଯିବାରୁ କିଛି କୁକୁଡ଼ା ଚାଷୀଙ୍କୁ ନିଜ ଘରେ କ୍ଵାରେନଣ୍ଟାଇନରେ ରହିବାକୁ କୁହାଯାଇଛି।

ସୂଚନାନୁସାରେ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଚାଷୀଙ୍କ ନମୁନା ସଂଗ୍ରହ କରି ସେମାନଙ୍କୁ ଘର କ୍ଵାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ପୁରୀର ପିପିଲିରେ ବାର୍ଡ଼ ଫ୍ଲୁ ଚିହ୍ନଟ ହେବା ପରେ ହଜାର ହଜାର କୁକୁଡ଼ାଙ୍କୁ ହତ୍ୟା କରି ପୋତିଦିଆଯାଇଥିଲା। ଏହାପରେ କେନ୍ଦ୍ରାପଡ଼ାର ଡେରାବିଶ ଅଂଚଳରେ ବାର୍ଡ଼ ଫ୍ଲୁ ଚିହ୍ନଟ ହୋଇଥିଲା। ପୁରୀରେ ଏହା ଅଧିକ ବ୍ୟାପିବାରୁ କେନ୍ଦ୍ରୀୟ ଟିମ୍ ମଧ୍ୟ ଆସି ସେଠାରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି।

ସେହିପରି ପୁରୀ ଜିଲା ପିପିଲି ବ୍ଲକରେ ବାର୍ଡ ଫ୍ଲୁ ହେବା ପରେ ବର୍ତ୍ତମାନ ଏହା ଡେଲାଙ୍ଗ ଓ ନିମାପଡ଼ାକୁ ବ୍ୟାପିଛି। ଡେଲାଙ୍ଗ, ନିମାପଡ଼ାରୁ ସଂଗ୍ରହ ନମୁନାରେ ପଜିଟିଭ ଚିହ୍ନଟ ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ଉଭୟ ଜାଗାରେ କଣ୍ଟେନମେଣ୍ଟ ସହ ଲୋକଙ୍କୁ ସଚେତନ କରାଯାଉଛି। ପ୍ରାଣୀ ନିର୍ଦ୍ଦେଶକ ଓ ଜିଲାସ୍ତରୀୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରୁଛନ୍ତି ବୋଲି ସେ କହିଛନ୍ତି।

ଅପ୍ୟପକ୍ଷେ ପୁରୀ ଜିଲା ପିପିଲି ବ୍ଲକରେ ବାର୍ଡ ଫ୍ଲୁ ହେବା ପରେ ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ କୁକୁଡ଼ା ମରା ଅଭିଯାନ ଜାରି ରହିଛି। ଆବଲପୁର, ପୋଡଙ୍ଗ, ଜନାର୍ଦ୍ଦନପୁର, ରାୟଗରପୁର, ସହଜପୁର, ଆଳିସ, ବାଲିଗଁା, ଓଡସମୁଡ଼ି, ନୂଆଗୋଡି ଅଞ୍ଚଳର ପ୍ରାୟ ୫୪ଟି ଫାର୍ମ ଚିହ୍ନଟ କରାଯାଇଛି। ଏଥିରୁ ରାପିଡ ରେସକ୍ୟୁ ଟିମ୍‌ ୪ଟି ଫାର୍ମରୁ ପ୍ରାୟ ୫ ହଜାର କୁକୁଡ଼ା ମାରିଛି। ଏହି ଅଭିଯାନକୁ ପ୍ରାୟ ୧୫ ଦିନ ସମୟ ଲାଗିବ ବୋଲି ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ କୁକୁଡା ପରେ ଏବେ ବାର୍ଡ ଫ୍ଲୁ ମଣିଷକୁ ଡେଇଁଥିବା ଆଲୋଚନା ହେଉଛି। ରାଜ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତି ରାପିଡ ରେସକ୍ୟୁ ଟିମର ବୋଲି ଜଣାପଡିଛି। ତାଙ୍କ ଠାରେ ଜ୍ୱର ଏବଂ ଥଣ୍ଡା ଭଳି ଲକ୍ଷଣ ଦେଖାଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଭୋପାଳର (NIHSAD)କୁ ପଠାଇଛନ୍ତି ମଙ୍ଗଳପୁର ମେଡିକାଲ କର୍ତ୍ତୃପକ୍ଷ। ଏନେଇ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ବିନୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।

ବାର୍ଡ ଫ୍ଲୁ ରୋକିବାକୁ ଚାରି ଜଣିଆ ଅଫିସରଙ୍କୁ ନେଇ ପିପିଲି ବ୍ଲକରେ ଗୋଟିଏ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଏପରିକି ସନ୍ଦେହ ଭିତରେ ଥିବା ୧୦ଟି ଗାଁରେ ୧୦ଜଣ ଆଶାକର୍ମୀଙ୍କୁ ପ୍ରତେକ ଦିନ ପ୍ରତେକ ଗାଁରେ ଘରେ ଘରେ ବୁଲି ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଝିଅ ବାହାଘର ପାଇଁ ଟଙ୍କା ଦେବେ ସରକାର, ଭୋଜି ପାଇଁ ମିଳିବ…

ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା ସରକାର।...

ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ: ପ୍ରସ୍ତୁତି ଜୋରଦାର…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଲଖନା ଗାଁରେ ଶୁକ୍ରବାର ୧୭ତମ ଧନୁଯାତ୍ରା ପାଇଁ ନୂତନ କମିଟି ଗଠନ ସହ ଶୁଭସ୍ତମ୍ଭ...

ଫଳ ଦୋକାନ ଉପରକୁ ମାଡିଗଲା ମ୍ୟୁନିସିପାଲଟି ଗାଡି, ମୋବାଇଲ ଫୋନରେ କଥା ହୋଇ…

ବଲାଙ୍ଗୀର,୬।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବସ୍‌ ଟର୍ମିନାଲ ସମ୍ମୁଖରେ ଥିବା ଫଳ ଦୋକାନ ଉପରକୁ ଶନିବାର ସକାଳେ ବଲାଙ୍ଗୀର ମ୍ୟୁନିସିପାଲଟିର ଏକ ସେପଟି ଟାଙ୍କି ଗାଡି...

ଗୃହରକ୍ଷୀବାହିନୀ ପୋଲିସର ଅଭିନ୍ନ ଅଙ୍ଗ: ଜନସାଧାରଣଙ୍କ ହୋଇଛନ୍ତି ଆସ୍ଥାଭାଜନ

ବଲାଙ୍ଗୀର, ୬।୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶା ଗୃହରକ୍ଷୀ ବାହିନୀର ୬୩ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବଲାଙ୍ଗୀର ରିଜର୍ଭ ପୋଲିସ ପରେଡ ପଡିଆଠାରେ ଶନିବାର ପାଳିତ ହୋଇଯାଇଛି...

ବିପୁଳ ଗଞ୍ଜେଇ ଜବତ,  ଜଣଙ୍କ ପରେ ଜଜଙ୍କୁ ମାଡିବସିଲା…

ନୂଆପଡ଼ା,୬ା୧୨ (ମକାରୁ ବେମାଲ): ନୂଆପଡ଼ା ଅବକାରୀ ବିଭାଗ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣ ଗଞ୍ଜେଇ ଜବତ ସହ ୬ ଜଣଙ୍କୁ ଗିରଫ...

ବାଇକ୍‌ ଚାଳକଙ୍କ ଉପରେ ମାଡ଼ିଗଲା ଟ୍ରଲର: ଜାତୀୟ ରାଜପଥ ରକ୍ତଚଞ୍ଜିତ

ବଣାଇଁ, ୬।୧୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଗମଲେଇ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ କିଛି ସମୟ ପୂର୍ବରୁ ଘଟିଛି ଏକ ମର୍ମନ୍ତୁଦ...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri