ଚିଲିକାରେ ପକ୍ଷୀ ଗଣନା ଆଜି

ବାଲୁଗଁା,୧୮ା୧(ସଂଗ୍ରାମ ପାଇକରାୟ): ଚିଲିକା ବନ୍ୟପ୍ରାଣୀ ବିଭାଗ ବାଲୁଗଁା ଆନୁକୂଲ୍ୟରେ ରବିବାର ଚିଲିକାରେ ପକ୍ଷୀ ଗଣନା ହେବ। ଏହି ପରିପ୍ରେକ୍ଷୀରେ ଶନିବାର ବାଲୁଗଁା ନିକଟ ବଡ଼କୁଳସ୍ଥିତ ସିଡିଏ ଆର୍ଦ୍ରଭୂମି ଗବେଷଣା କେନ୍ଦ୍ର ସମ୍ମିଳନୀ କକ୍ଷରେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ମୋଟ ୨୨ଟି ଟିମ୍‌ରେ ସାମିଲ ହୋଇଥିବା ୧୨୦ ଜଣ ଗଣନାକାରୀ ଉକ୍ତ ଶିବିରରେ ପ୍ରଶିକ୍ଷଣ ନେଇଥିଲେ। ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ଏମ୍‌. ଯୋଗଜୟାନନ୍ଦ, ଡେପୁଟି ବନ୍ୟ ସଂରକ୍ଷକ ରମାପଦ ଅରବିନ୍ଦ ମିଶ୍ର, ଅବସରପ୍ରାପ୍ତ ପିସିସିଏଫ୍‌ ଅନୁପ ନାୟକ ଏବଂ ଆର୍‌ସିସିଏଫ୍‌ ପି.କେ. ମିଶ୍ର, ବମ୍ୱେ ନାଚୁରାଲ ହିଷ୍ଟ୍ରି ଅଫ୍‌ ସୋସାଇଟିର ଡେପୁଟି ଡାଇରେକ୍ଟର ଡ. ସତ୍ୟ ସାଲଭମ ଏବଂ ଡିଏଫ୍‌ଓ ଅମ୍ଳାନ୍‌ ନାୟକ ଗଣନା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ତାଲିମ ପରେ ଗଣନାକାରୀ ଟିମ୍‌ ଅପରାହ୍ନ ୪ଟାରୁ ନିର୍ଦ୍ଧାରିତ ନିଜ ନିଜ କ୍ୟାମ୍ପ୍‌ରେ ଯାଇ ଅବସ୍ଥାନ କରିଛନ୍ତି l ରବିବାର ଭୋର୍‌ ୬ଟାରୁ ଏକକାଳୀନ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଜାରି ରହିବ। ସନ୍ଧ୍ୟା ସୁଦ୍ଧା ସମସ୍ତ ଟିମ୍‌ ପହଞ୍ଚିବା ପରେ ସ୍ଥାନୀୟ ଓ ବିଦେଶୀ ପକ୍ଷୀ ଏବଂ ପ୍ରଜାତି ସଂଖ୍ୟା ନିର୍ଣ୍ଣୟ କରାଯାଇ ବିଭାଗ ପକ୍ଷରୁ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ଡିଏଫ୍‌ଓ ଅମ୍ଳାନ୍‌ ନାୟକ କହିଛନ୍ତି।
ଚିଲିକାରେ ‘ଇରାଓ୍ୱାଡି’ ପ୍ରଜାତିର ଡଲ୍‌ଫିନ୍‌ ଗଣନା ଆସନ୍ତା ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ହେବ। ଏଥିରେ ୧୮ଟି ଟିମ୍‌ ସାମିଲ ହେବେ। ୧୯ତାରିଖରେ ତାଲିମ ପ୍ରଦାନ ପରେ ସାତପଡ଼ାଠାରେ ୮ଟି ଟିମ୍‌ ଏବଂ ବାଲୁଗଁା ନିକଟସ୍ଥ ଚିଲିକାରେ ୧୦ଟି ଟିମ୍‌ ରହି ଗଣନା କରିବେ। ଏହାର ଚୂଡ଼ାନ୍ତ ରିପୋର୍ଟ ପିସିସିଏଫ୍‌ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ସେକ୍ଟର-୬ ଆନନ୍ଦ ମାର୍ଗ ବସ୍ତିରେ ଗୋଷ୍ଠୀ ସଂଘର୍ଷ: ୭ ଆହତ, ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ

ରାଉରକେଲା, ୪।୩(ସଂଗୀତା ଜେନା): ଆନନ୍ଦ ମାର୍ଗ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଏକ ସାମାନ୍ୟ ବିବାଦ ପରେ ବୁଧବାର ରାଉରକେଲାର ସେକ୍ଟର-୬ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।…

ବ୍ରିଜ ତଳକୁ ଖସିଲା ପିକଅପ୍‌: ୬ ଆହତ

ନନ୍ଦପୁର, ୫/୩(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଥାନା ଅଧୀନ କୁମାରଗନ୍ଧନା ପଞ୍ଚାୟତର ହଣ୍ଡାଲତୋଟା ନିକଟ ବ୍ରିଜ ତଳକୁ ଏକ ପିକଅପ ଗାଡ଼ି ଖସି ପଡ଼ିବାରୁ ୬ ଜଣ…

ବାଇକ୍‌-ସ୍କୁଟି ମୁହାଁମୁହିଁ ଧକ୍କା: ଆଖିବୁଜିଲେ ଶିବ

ଦିଗପହଣ୍ଡି,୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ସମ୍ମୁଖ ୧୭ନଂ ରାଜ୍ୟ ରାଜପଥରେ ବୁଧବାର ଅପରାହ୍ନରେ ସ୍କୁଟି (ନଂ. ଓଡ଼ି୦୭ ବିଏ…

ଖରସ୍ରୋତା ନଦୀରେ ଗାଧୋଉଥିଲେ ଶୁଭ ସଂକଳ୍ପ: ହଠାତ୍‌ ବୁଡ଼ିଗଲେ, ତା’ପରେ…

ଆଳି, ୪/୩(ବନମାଳୀ ସେନାପତି):ରଙ୍ଗର ପର୍ବ ହୋଲି ପାଇଁ ଗାଁଠୁ ସହର ଉତ୍ସବମୁଖର ଥିବାବେଳେ ହୋଲି ଖେଳି ସାରି ନଦୀରେ ସାଙ୍ଗ ପିଲାଙ୍କ ସହ ନଦୀରେ ଗାଧୋଉଥିବା ବେଳେ…

ହୋଲିରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଅନଲାଇନରୁ ବନ୍ଧୁକ କିଣି…

ବଲାଙ୍ଗୀର/ଦେଓଗାଁ,୪ା୩( ସୁନୀଲ କୁମାର ମହାନ୍ତି /କୃଷ୍ଣ ପ୍ରସାଦ ପାଣିଗ୍ରାହୀ ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଲୁହାଖାନ ଗାଁରେ ପବିତ୍ର…

ହୋଲି ଭୋଜି ସାରି ଫେରୁଥିଲେ ଏସବିଆଇ ଶାଖା ପରିଚାଳକ: ବାଟରେ ଛକିଥିଲା ଯମ, ଆଉ ତା’ପରେ..

ଭଞ୍ଜନଗର,୪/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାରେ ବୁଧବାର ଅପରାହ୍ନ ୫ ଟାରେ ଏକ କାର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସୋରଡ଼ା ଷ୍ଟେଟ…

ହୋଲିରେ ବଡ଼ ଦୁର୍ଘଟଣା: ଦୁଇ ବାଇକ ମୁହାଁମୁହିଁ ଧକ୍କା, ଶିଶୁ ସମେତ ୪ ମୃତ

ଫୁଲବାଣୀ, ୪ା୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁଇ ବାଇକ…

ପ୍ରଥମ ସେମିଫାଇନାଲରୁ ୪ ଖେଳାଳି ବାଦ୍‌, ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୪।୩: T୨୦ ବିଶ୍ୱକପ୍‌ ୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ ଜିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri