ଚିଲିକାରେ ପକ୍ଷୀ ଗଣନା ଆଜି

ବାଲୁଗଁା,୧୮ା୧(ସଂଗ୍ରାମ ପାଇକରାୟ): ଚିଲିକା ବନ୍ୟପ୍ରାଣୀ ବିଭାଗ ବାଲୁଗଁା ଆନୁକୂଲ୍ୟରେ ରବିବାର ଚିଲିକାରେ ପକ୍ଷୀ ଗଣନା ହେବ। ଏହି ପରିପ୍ରେକ୍ଷୀରେ ଶନିବାର ବାଲୁଗଁା ନିକଟ ବଡ଼କୁଳସ୍ଥିତ ସିଡିଏ ଆର୍ଦ୍ରଭୂମି ଗବେଷଣା କେନ୍ଦ୍ର ସମ୍ମିଳନୀ କକ୍ଷରେ ଗଣନାକାରୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ମୋଟ ୨୨ଟି ଟିମ୍‌ରେ ସାମିଲ ହୋଇଥିବା ୧୨୦ ଜଣ ଗଣନାକାରୀ ଉକ୍ତ ଶିବିରରେ ପ୍ରଶିକ୍ଷଣ ନେଇଥିଲେ। ଭୁବନେଶ୍ୱର ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ଏମ୍‌. ଯୋଗଜୟାନନ୍ଦ, ଡେପୁଟି ବନ୍ୟ ସଂରକ୍ଷକ ରମାପଦ ଅରବିନ୍ଦ ମିଶ୍ର, ଅବସରପ୍ରାପ୍ତ ପିସିସିଏଫ୍‌ ଅନୁପ ନାୟକ ଏବଂ ଆର୍‌ସିସିଏଫ୍‌ ପି.କେ. ମିଶ୍ର, ବମ୍ୱେ ନାଚୁରାଲ ହିଷ୍ଟ୍ରି ଅଫ୍‌ ସୋସାଇଟିର ଡେପୁଟି ଡାଇରେକ୍ଟର ଡ. ସତ୍ୟ ସାଲଭମ ଏବଂ ଡିଏଫ୍‌ଓ ଅମ୍ଳାନ୍‌ ନାୟକ ଗଣନା ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ତାଲିମ ପରେ ଗଣନାକାରୀ ଟିମ୍‌ ଅପରାହ୍ନ ୪ଟାରୁ ନିର୍ଦ୍ଧାରିତ ନିଜ ନିଜ କ୍ୟାମ୍ପ୍‌ରେ ଯାଇ ଅବସ୍ଥାନ କରିଛନ୍ତି l ରବିବାର ଭୋର୍‌ ୬ଟାରୁ ଏକକାଳୀନ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପକ୍ଷୀ ଗଣନା ଜାରି ରହିବ। ସନ୍ଧ୍ୟା ସୁଦ୍ଧା ସମସ୍ତ ଟିମ୍‌ ପହଞ୍ଚିବା ପରେ ସ୍ଥାନୀୟ ଓ ବିଦେଶୀ ପକ୍ଷୀ ଏବଂ ପ୍ରଜାତି ସଂଖ୍ୟା ନିର୍ଣ୍ଣୟ କରାଯାଇ ବିଭାଗ ପକ୍ଷରୁ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ଡିଏଫ୍‌ଓ ଅମ୍ଳାନ୍‌ ନାୟକ କହିଛନ୍ତି।
ଚିଲିକାରେ ‘ଇରାଓ୍ୱାଡି’ ପ୍ରଜାତିର ଡଲ୍‌ଫିନ୍‌ ଗଣନା ଆସନ୍ତା ୨୦ରୁ ୨୨ତାରିଖ ପର୍ଯ୍ୟନ୍ତ ହେବ। ଏଥିରେ ୧୮ଟି ଟିମ୍‌ ସାମିଲ ହେବେ। ୧୯ତାରିଖରେ ତାଲିମ ପ୍ରଦାନ ପରେ ସାତପଡ଼ାଠାରେ ୮ଟି ଟିମ୍‌ ଏବଂ ବାଲୁଗଁା ନିକଟସ୍ଥ ଚିଲିକାରେ ୧୦ଟି ଟିମ୍‌ ରହି ଗଣନା କରିବେ। ଏହାର ଚୂଡ଼ାନ୍ତ ରିପୋର୍ଟ ପିସିସିଏଫ୍‌ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତି ମଣିଷ ପାଇଁ ଆଣିଥାଏ ମହାବିପତ୍ତି, ଏଥିରୁ ଦୂରେଇ ରହିବାକୁ…

ଦାରିଙ୍ଗବାଡ଼ି,୧୮ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଗାଡ଼ିଚାଳକଙ୍କୁ ନିରାପଦ ଗାଡ଼ି ଚଳାଇବା ନେଇ ସଚେତନ କରାଯାଉଛି। ଗାଡ଼ି ଚଳାଇବା ବେଳେ ସିଟ୍‌ ବେଲ୍ଟ...

ମୌନି ଅମାବାସ୍ୟାରେ ପ୍ରୟାଗରାଜରେ ବିଶୃଙ୍ଖଳା, ସ୍ନାନ କରିବାକୁ ମନା କଲେ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ

ପ୍ରୟାଗରାଜ,୧୮।୧: ରବିବାର ପ୍ରୟାଗରାଜର ସଙ୍ଗମ ନଦୀ କୂଳରେ ମୌନୀ ଅମାବାସ୍ୟା ସ୍ନାନ ସମୟରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ସ୍ନାନ କରିବାକୁ ମନା କରିଥିଲେ।...

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଟି୨୦, ଓ୍ବାନ ଡେ’ ଟିମ୍‌ ଘୋଷଣା କଲା ଇଣ୍ଡିଆ, ୭ ବର୍ଷ ପରେ ଫେରିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୮।୧: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ମହିଳା କ୍ରିକେଟ ଦଳ ଘୋଷଣା କରାଯାଇଛି। ଏହି ଗସ୍ତରେ ଟିମ ଇଣ୍ଡିଆ ତିନୋଟି ଦିନିକିଆ ଏବଂ ସମାନ ଟି-୨୦...

ଜାତୀୟ ରାଜପଥ କଡ଼ ସୋଲାର ଲାଇଟ ଅଚଳ: ମରାମତି ପାଇଁ ଚାଲିଛି ସର୍ଭେ 

ଦାରିଙ୍ଗବାଡ଼ି,୧୮।୧(ଅରୁଣ ସାହୁ): ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ନଂ ଜାତୀୟ ରାଜପଥର ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତ ପଞ୍ଚୁପଲଠାରୁ ବାଲିଗୁଡା ମଧ୍ୟରେ ରାଜପଥର ୨ କଡ଼ରେ ସୋଲାର...

କରୋନା ପରେ ଚାଇନାରେ କୋକୁଆ ଭୟ ସୃଷ୍ଟି କଲାଣି ନୋରୋଭାଇରସ, ୧୦୩ ଶିଶୁ ଆକ୍ରାନ୍ତ, ଜାଣନ୍ତୁ ଏହାର ଲକ୍ଷଣ, କେମିତି ଦୂରେଇ ରହିବେ…

ବେଜିଂ,୧୮।୧: କରୋନାଭାଇରସ ପରେ, ଚାଇନାର ଆଉ ଏକ ଭାଇରସ ଆସିଛି। ଦକ୍ଷିଣ ଚାଇନାର ଗ୍ବାଙ୍ଗଡୋଙ୍ଗ ପ୍ରଦେଶର ଫୋସାନ ସିଟିର ଏକ ସିନିୟର ହାଇସ୍କୁଲରେ ୧୦୩ ଜଣ...

ଆଜି ମୌନୀ ଅମାବାସ୍ୟାରେ ବଦଳିଯିବି ୩ ରାଶିଙ୍କ ଭାଗ୍ୟ, ଜାଣନ୍ତୁ କେମିତି ରହିବ ବାକି ରାଶିଙ୍କ ଦିନ?

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଆଜି, ଜାନୁଆରୀ ୧୮, ୨୦୨୬, ମାଘ ମାସର କୃଷ୍ଣ ପକ୍ଷ (କଣ୍ଠ ପକ୍ଷ)ର ଅମାବାସ୍ୟା ଏବଂ ପ୍ରତିପଦ ତିଥି ହେବ। ପୂର୍ୱାଷାଢା...

ଭାଜପା ଏମ୍‌ପି ମନୋଜ ତିଓ୍ବାରୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି, ଗିରଫ ହେଲେ ପୂର୍ବତନ କର୍ମଚାରୀ

ମୁମ୍ବାଇ,୧୮।୧: ଦିଲ୍ଲୀର ଉତ୍ତର-ପୂର୍ବ ଲୋକ ସଭା ନିର୍ବାଚନମଣ୍ଡଳୀର ଭାଜପା ଏମପି ଏବଂ ପ୍ରସିଦ୍ଧ ଗାୟକ ମନୋଜ ତିୱାରୀଙ୍କ ମୁମ୍ବାଇ ବାସଭବନରୁ ୫.୪୦ ଲକ୍ଷ ଟଙ୍କା ଚୋରି...

ଭାରତର ଏହି ୧୦ରାଜ୍ୟରେ ଟଙ୍କାବର୍ଷା! ହେଉଛି ବଡ଼ ଡିଲ୍‌

ନୂଆଦିଲ୍ଲୀ,୧୮।୧: ୨୦୨୬ ର ଆରମ୍ଭ ନେଟଫ୍ଲିକ୍ସ ଭଳି OTT ପ୍ଲାଟଫର୍ମ ପାଇଁ ଏକ କଠିନ ପ୍ରତିଯୋଗିତା ସୃଷ୍ଟି କରିଛି। ନେଟଫ୍ଲିକ୍ସର ସହ-ପ୍ରତିଷ୍ଠାତା ଥରେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri