ପୁଅ ନୁହେଁ ଝିଅ ଚାହୁଁଛନ୍ତି ବିପାଶା

ମୁମ୍ବାଇ: ବଲିଉଡର ହଟ୍ ନାୟିକା ବିପାଶା ବସୁ ଏବେ ତାଙ୍କ ପ୍ରେଗ୍ନେନ୍ସି ଟାଇମକୁ ଏନଜୟ କରୁଛନ୍ତି । ୪୩ ବର୍ଷୀୟା ନାୟିକା ବିପାଶା ବିବାହର ୬ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି । କିଛିଦିନ ପୂର୍ବରୁ ବିପାଶା ଓ ତାଙ୍କ ସ୍ୱାମୀ କରନ ସିଂ ଗ୍ରୋଭର ଏହି ଗୁଡ୍ ନ୍ୟୁଜ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ବିପାଶା ତାଙ୍କର ଏହି ନୂଆ ଫେଜକୁ ନେଇ ବହୁତ ଅଧିକ ଖୁସି ଅଛନ୍ତି । ଆଉ ପତି କରନ ବି କିଛି ଅଭାବ ରଖୁ ନାହାନ୍ତି ।
ନୂଆ ଅତିଥି ଘରକୁ ଆସିଲେ କ’ଣ କରିବା କଥା କ’ଣ ନ କରିବା କଥା ସେ ନେଇ ବିପାଶ ଏବେଠାରୁ ଲିଷ୍ଟ ପ୍ରସ୍ତୁତ କରି ସାରିଲେଣି । ତେବେ ଏହି ଦମ୍ପତ୍ତି ପୁଅ ନୁହେଁ ବରଂ ଝିଅଟିଏ ତାଙ୍କ କୋଳକୁ ଆସୁ ବୋଲି ଚାହୁଁଛନ୍ତି । ନିକଟରେ ବିପାଶା ଏକ ସାକ୍ଷାତକାରରେ କହିଥିଲେ ସନ୍ତାନ ଏବେ ଜନ୍ମ ହୋଇନାହିଁ ସତ ହେଲେ ଆମେ ଦୁହେଁ ତାକୁ ଝିଅ ବୋଲି ସମ୍ବୋଧନ କରୁଛୁ ।

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ବିପାଶା କହିଛନ୍ତି, ମୁଁ ଓ କରନ ଆରମ୍ଭରୁ କ୍ଲିୟର ଥିଲୁ କି ଆମକୁ ଗୋଟିଏ ସନ୍ତାନ ଦରକାର । ତେବେ ଆମେ ଏତେ ସମୟ କାହିଁକି ନେଇଛୁ ବୋଲି ପ୍ରଶ୍ନ ଉଠେ । କିନ୍ତୁ ଏହା ମୋ ପାଇଁ ସଠିକ ସମୟ ବୋଲି କହିଛନ୍ତି ବିପାଶା । ମୁଁ ଅଭିବ୍ୟକ୍ତିରେ ଭରସା କରିଥାଏ । ଯେବେ ଆମେ ସନ୍ତାନ କଥା ଚିନ୍ତା କରିଥିଲୁ ସେବେଠୁ ଭାବିନେଇଥିଲୁ ଆମକୁ ଝିଅ ଦରକାର । ହେଲେ ସନ୍ତାନ ପାଇବା ଭଗବାନଙ୍କର ସବୁଠାରୁ ସୁନ୍ଦର ଉପହାର । ଝିଅ ହେଉ ବା ପୁଅ ଆମକୁ ସ୍ୱୀକର କରିବାକୁ ପଡିବ । ହେଲେ ଆମ ବେବି ହେବା ପୂର୍ବରୁ ଆମେ ତାକୁ ‘ସି’ ଅର୍ଥାତ୍ ଝିଅ ବୋଲି ସମ୍ବୋଧନ କରୁଛୁ । ବିଶ୍ୱାସ ରଖିଛୁ ଝିଅ ହିଁ ହେବ । ଏହା ଆମେ ସେବେଠାରୁ ବିଶ୍ୱାସ କରିଛୁ ଯେବେଠାରୁ ଆମେ ବେବି ପ୍ଲାନିଂ କରିଛୁ ।
ନିଜର ଡେଲି ରୁଟିନ ସମ୍ପର୍କରେ କଥା ହୋଇ ବିପାଶା କହିଛନ୍ତି ଏବେ ତାଙ୍କ ରୁଟିନ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି । ପେଗ୍ନେସି ସମୟରେ ଅନେକ ମହିଳା ସବୁ କାମ କରିଥାଆନ୍ତି । ହେଲେ ମୋତେ କିଛି କାମ କରିବାକୁ ବାରଣ କରାଯାଇଛି । ମୁଁ ସବୁବେଳେ ମଲ୍ଟିଟାସ୍କିଂ ମାନେ ଏକାଥରେ ଅନେକ କାମ କରିପାରେ । ହେଲେ ଏବେ ଯାହା ମୋ ବେବି ପାଇଁ ଭଲ ତାହା ମୁଁ କରୁଛି ବୋଲି ବିପାଶା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri