ଆଖୁ ଚୋପରୁ ତିଆରି ହେଉଛି ମାସ୍କ: ୩୦ ଥର ହୋଇପାରିବ ବ୍ୟବହାର

ନୂଆଦିଲ୍ଲୀ,୧୯।୭: କରୋନା ସଂକ୍ରମଣ ରୋକିବାକୁ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି ସ୍ବାସ୍ଥ୍ୟବଜ୍ଞାନୀ ଓ ଡାକ୍ତର। କରୋନା ଭଳି ଏକ ଅଦୃଶ୍ୟ ମହାମାରୀ ସହ ଲଢିବାକୁ ହେଲେ ହାତ ଧୋଇବା, ସୋସିଆଲ ଡିଷ୍ଟାନସିଂ ରଖିବା, ଫେସମାସ୍କ, ଗ୍ଲୋବ୍ସ ଆଦି ପିନ୍ଧିବାକୁ କୁହାଯାଇଛି। ହେଲେ ଏବେ ଏହାର ବହୁଳ ବ୍ୟବହାର ଫଳରେ ଦିନକୁ ଦିନ ମେଡିକାଲ ବର୍ଜ୍ୟବସ୍ତୁ ପରିମାଣ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଏବେ ରାଜଧାନୀ ଦିଲ୍ଲୀର ଏକ କମ୍ପାନୀ ଏଫିବାର (Effibar) ଆଖୁର ଚୋପା ଓ ବର୍ଜ୍ୟବସ୍ତୁରୁ ମାସ୍କ ତିଆରି କରିଛି। ଏହାକୁ ଜଣେ ବ୍ୟକ୍ତି ୩୦ ଥର ବ୍ୟବହାର କରିପାରିବେ ବୋଲି କମ୍ପାନୀ କହିଛି। ଆଉ ବ୍ୟବହାର ପରେ ଏହାକୁ ଫିଙ୍ଗିଦେଲେ ଏହା ସହଜରେ ଡିକମ୍ପୋଜ ମଧ୍ୟ ହୋଇପାରିବ। ଏଫିବାର ଗ୍ରୁପର ଫାଉଣ୍ଡର ରାଜେଶ ଭରଦ୍ୱାଜ କହିଛନ୍ତି ବାୟୋଫେସ ମାସ୍କ ଏକ ବାୟୋଡିଗ୍ରେଡେବଲ ମାସ୍କ। ଏଥିରେ ଆଣ୍ଟି ବ୍ୟାକ୍ଟିରିଆ ପ୍ରପଟି ମଧ୍ୟ ରହିଛି। କାରଣ ଏହାକୁ ପିଏଲ୍‌ଏ କମ୍ପାଉଣ୍ଡ ଓ ଫଲିଏଟିକ୍‌ ଏସିଡ଼ରେ ପ୍ରସ୍ତୁତ କରାଯାଇଛି। ସେଥିପାଇଁ ଏହା ବାୟୋଡିଗ୍ରେଡେବଲ ଓ ଆଣ୍ଟି ବ୍ୟାକ୍ଟିରିଆଲ ଅଟେ। ଏହାକୁ ୩୦ଥର ଧୋଇ ବ୍ୟବହାର କରିବା ପରେ ଫୋପାଡି ଦେଲେ ଏହା ପରିବେଶର କୌଣସି କ୍ଷତି କରିବ ନାହିଁ। କାରଣ ଏହା ପ୍ରକୃତିରୁ ଆସିଥିଲା ଓ ପ୍ରକୃତିକୁ ଫେରିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

ସରକାରଙ୍କ ବଡ଼ ପଦକ୍ଷେପ: ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ପୁରୁଣା ଗାଡ଼ି

କଟକ,୨।୪(କାର୍ତ୍ତିକ ସାହୁ): ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ଼ କରିବା…

ବସ ଡ୍ରାଇଭର-ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ, ରାସ୍ତାରେ ବସ ରଖି ଡ୍ରାଇଭର ଗଲେ ମେଡିକାଲ

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକ ଆରଡ଼ି ଛକ ନିକଟରେ ଜାତୀୟ ରାଜପଥ ସର୍ଭିସ ରୋଡରେ ଅଭାବନୀୟ ଘଟଣା । ବସ ଡ୍ରାଇଭର ଓ ଫଳ ଦୋକାନୀ ମଧ୍ୟରେ ଗଣ୍ଡଗୋଳ…

ପୁଅ ବିବାହ ଭୋଜି ଦିନ ଆତ୍ମହତ୍ୟା କରିଦେଲେ ବାପା

ଲୋଇସିଂହା,୬।୪(ସୁଶାନ୍ତ ବାରିକ): ଶନିବାର ଥିଲା ପୁଅ ବାହାଘର। ବାହାଘର ଯଥାରୀତି ସମ୍ପନ୍ନ ହେଲା। ଭୋର ସମୟରେ ବନ୍ଦାପନା କରି ନବବଧୂଙ୍କୁ ଶାଶୁଘରେ ସ୍ବାଗତ କରାଯାଇଥିଲା। ହେଲେ ପୁଅର…

ଓଡ଼ିଆ ପକ୍ଷରେ ଐତିହାସିକ, ଧାର୍ମିକସ୍ଥଳକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ପକ୍ଷରୁ ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀଙ୍କ ତତ୍ୱାବଧାନରେ ଐତହ ଓ ଧାର୍ମିକସ୍ଥଳଗୁଡ଼ିକରେ ସଫେଇ…

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri