Posted inଖେଳ

ବିନ୍ନି ବିସିସିଆଇ ସଭାପତି ହେବା ସମ୍ଭାବନା

ନୂଆଦିଲ୍ଲୀ, ୧୨।୧୦(ପି.ଟି.): ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ହୋଇପାରନ୍ତି ୧୯୮୩ ବିଶ୍ୱକପ୍‌ ବିଜୟୀ ହିରୋ ରୋଜର ବିନ୍ନି। ଏପରି କି ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇପାରନ୍ତି ବୋଲି ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ସୂଚନା ଦେଇଛନ୍ତି। ଅକ୍ଟୋବର ୧୮ରେ ବୋର୍ଡର ବାର୍ଷିକ ସାଧାରଣ ଅଧିବେଶନ (ଏଜିଏମ୍‌)ରେ ଏହା ସ୍ପଷ୍ଟ ହେବ। ମଙ୍ଗଳବାର ବିନ୍ନି ତାଙ୍କ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଗତ ଏକ ସପ୍ତାହ ହେଲା ବିସିସିଆଇର ୩୬ତମ ସଭାପତି କାହାରିକୁ କରାଯିବ ସେ ନେଇ ଭିତିରି ଜୋର୍‌ଦାର ଆଲୋଚନା ଚାଲିଥିଲା। ଏଥିରେ ବେଙ୍ଗାଲୁରୁର ୬୭ ବର୍ଷୀୟ ବିନ୍ନିଙ୍କୁ ପରବର୍ତ୍ତୀ ସଭାପତି କରିବା ଲାଗି ଆପାତତଃ ସ୍ଥିର ହୋଇସାରିଥିବା କୁହାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁତ୍ର ଜୟ ଶାହା ଦ୍ୱିତୀୟ ଥର ପାଇଁ ବିସିସିଆଇ ସମ୍ପାଦକ ପଦବୀରେ ରହିବେ। ଶାହା ଆହୁରି ମଧ୍ୟ ସବୁଠାରୁ କ୍ଷମତାଶାଳୀ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୋର୍ଡରେ ଗାଙ୍ଗୁଲିଙ୍କ ସ୍ଥାନରେ ଭାରତରୁ ପ୍ରତିନିଧିତ୍ୱ କରିବେ। ବୋର୍ଡ ସେଟ୍‌ଅପ୍‌ରେ କେନ୍ଦ୍ର ସରକାରଙ୍କ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ବିସିସିଆଇରେ କିଏ କେଉଁ ପଦବୀରେ ରହିବେ ତାହା ସ୍ଥିର କରୁଥିବା ବିସିସିଆଇ ଭିତିରି ସୂତ୍ରରୁ ଜଣାପଡ଼ିଛି। ବିନ୍ନିଙ୍କୁ ବିସିସିଆଇ ମୁଖ୍ୟ ଭାବେ ପସନ୍ଦ କରିବା ଆଶ୍ଚର୍ଯ୍ୟଜନକ ମନେ ହେଉଥିଲେ ମଧ୍ୟ ଏନେଇ ପୂର୍ବରୁ ସଙ୍କେତ ମିଳିଥିଲା, ଯେତେବେଳେ କର୍ନାଟକ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ବିସିସିଆଇ ଏଜିଏମ୍‌ ପାଇଁ ଏହାର ପ୍ରତିନିଧି ଭାବେ ସମ୍ପାଦକ ସନ୍ତୋଷ ମେନନଙ୍କ ସ୍ଥାନରେ ବିନ୍ନିଙ୍କୁ ପଠାଇବା ଲାଗି ନିଷ୍ପତ୍ତି ନେଇଥିଲା। ବିନ୍ନି ହେଉଛନ୍ତି ଜଣେ ବିଶ୍ୱକପ୍‌ ହିରୋ। ତାଙ୍କର ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ରହିଛି। ତାଙ୍କ ପୁଅ ଯେତେବେଳେ ଭାରତୀୟ ଦଳରେ ସ୍ଥାନ ପାଇଁ ଦୌଡ଼ରେ ରହିଥିଲା ସେ ସିଲେକ୍ସନ କମିଟିରୁ ତାଙ୍କର ଇସ୍ତଫା ପ୍ରଦାନ କରିଥିଲେ। ବିସିସିଆଇ କ୍ୟାବିନେଟ୍‌ରେ କଂଗ୍ରେସ ପାର୍ଟିର କେବଳ ଜଣେ ରହିଛନ୍ତି ସେ ହେଲେ ରାଜୀବ ଶୁକ୍ଳା। ବ୍ରିଜେଶ ପଟେଲଙ୍କ ସ୍ଥାନରେ ବର୍ତ୍ତମାନ କୋଷାଧ୍ୟକ୍ଷ ଥିବା କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ସିଂ ଧୂମଲ ଆଇପିଏଲ୍‌ ଚେୟାରମ୍ୟାନ ହେବେ। ମହାରାଷ୍ଟ୍ରର ପ୍ରଭାବଶାଳୀ ନେତା ଆଶିଷ ସେଲାର କୋଷାଧ୍ୟକ୍ଷ ହେବେ। ଫଳରେ ସେ ଆଉ ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ସଭାପତି ରହିବେ ନାହିଁ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଘନିଷ୍ଠ ବୋଲି କୁହାଯାଉଥିବା ଦେବଜିତ୍‌ ସାଇକିଆ ନୂଆ ଯୁଗ୍ମ ସମ୍ପାଦକ ହେବେ। ଅକ୍ଟୋବର ୧୮ରେ ମୁମ୍ବାଇଠାରେ ହେବାକୁଥିବା ବିସିସିଆଇ ଏଜିଏମ୍‌ରେ ବିନ୍ନି ବିଧିବଦ୍ଧ ଭାବେ ବିସିସିଆଇ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ। ବୋର୍ଡର କୌଣସି ପଦବୀ ପାଇଁ ନିର୍ବାଚନ ହେବ ନାହିଁ। ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ। ଆଇସିସି ଚେୟାରମ୍ୟାନ ପଦବୀ ପାଇଁ ବିସିସିଆଇ ପ୍ରାର୍ଥୀ ଦେବ କି ନା ତାହ ସ୍ଥିର ହୋଇ ନାହିଁ।

ଆଇପିଏଲ୍‌ ଚେୟାରମ୍ୟାନ ହେବାକୁ ମନାକଲେ ଗାଙ୍ଗୁଲି

ମୁମ୍ବାଇରେ ସୋମବାର ପହଞ୍ଚତ୍ଥିବା ଗାଙ୍ଗୁଲି ଗତ ସପ୍ତାହରେ ନୂଆଦିଲ୍ଲୀରେ ଅଂଶୀଦାରମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ପୂର୍ବତନ ଭାରତୀୟ ଅଧିନାୟକ ବିସିସିଆଇ ସଭାପତି ପଦବୀରେ ରହିବାକୁ ଆଗ୍ରହ ପ୍ରକାଶ କରିଥିଲେ। ମାତ୍ର ଦ୍ୱିତୀୟ ଥର ପାଇଁ ଏହି ପଦବୀରେ ରଖାଯିବା କୌଣସି ପ୍ରସ୍ତାବ ନାହିଁ ବୋଲି ତାଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦିଆଯାଇଥିଲା। ତାଙ୍କୁ ଆଇପିଏଲ ଚେୟାରମ୍ୟାନ ପଦବୀ ଯଚା ଯାଇଥିଲା। ମାତ୍ର ସେ ବିସିସିଆଇର ମୁଖ୍ୟ ଭାବେ କାର୍ଯ୍ୟ କରିସାରିଥିବାରୁ ଏକ ସବ୍‌ କମିଟିର ମୁଖ୍ୟ ହୋଇପାରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri