ଚର୍ଚ୍ଚାରେ ବିନାୟକ ରେସିଡେଣ୍ଟ କଲେଜ:ଅବହେଳା ପାଇଁ ୨୦୧୯ରେ ଜେଲ ଯାଇଥିଲେ ଅଧ୍ୟକ୍ଷ

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ମେଦିନିପୁର ନିକଟସ୍ଥ ବିନାୟକ ରେସିଡେଣ୍ଟ କଲେଜରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛି। ଗତ ରବିବାର ରାତିରେ ଏଠାକାର ଜଣେ ଯୁକ୍ତ ୨ ଦ୍ୱିତୀୟ ବର୍ଷ (କଳା) ବିଭାଗର ଛାତ୍ର ଅଙ୍କେଶ ବାଗଙ୍କୁ ରାଗିଂ କରି ସହପାଠୀମାନେ ୩ମହଲା କୋଠାରୁ ଠେଲିଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆହତ ଛାତ୍ର ଅଙ୍କେଶଙ୍କ କହିବା ଅନୁଯାୟୀ ସହପାଠୀମାନେ ବିଭିନ୍ନ ସମୟରେ ରାଗିଂ କରି ମାଡ଼ ମାରନ୍ତି। ରବିବାର ରାତିରେ ୯ଜଣ ଛାତ୍ର କ୍ଲାସ୍‌ରେ ମାଡ଼ ମାରି ତିନିମହଲା କୋଠାରୁ ଠେଲି ଦେଇଥିଲେ। ରାଗିଂର କିଛି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୂରିବୁଲୁଛି। କଲେଜର ଆଣ୍ଟି ରାଗିଂ ସେଲ୍‌ ଏହି ଘଟଣାର ତଦନ୍ତ କରୁଛି ବୋଲି ଅଧ୍ୟକ୍ଷ ନଳିନୀକାନ୍ତ ଦାଶ ସଫେଇ ଦେଉଥିବାବେଳେ ଏହି ସେଲ୍‌ ଅଭିଯୋଗ ଆସିଥିବା ଛାତ୍ରଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଛି। କେବଳ ଏହି ଘଟଣା ନୁହେଁ, ୨୦୧୯ ଅକ୍ଟୋବରରେ ଆଉ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଏହି କଲେଜର ଯୁକ୍ତ ୨ ଦ୍ୱିତୀୟ ବର୍ଷ (ବିଜ୍ଞାନ)ରେ ପଢ଼ୁଥିବା ଶାଶ୍ୱତ ମୁଣ୍ଡ ନାମକ ଜଣେ ଛାତ୍ରଙ୍କ ସ୍ଥାନୀୟ ଜଳେଶ୍ୱର ମନ୍ଦିର ନାଳରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ହଷ୍ଟେଲରେ ରହି ପାଠ ପଢ଼ୁଥିବା ଛାତ୍ରଙ୍କୁ ଅପରାହ୍ନରେ ଗାଧୋଇବା ପାଇଁ ବାହାରକୁ ଯିବାକୁ କଲେଜ କର୍ତ୍ତୃପକ୍ଷ କିପରି ଅନୁମତି ଦେଲେ ବୋଲି ସେତେବେଳେ ପ୍ରଶ୍ନ ଉଠିଥିଲା। ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ସେତେବେଳେ ଅଭିଯୋଗ ଆଣିଥିଲେ। ଏନେଇ ପରିବାରବର୍ଗଙ୍କ ପକ୍ଷରୁ ଭବାନୀପାଟଣା ଟାଉନ ଥାନାରେ ଏକ ହତ୍ୟା ଅଭିଯୋଗ କରାଯାଇଥିଲା। ପୋଲିସ ମୃତ ଶାଶ୍ୱତଙ୍କ ସହପାଠୀଙ୍କୁ ଜେରା କରିବା ସହ କର୍ତ୍ତବ୍ୟରେ ଅବହେଳା ଯୋଗୁ କଲେଜର ପରିଚାଳନା ନିର୍ଦ୍ଦେଶକ ତଥା ତତ୍‌କାଳୀନ ଅଧ୍ୟକ୍ଷ ତ୍ରିଲୋଚନ ମହାପାତ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମି ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା। କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁ ବିଭିନ୍ନ ସମୟରେ ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସୁଛି। ଆଡ୍‌ମିଶନ ସମୟରେ କଲେଜ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଥିବାବେଳେ ସୁରକ୍ଷା ଦେବା କ୍ଷେତ୍ରରେ କିନ୍ତୁ ଫେଲ ମାରିଛନ୍ତି, ଯାହା ଉପରୋକ୍ତ ଦୁଇ ଘଟଣାରୁ ପ୍ରମାଣିତ ହୋଇଛି। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। କଲେଜରେ ବିଭିନ୍ନ ସମୟରେ ଘଟୁଥିବା ଏଭଳି ଅଘଟଣ ପାଇଁ ଅଧ୍ୟକ୍ଷ ନଳିନୀ କାନ୍ତ ଦାସଙ୍କୁ ପଚରାଯିବାରେ ରାଗିଂ ଘଟଣାରେ ତଦନ୍ତ ଚାଲିଛି। ଏଥିରେ ଯିଏବି ସମ୍ପୃକ୍ତ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ପିଲାଙ୍କ ସୁରକ୍ଷା ପାଇଁ ଧ୍ୟାନ ଦିଆଯାଉଛି। ତେବେ ୨୦୧୯ ମସିହାରେ ଘଟିଥିବା ଘଟଣା ବିଷୟରେ ସେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri