ଗଞ୍ଜାମ,୧୦।୪(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନସ୍ଥ ହୁମ୍ମା ଫାଣ୍ଡିର ନୂତନ ଫାଣ୍ଡି ଅଧିକାରୀ ଭାବେ ବିନାୟକ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ ଛତ୍ରପୁର ଥାନାରେ ଏସଆଇ ଭାବେ କାର୍ଯ୍ୟ କରୁଥିଲେ । ପରବର୍ତ୍ତୀ ସମୟରେ ଗଞ୍ଜାମ ପୋଲିସ ଜିଲାର ହେଡ଼କ୍ୱାର୍ଟରରେ ଦାୟିତ୍ୱ ତୁଲାଇ ଆସୁଥିବାବେଳେ ତାଙ୍କର ବର୍ତ୍ତମାନ ହୁମ୍ମା ଫାଣ୍ଡିକୁ ବଦଳି ହୋଇଛି ।
ସେହିଭଳି ପୂର୍ବରୁ ହୁମ୍ମା ଫାଣ୍ଡି ଅଧିକାରୀ ଭାବେ ସତ୍ୟଜିତ ବେନିଆଙ୍କୁ କୋଦଳା ଥାନାରେ ନିଯୁକ୍ତି ମିଳିଥିବା ଜଣାପଡିଛି । ହୁମ୍ମା ଫାଣ୍ଡି ଅଧିକାରୀ ବିନାୟକ ଦାସ ରମ୍ଭା ଥାନା ଆସି ଥାନା ଅଧିକାରୀ କୁମାର ମୁଦୁଲିଙ୍କ ସହ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବା ନିଜ ଦାୟିତ୍ୱ ଗ୍ରହଣ କରିଥିଲେ l ପରେ ଫାଣ୍ଡିର ସମସ୍ତ କର୍ମଚାରୀ, ଅଞ୍ଚଳର ବୁଦ୍ଧିଜୀବୀ ଏବଂ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା l ହୁମ୍ମା ଫାଣ୍ଡି ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ସ୍ବତନ୍ତ୍ର ଦୃଷ୍ଟି ସହ ଟ୍ରାଫିକ ସମସ୍ୟାକୁ ଗୁରୁତ୍ୱ ଦେବେ। ଏହା ସହ ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବା ସହ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି ପାଳନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
Dharitri – Odisha’s No.1 Odia Daily

