Categories: ଗଞ୍ଜାମ

ବିମଳ କୁମାର ପଣ୍ଡା ଗଞ୍ଜାମ ଜିଲା ଯୁବ ବିଜେଡି ସାଧାରଣ ସମ୍ପାଦକ

ଛତ୍ରପୁର,୧୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଯୁବ ବିଜେଡିର ସାଧାରଣ ସମ୍ପାଦକ ହୋଇଛନ୍ତି ବିମଳ କୁମାର ପଣ୍ଡା । ସେ ପୂର୍ବରୁ ଛାତ୍ର ବିଜେଡିର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇ ଆସିଥିବା ବେଳେ ୨୦୨୪ ସାଧାରଣ ନର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲାର ଯୁବଗୋଷ୍ଠୀଙ୍କୁ ଦଳୀୟ ସଂଗଠନରେ ସାମିଲ କରି ସଂଗଠନକୁ ମଜବୁତ୍‌ କରିବା ଲାଗି ତାଙ୍କୁ ଏହି ଗୁରୁଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଯୁବ ବିଜେଡିର ଗଞ୍ଜାମ ଜିଲା ସଭାପତି ଭବାନୀକାନ୍ତ ସାହୁ ଏକ ଚିଠି ମାଧ୍ୟମରେ ଦର୍ଶାଇଛନ୍ତି। ସେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଯୁବ ବିଜେଡି ରାଜ୍ୟ ସଭାପତି ବ୍ୟୋମକେଶ ରାୟ , ବିଜୁ ଜନତା ଦଳର ଗଞ୍ଜାମ ଜିଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଯୁବ ବିଜେଡି ଗଞ୍ଜାମ ଜିଲା ସଭାପତି ଭବାନୀ କାନ୍ତ ସାହୁଙ୍କ ସମେତ ଜିଲାର ସମସ୍ତ ଦଳୀୟ ବିଧାୟକ ଓ ଏମ୍‌ପି ମାନଙ୍କୁ ଧନ୍ୟବାଦ ଦେଇଛନ୍ତି।