Posted inଜାତୀୟ

ସରକାରୀ ନିଯୁକ୍ତି ପରୀକ୍ଷାରେ ଜାଲିଆତି ରୋକିବାକୁ ବିଲ୍‌

ନୂଆଦିଲ୍ଲୀ,୬ା୨(ପି.ଟି.):ସରକାରୀ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌, ଜାଲ୍‌ ଓ୍ବେବ୍‌ସାଇଟ୍‌ ଭଳି ବେଆଇନ ଆଚରଣ ରୋକିବା ପାଇଁ କେନ୍ଦ୍ର ସରକାର ସୋମବାର ଲୋକ ସଭାରେ ଏକ ବିଲ୍‌ ଆଣିଛନ୍ତି। ଏଥିରେ ସର୍ବନିମ୍ନ ୩ ବର୍ଷରୁ ସର୍ବାଧିକ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାର ଏବଂ ଏହାର ଏଜେନ୍ସିଗୁଡ଼ିକ ଦ୍ୱାରା ପରିଚାଳିତ ସରକାରୀ ନିଯୁକ୍ତି ପରୀକ୍ଷାରେ ବିଭିନ୍ନ ସଂସ୍ଥା ଦ୍ୱାରା ଅସଦ୍‌ ଉପାୟ ଗ୍ରହଣ କରାଯିବା ସହ ଅପରାଧ କରାଯାଉଥିଲେ ମଧ୍ୟ ଏହାକୁ ରୋକିବା ଲାଗି କୌଣସି ନିର୍ଦ୍ଦିଷ୍ଟ ଆଇନ ନ ଥିଲା। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଲୋକ ସଭାରେ ପବ୍ଲିକ୍‌ ଏକ୍ଜାମିନେଶନ୍ସ (ପ୍ରିଭେନ୍‌ଶନ ଅଫ୍‌ ଅନ୍‌ଫେୟାର ମିନ୍ସ) ବିଲ୍‌, ୨୦୨୪ ଆଗତ କରିଛନ୍ତି। ପ୍ରଶ୍ନପତ୍ର କିମ୍ବା ଉତ୍ତର ଖାତା ଲିକ୍‌ ହେବା, ପରୀକ୍ଷାରେ ବେଆଇନ ଭାବେ ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ସହାୟତା କରିବା ଏବଂ ଜଣେ ବ୍ୟକ୍ତି କିମ୍ବା ଗୋଟିଏ ଗୋଷ୍ଠୀ ଅଥବା ଅନୁଷ୍ଠାନ ଦ୍ୱାରା କମ୍ପ୍ୟୁଟର ନେଟ୍‌ଓ୍ବର୍କ କିମ୍ବା କମ୍ପ୍ୟୁଟର ରିସୋର୍ସ ବା କମ୍ପ୍ୟୁଟର ସିଷ୍ଟମରେ ଜାଲିଆତି ରୋକିବା ପାଇଁ ଏହି ବିଲ୍‌ ଉଦ୍ଦିଷ୍ଟ। ସେହିପରି ଟଙ୍କା ପାଇଁ କିମ୍ବା ଠକେଇ ଲାଗି ଜାଲ୍‌ ଓ୍ବେବ୍‌ସାଇଟ ପ୍ରସ୍ତୁତ କରିବା, ଜାଲ୍‌ ପରୀକ୍ଷା ପରିଚାଳନା, ଠକିବା ବା ଟଙ୍କା ପାଇବା ପାଇଁ ଜାଲ୍‌ ଆଡମିଟ୍‌ କାର୍ଡ ଅଥବା ଅଫର ଲେଟର ଇସ୍ୟୁ କରିବା, ପରୀକ୍ଷା ହଲ୍‌ରେ ସିଟ୍‌ ବ୍ୟବସ୍ଥାରେ ଜାଲିଆତି, ପରୀକ୍ଷାରେ ବେଆଇନ କାର୍ଯ୍ୟ କରିବା ଲାଗି ସୁବିଧା ଦେବାକୁ ପ୍ରାର୍ଥୀଙ୍କୁ ତାରିଖ ଓ ସିଫ୍ଟ ସମ୍ପର୍କରେ ଜଣାଇବା ମଧ୍ୟ ପ୍ରସ୍ତାବିତ ଆଇନରେ ଦଣ୍ଡନୀୟ ଅପରାଧ।
ଏଭଳି ଅପରାଧରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସର୍ବନିମ୍ନ ୩ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଯାଏ ଜରିମାନା କରାଯିବ। ପରୀକ୍ଷା ପରିଚାଳନାରେ ନିୟୋଜିତ ସେବା ପ୍ରଦାନକାରୀ ସଂସ୍ଥା ଉପରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବା ସହ ପରୀକ୍ଷା ଖର୍ଚ୍ଚ ଆଦାୟ କରାଯିବ। ଉକ୍ତ ସେବା ପ୍ରଦାନକାରୀ ସଂସ୍ଥାକୁ ୪ ବର୍ଷ ପର୍ଯ୍ୟନ୍ତ କୌଣସି ପରୀକ୍ଷା ପରିଚାଳନା ପାଇଁ ଅନୁମତି ମିଳିବ ନାହିଁ। ବିଲ୍‌ରେ ସେବା ପ୍ରଦାନକାରୀ ଅର୍ଥ କୌଣସି ସଂସ୍ଥା, ସଂଗଠନ, ଅନୁଷ୍ଠାନ, ବ୍ୟବସାୟିକ ସଂସ୍ଥା, କମ୍ପାନୀ, ସହଭାଗୀ ସଂସ୍ଥା କିମ୍ବା ଏକକ ମାଲିକାନାରେ ଥିବା ସଂସ୍ଥା, ସବ୍‌କଣ୍ଟ୍ରାକ୍ଟର, କମ୍ପ୍ୟୁଟର ରିସୋର୍ସ ବା କୌଣସି ଉପକରଣରେ ସହାୟତା ପ୍ରଦାନକାରୀ ଆଦି ଅନ୍ତର୍ଭୁକ୍ତ, ଯେଉଁମାନେ ସରକାରୀ ପରୀକ୍ଷା ପରିଚାଳନା କର୍ତ୍ତୃପକ୍ଷଙ୍କ ଦ୍ୱାରା ପରୀକ୍ଷା ପରିଚାଳନାରେ ନିୟୋଜିତ ହୋଇଥିବେ। ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ସଂଗଠିତ ଗ୍ୟାଙ୍ଗ୍‌, ମାଫିଆ ତତ୍ତ୍ୱଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଲ୍‌ରେ ବ୍ୟବସ୍ଥା ରହିଛି। ସେମାନଙ୍କ ସହ ସରକାରୀ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଥିଲେ ସେମାନଙ୍କୁ ମଧ୍ୟ ଛଡ଼ାଯିବ ନାହିଁ। ବିଶ୍ୱାସଯୋଗ୍ୟ ହୋଇ ନ ଥିବା କିମ୍ବା ସରକାରୀ ପରୀକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି, ଯିଏକି ପ୍ରାର୍ଥୀ ହୋଇ ନ ଥିବେ, ସେମାନଙ୍କୁ ପରୀକ୍ଷା କେନ୍ଦ୍ର ମଧ୍ୟକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ସରକାରୀ ପରୀକ୍ଷାରେ ବେଆଇନ କାର୍ଯ୍ୟକଳାପ ଯୋଗୁ ତାହା ବାତିଲ ଏବଂ ବିଳମ୍ବିତ ହେବା ସହ ଲକ୍ଷ ଲକ୍ଷ ଯୁବତୀଯୁବକ ପ୍ରଭାବିତ ହେଉଛନ୍ତି। ତେଣୁ ପରୀକ୍ଷା ପରିଚାଳନାରେ ସର୍ବାଧିକ ସ୍ବଚ୍ଛତା ଓ ବିଶ୍ୱସନୀୟତା ଆଣିବା ଉକ୍ତ ବିଲ୍‌ର ଉଦ୍ଦେଶ୍ୟ। ପ୍ରସ୍ତାବିତ ଆଇନରେ ଥିବା ଅପରାଧଗୁଡ଼ିକର ତଦନ୍ତ ଜଣେ ଡିଏସପି କିମ୍ବା ଏସିପିଙ୍କଠାରୁ କମ୍‌ ପାହ୍ୟାର ଅଫିସର କରିବେ ନାହିଁ।
କେନ୍ଦ୍ର ଜନସେବା ଆୟୋଗ(ୟୁପିଏସ୍‌ସି), ଷ୍ଟାଫ୍‌ ସିଲେକ୍‌ଶନ କମିଶନ (ଏସ୍‌ଏସ୍‌ସି), ରେଲଓ୍ବେ ରିକ୍ରୁଟମେଣ୍ଟ ବୋର୍ଡ (ଆର୍‌ଆର୍‌ବି), ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ୟାଙ୍କିଙ୍ଗ ପର୍ସୋନେଲ ସିଲେକ୍ସନ(ଆଇବିପିଏସ୍‌) ଏବଂ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ନିଯୁକ୍ତି ପରୀକ୍ଷା ଉକ୍ତ ବିଲ୍‌ ଅନ୍ତର୍ଭୁକ୍ତ। ସେହିପରି କର୍ମଚାରୀ ନିଯୁକ୍ତି ସହ ସମ୍ପୃତ କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ବା ବିଭାଗ ଏବଂ ଏହାସହ ସମ୍ପୃକ୍ତ ଅଧସ୍ତନ କାର୍ଯ୍ୟାଳୟ ତଥା କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପିତ କୌଣସି କର୍ତ୍ତୃପକ୍ଷ ପ୍ରସ୍ତାବିତ ଆଇନ ପରିସରଭୁକ୍ତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri