ମିଲିଣ୍ଡାଙ୍କୁ ପୁଣି ବାହା ହେବାକୁ ଚାହାନ୍ତି ବିଲ୍‌ ଗେଟ୍ସ

ଓ୍ବାଶିଂଟନ୍‌, ୩ା୫: ମାଇକ୍ରୋସଫ୍ଟ ସହପ୍ରତିଷ୍ଠାତା ବିଲ୍‌ ଗେଟ୍ସ ତାଙ୍କ ପୂର୍ବତନ ସ୍ତ୍ରୀ ମିଲିଣ୍ଡା ଫ୍ରେଞ୍ଚ ଗେଟ୍ସଙ୍କୁ ପୁଣି ବିବାହ କରିବାକୁ ଚାହୁଁଥିବା ଏକ ସାକ୍ଷାତକାରରେ କହି ଚର୍ଚ୍ଚାକୁ ଆସିଛନ୍ତି। ୨୦୨୧ ମେ’ରେ ଏହି ଦମ୍ପତି ୩୦ ବର୍ଷର ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇ ଛାଡ଼ପତ୍ର ଘୋଷଣା କରିଥିଲେ। ଉଭୟଙ୍କର ୩ ସନ୍ତାନ ଜେନର, ରୋରି ଏବଂ ଫୋଏବି ରହିଛନ୍ତି। ରବିବାର ଏକ ସାକ୍ଷାତକାରରେ ବିଲ୍‌ ଗେଟ୍ସ କହିଛନ୍ତି, ଗତ ୨ ବର୍ଷ ତାଙ୍କ ପାଇଁ ବେଶ୍‌ ନାଟକୀୟ ଥିଲା। ପିଲାମାନେ ତାଙ୍କଠାରୁ ଦୂରେଇ ଯିବା ସବୁଠୁ ଅଜବ ଥିଲା। ପ୍ରତ୍ୟେକ ବୈବାହିକ ଜୀବନରେ ପରିବର୍ତ୍ତନ ଆସିଥାଏ। ତାଙ୍କ କ୍ଷେତ୍ରରେ ତାହା ଥିଲା ଛାଡ଼ପତ୍ର। କିନ୍ତୁ ତାଙ୍କ ଦୃଷ୍ଟିରୁ ମିଲିଣ୍ଡାଙ୍କ ସହ ବିବାହ ବେଶ୍‌ ଭଲ ଥିଲା ବୋଲି ବିଲ୍‌ ଗେଟ୍ସ କହିଛନ୍ତି। ସେ କ’ଣ ପୁଣି ମିଲିଣ୍ଡାଙ୍କୁ ବିବାହ କରିବାକୁ ଚାହାନ୍ତି କି ପ୍ରଶ୍ନରେ ବିଲ୍‌ ଗେଟ୍ସ କହିଥିଲେ, ଭବିଷ୍ୟତରେ ମୋର ଅନ୍ୟ ଯୋଜନା ନାହିଁ। କିନ୍ତୁ ଏହି ବିବାହକୁ ମୁଁ ଅଗ୍ରାଧିକାର ଦେବି। ସୂଚନାଯୋଗ୍ୟ, ଛାଡ଼ପତ୍ର ପରେ ମଧ୍ୟ ଏହି ଦମ୍ପତି ଏକାଠି ବିଲ୍‌ ଆଣ୍ଡ୍‌ ମିଲିଣ୍ଡା ଗେଟ୍ସ ଫାଉଣ୍ଡେଶନ ପାଇଁ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri