ମହିଳା କର୍ମଚାରୀଙ୍କ ସହ ଥିଲା ବିଲ୍‌ ଗେଟ୍ସଙ୍କ ପ୍ରେମ ସମ୍ପର୍କ, ଦେଉଥିଲେ ଏସବୁ ଅଫର

ମାଇକ୍ରୋସଫ୍ଟ ସଂସ୍ଥାପକ ଏବଂ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ବିଲ୍‌ ଗେଟ୍ସ କିଛିଦିନ ତଳେ ସ୍ତ୍ରୀ ମେଲିଣ୍ଡାଙ୍କୁ ଛାଡ଼ପତ୍ର ଦେଇଥିବା ଘୋଷଣା କରିଥିଲେ। ମାତ୍ର ଏହା ପରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି।

ଏକ ରିପୋର୍ଟ ଅନୁଯାୟୀ, ବିଲ୍‌ ଗେଟ୍ସ ବିବାହିତ ହୋଇଥିଲେ ମଧ୍ୟ କିଛି ମହିଳା କର୍ମଚାରୀଙ୍କ ସହ ଡେଟ୍‌ କରୁଥିଲେ। ଜଣେ ମହିଳା କର୍ମଚାରୀଙ୍କ ସହ ଗେଟ୍ସଙ୍କର ପ୍ରେମ ସମ୍ପର୍କ ମଧ୍ୟ ଥିଲା। ଡେଟ୍‌ରେ ଯିବା ପାଇଁ ମହିଳା କର୍ମଚାରୀଙ୍କୁ ବିଲ୍‌ ଗେଟ୍ସ ଅନେକ ଅଫର ଦେଉଥିବାର ମଧ୍ୟ ଶୁଣିବାକୁ ମିଳୁଛି।

୨୦୦୦ରେ ବିଲ୍‌ ଗେଟ୍ସ ମାଇକ୍ରୋସଫ୍ଟ କମ୍ପାନୀରେ କାମ କରୁଥିବା ଜଣେ ମହିଳା ଇଞ୍ଜିନିୟରଙ୍କ ସହ ରିଲେସନଶିପ୍‌ରେ ଥିଲେ। ଏହି ପ୍ରେମସମ୍ପର୍କ ସେତେବେଳେ ଜଣାପଡ଼ିଥିଲା ଯେତେବେଳେ ମହିଳାଜଣକ ୨୦୧୯ରେ କମ୍ପାନୀର ବୋର୍ଡ ଖାତାରେ ସମ୍ପର୍କ ବିଷୟରେ ଶେୟାର କରିଥିଲେ। ୧୯୯୪ରେ ବିଲ୍‌ ଗେଟ୍ସ ଏବଂ ମେଲିଣ୍ଡାଙ୍କ ବିବାହ ହୋଇଥିଲା।

ଏହା ପରେ କମ୍ପାନୀର ଏକ ବୋର୍ଡ କମିଟି ଏହି ଘଟଣାର ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚରେ ମାଇକ୍ରୋସଫ୍ଟ କର୍ମଚାରୀ ପୂରା ସହଯୋଗ କରିଥିଲେ। ମାତ୍ର ଯାଞ୍ଚ ସମ୍ପୂର୍ଣ୍ଣ ହେବା ପୂର୍ବରୁ ହିଁ ବିଲ୍‌ ଗେଟ୍ସ କମ୍ପାନୀରୁ ଇସ୍ତଫା ଦେଇଥିଲେ।

ଏକ ସାକ୍ଷାତକାରରେ କମ୍ପାନୀର ଜଣେ ପ୍ରବକ୍ତା କହିଥିଲେ କି, ଏହି ଇସ୍ତଫାରେ ଏହି ଘଟଣାର କୌଣସି ନେଣଦେଣ ନାହିଁ। ୨୦୨୦ରେ ବିଲ୍‌ ଗେଟ୍ସ ମାଇକ୍ରୋସଫ୍ଟ ବୋର୍ଡରୁ ଇସ୍ତଫା ଦେଇଥିଲେ। ଏହି ଦିନ ବିଲ୍‌ ଗେଟ୍ସଙ୍କ ବନ୍ଧୁ ତଥା ବିଶ୍ୱ ପ୍ରସିଦ୍ଧ ନିବେଶକ ଓ୍ବାରେ୍‌ ବଫେଟ୍‌ଙ୍କ ଦ୍ୱାରା ପରିଚାଳିତ ଓ୍ବାର୍କଶାୟର ହାଥଓ୍ବେ ବୋର୍ଡରୁ ମଧ୍ୟ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ବିଲ୍‌ ଗେଟ୍ସ କହିଛନ୍ତି, ସେ ଟେକ୍‌ ପରାମର୍ଶଦାତା ଭାବରେ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri