ମୁକୁଳିବେ ବିକିନି କିଲର୍‌

କାଠମାଣ୍ଡୁ,୨୨ା୧୨: ‘ଦି ସର୍ପେଣ୍ଟ’ ନାମରେ କୁଖ୍ୟାତ ଫ୍ରାନ୍ସର ସିରିଏଲ୍‌ କିଲର ଚାଲର୍‌ସ ଶୋଭରାଜ ଏବେ ପୁଣି ଚର୍ଚ୍ଚାରେ। ଏଥର କୌଣସି ଅପରାଧ ପାଇଁ ନୁହେଁ, ବରଂ ନେପାଳ ଜେଲରୁ ଦୀର୍ଘ ୧୯ ବର୍ଷ ପରେ ମୁକ୍ତିକୁ ନେଇ ଚାଲର୍‌ସ ଚର୍ଚ୍ଚିତ ହୋଇଛନ୍ତି। ନେପାଳର ସୁପ୍ରିମକୋର୍ଟ ଚାଲର୍‌ସଙ୍କୁ ମୁକ୍ତ କରିବା ପାଇଁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୁକ୍ତ ହେବାର ୧୫ ଦିନ ମଧ୍ୟରେ ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ରହିଛି।
ନେଇ ସଶସ୍ତ୍ର ଡକାୟତି ଭଳି ଅପରାଧ ଯୋଗୁ ଶୋଭରାଜ ଅନେକ ଥର ଗିରଫ ହୋଇ ଜେଲ ଯାଇଛନ୍ତି। କିନ୍ତୁ ସେ ସବୁବେଳେ ମୁକୁଳିଯାଆନ୍ତି କିମ୍ବା ଖସିଯିବାରେ ସମର୍ଥ ହୁଅନ୍ତି। ଯେମିତି କି ଥରେ ସେ ଅସୁସ୍ଥ ଥିବା ବାହାନା କରି ହସ୍ପିଟାଲର ଜଣେ ଗାର୍ଡଙ୍କୁ ଡ୍ରଗ୍ସ ଦେଇଥିଲେ ଏବଂ ଫେରାର ହୋଇଯାଇଥିଲେ। କିନ୍ତୁ ୧୯୭୬ରେ ଶୋଭରାଜଙ୍କ ଅପରାଧ ତାଙ୍କ ସହ ଧରାପଡ଼ିବା ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀର ଏକ ହୋଟେଲ ଲବିରେ ୩୦ ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କୁ ବିଷ ଦେବା ଅଭିଯୋଗରେ ଚାଲର୍‌ସ ଶୋଭରାଜଙ୍କ ସହ ତାଙ୍କର ଦୁଇ ସହଯୋଗୀ ଲେକ୍ଲର୍କ, ସ୍ମିଥ୍‌ ଓ ଏଥର୍‌ ଧରାପଡ଼ିଥିଲେ। ପୋଲିସ ଜେରାବେଳେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ ଫ୍ରାନ୍ସର ଟୁରିଷ୍ଟ ଜିନ୍‌ଲୁକ୍‌ ସୋଲୋମୋନ ଶୋଭରାଜଙ୍କ ବିଷରେ ପ୍ରାଣ ହରାଇଥିଲେ। ଶୋଭରାଜଙ୍କୁ ତିହାର ଜେଲରେ ୧୧ରୁ ୧୨ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଥିଲା।

ସେ ବ୍ଲାକ୍‌ମେଲ, ଲାଞ୍ଚ ଆଦିର ସହାୟତା ନେଇ ଜେଲ ଭିତରେ ଅନେକ ସୁବିଧା ହାସଲ କରିଥିଲେ। ଟିଭି, ଭଲ ଖାଦ୍ୟ, ଟାଇପ୍‌ ରାଇଟର ଏବଂ ଏପରି କି ଡ୍ରଗ୍ସ ମଧ୍ୟ ପାଇପାରିଥିଲେ। ଚାଲର୍‌ସ ଦୁଇଜଣ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ଅଭିଯୋଗରେ ୨୦୦୩ରୁ ନେପାଳର ଜେଲରେ ବନ୍ଦୀ ଅଛନ୍ତି। ବୟସ ଓ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ମୁକ୍ତ କରିବା ପାଇଁ ନେପାଳ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜେଲରୁ ତାଙ୍କୁ ଅପ୍ରବାସନ ଅଫିସକୁ ପଠାଇଦିଆଯିବ। ଯଥାଶୀଘ୍ର ସମ୍ଭବ ତାଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଚାଲର୍‌ସଙ୍କ ଓକିଲ ଲୋକ ଭକ୍ତ ରାଣା ସୂଚନା ଦେଇଛନ୍ତି।

ବର୍ଷୀୟ ଚାଲର୍‌ସ ଶୋଭରାଜଙ୍କ ବାପା ଜଣେ ଭାରତୀୟ ଓ ମା’ ଭିଏଟ୍‌ନାମ ନାଗରିକ ଥିଲେ। ବିକିନି କିଲର୍‌ ନାମରେ ପରିଚିତ ଏହି ଚାଲାକ ଚତୁର ଅପରାଧୀ ୧୯୭୫ରେ ଫେକ୍‌ ପାସ୍‌ପୋର୍ଟ ବ୍ୟବହାର କରି ନେପାଳକୁ ପ୍ରବେଶ କରିଥିଲେ। ସେଠାରେ ସେ ଦୁଇଜଣଙ୍କୁ ହତ୍ୟା କରିଥିଲେ। ହତ୍ୟାର ଶିକାର ହୋଇଥିଲେ ଆମେରିକୀୟ କୋନ୍ନିଏ ବୋରୋଞ୍ଜିକ୍‌(୨୯) ଏବଂ ତାଙ୍କ କାନାଡୀୟ ଗର୍ଲଫ୍ରେଣ୍ଡ୍‌ ଲରେଣ୍ଟ କେରି(୨୬)। ୨୦୦୩ ସେପ୍ଟେମ୍ବର ୧ରେ ଚାଲର୍‌ସଙ୍କୁ ନେପାଳର ଏକ କ୍ୟାସିନୋ ବାହାରେ ଦେଖିବାକୁ ମିଳିଥିଲା। ଏକ ଖବରକାଗଜରେ ଚାଲର୍‌ସଙ୍କ ଫଟୋ ପ୍ରକାଶ ପାଇବା ପରେ ପୋଲିସ ତାଙ୍କୁ ଗିରଫ କରି ଜେଲକୁ ପଠାଇଦେଇଥିଲା। କାଣ୍ଡମାଣ୍ଡୁ ଜେଲରେ ଚାଲର୍‌ସ ୨୧ ବର୍ଷ ଦଣ୍ଡାଦେଶ ଭୋଗିସାରିଲେଣି।

ଫିଲ୍ମ ପରଦାରେ ଶୋଭରାଜ

ଚାଲର୍‌ସ ଶୋଭରାଜ ଯୌବନ ସମୟରେ ଭିଆଇଥିବା କାରନାମାକୁ ନେଇ ଗତବର୍ଷ ନେଟ୍‌ଫ୍ଲିକ୍ସରେ ‘ଦି ସର୍ପେଣ୍ଟ’ ଆସିଥିଲା। ଏଥିରେ ଫ୍ରାନ୍ସ ବଂଶୋଦ୍ଭବ ଆଲଜେରିଆ ଅଭିନେତା ତହର ରହିମ୍‌ ଶୋଭରାଜଙ୍କ ଭୂମିକା ନିଭାଇଥିଲେ। ୮ ଏପିସୋଡ୍‌ ବିଶିଷ୍ଟ ଏହି ସିରିଜରେ ଶୋଭରାଜଙ୍କୁ ଜଣେ ନିର୍ଦ୍ଦୟ ହତ୍ୟାକାରୀ ରୂପେ ଦର୍ଶାଯାଇଛି। ୧୯୭୦ ଦଶକରେ ପ୍ୟାରିସର ସବୁଠୁ ଘୃଣ୍ୟ ଅପରାଧକୁ ପରଦାକୁ ଏଥିରେ ପ୍ରଦର୍ଶିତ କରାଯାଇଥିଲା। ପାର୍ଟନର ମେରି ଆଣ୍ଡ୍ରି ଲେକ୍ଲକ୍‌ଙ୍କ ସହ ମିଶି ସେ ଅନେକ ଲୋକଙ୍କୁ ଡ୍ରଗ୍ସ ଦେଇ ଲୁଟିଛନ୍ତି। କେତେକ ମାମଲାରେ ସେ ଆହୁରି ଆଗକୁ ବଢ଼ି ହତ୍ୟା ମଧ୍ୟ କରିଛନ୍ତିି। ତାଙ୍କର ଏଭଳି ଅପରାଧ କାରଣରୁ ଶୋଭରାଜଙ୍କୁ ତିନୋଟି ନିକ୍‌ନେମ ମିଳିଛି: ଦି ବିକିନି କିଲର, ଦି ସ୍ପ୍ଲିଟିଂ କିଲର ଓ ଦି ସର୍ପେଣ୍ଟ। ଏହା ପୂର୍ବରୁ ୨୦୧୫ରେ ଶୋଭରାଜଙ୍କ ଜୀବନୀ ଆଧାରିତ ‘ମୈ ଔର ଚାଲର୍‌ସ’ ଶୀର୍ଷକ ସିନେମା ଆସିଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରଣଦୀପ ହୁଡା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri