ମୁକୁଳିବେ ବିକିନି କିଲର୍‌

କାଠମାଣ୍ଡୁ,୨୨ା୧୨: ‘ଦି ସର୍ପେଣ୍ଟ’ ନାମରେ କୁଖ୍ୟାତ ଫ୍ରାନ୍ସର ସିରିଏଲ୍‌ କିଲର ଚାଲର୍‌ସ ଶୋଭରାଜ ଏବେ ପୁଣି ଚର୍ଚ୍ଚାରେ। ଏଥର କୌଣସି ଅପରାଧ ପାଇଁ ନୁହେଁ, ବରଂ ନେପାଳ ଜେଲରୁ ଦୀର୍ଘ ୧୯ ବର୍ଷ ପରେ ମୁକ୍ତିକୁ ନେଇ ଚାଲର୍‌ସ ଚର୍ଚ୍ଚିତ ହୋଇଛନ୍ତି। ନେପାଳର ସୁପ୍ରିମକୋର୍ଟ ଚାଲର୍‌ସଙ୍କୁ ମୁକ୍ତ କରିବା ପାଇଁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୁକ୍ତ ହେବାର ୧୫ ଦିନ ମଧ୍ୟରେ ତାଙ୍କୁ ପ୍ରତ୍ୟର୍ପଣ କରିବାକୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ରହିଛି।
ନେଇ ସଶସ୍ତ୍ର ଡକାୟତି ଭଳି ଅପରାଧ ଯୋଗୁ ଶୋଭରାଜ ଅନେକ ଥର ଗିରଫ ହୋଇ ଜେଲ ଯାଇଛନ୍ତି। କିନ୍ତୁ ସେ ସବୁବେଳେ ମୁକୁଳିଯାଆନ୍ତି କିମ୍ବା ଖସିଯିବାରେ ସମର୍ଥ ହୁଅନ୍ତି। ଯେମିତି କି ଥରେ ସେ ଅସୁସ୍ଥ ଥିବା ବାହାନା କରି ହସ୍ପିଟାଲର ଜଣେ ଗାର୍ଡଙ୍କୁ ଡ୍ରଗ୍ସ ଦେଇଥିଲେ ଏବଂ ଫେରାର ହୋଇଯାଇଥିଲେ। କିନ୍ତୁ ୧୯୭୬ରେ ଶୋଭରାଜଙ୍କ ଅପରାଧ ତାଙ୍କ ସହ ଧରାପଡ଼ିବା ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀର ଏକ ହୋଟେଲ ଲବିରେ ୩୦ ଇଞ୍ଜିନିୟରିଂ ଛାତ୍ରୀଛାତ୍ରଙ୍କୁ ବିଷ ଦେବା ଅଭିଯୋଗରେ ଚାଲର୍‌ସ ଶୋଭରାଜଙ୍କ ସହ ତାଙ୍କର ଦୁଇ ସହଯୋଗୀ ଲେକ୍ଲର୍କ, ସ୍ମିଥ୍‌ ଓ ଏଥର୍‌ ଧରାପଡ଼ିଥିଲେ। ପୋଲିସ ଜେରାବେଳେ ଏହା ମଧ୍ୟ ସାମ୍ନାକୁ ଆସିଥିଲା ଯେ ଫ୍ରାନ୍ସର ଟୁରିଷ୍ଟ ଜିନ୍‌ଲୁକ୍‌ ସୋଲୋମୋନ ଶୋଭରାଜଙ୍କ ବିଷରେ ପ୍ରାଣ ହରାଇଥିଲେ। ଶୋଭରାଜଙ୍କୁ ତିହାର ଜେଲରେ ୧୧ରୁ ୧୨ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଥିଲା।

ସେ ବ୍ଲାକ୍‌ମେଲ, ଲାଞ୍ଚ ଆଦିର ସହାୟତା ନେଇ ଜେଲ ଭିତରେ ଅନେକ ସୁବିଧା ହାସଲ କରିଥିଲେ। ଟିଭି, ଭଲ ଖାଦ୍ୟ, ଟାଇପ୍‌ ରାଇଟର ଏବଂ ଏପରି କି ଡ୍ରଗ୍ସ ମଧ୍ୟ ପାଇପାରିଥିଲେ। ଚାଲର୍‌ସ ଦୁଇଜଣ ଆମେରିକୀୟ ପର୍ଯ୍ୟଟକଙ୍କୁ ହତ୍ୟା ଅଭିଯୋଗରେ ୨୦୦୩ରୁ ନେପାଳର ଜେଲରେ ବନ୍ଦୀ ଅଛନ୍ତି। ବୟସ ଓ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କୁ ମୁକ୍ତ କରିବା ପାଇଁ ନେପାଳ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜେଲରୁ ତାଙ୍କୁ ଅପ୍ରବାସନ ଅଫିସକୁ ପଠାଇଦିଆଯିବ। ଯଥାଶୀଘ୍ର ସମ୍ଭବ ତାଙ୍କ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଚାଲର୍‌ସଙ୍କ ଓକିଲ ଲୋକ ଭକ୍ତ ରାଣା ସୂଚନା ଦେଇଛନ୍ତି।

ବର୍ଷୀୟ ଚାଲର୍‌ସ ଶୋଭରାଜଙ୍କ ବାପା ଜଣେ ଭାରତୀୟ ଓ ମା’ ଭିଏଟ୍‌ନାମ ନାଗରିକ ଥିଲେ। ବିକିନି କିଲର୍‌ ନାମରେ ପରିଚିତ ଏହି ଚାଲାକ ଚତୁର ଅପରାଧୀ ୧୯୭୫ରେ ଫେକ୍‌ ପାସ୍‌ପୋର୍ଟ ବ୍ୟବହାର କରି ନେପାଳକୁ ପ୍ରବେଶ କରିଥିଲେ। ସେଠାରେ ସେ ଦୁଇଜଣଙ୍କୁ ହତ୍ୟା କରିଥିଲେ। ହତ୍ୟାର ଶିକାର ହୋଇଥିଲେ ଆମେରିକୀୟ କୋନ୍ନିଏ ବୋରୋଞ୍ଜିକ୍‌(୨୯) ଏବଂ ତାଙ୍କ କାନାଡୀୟ ଗର୍ଲଫ୍ରେଣ୍ଡ୍‌ ଲରେଣ୍ଟ କେରି(୨୬)। ୨୦୦୩ ସେପ୍ଟେମ୍ବର ୧ରେ ଚାଲର୍‌ସଙ୍କୁ ନେପାଳର ଏକ କ୍ୟାସିନୋ ବାହାରେ ଦେଖିବାକୁ ମିଳିଥିଲା। ଏକ ଖବରକାଗଜରେ ଚାଲର୍‌ସଙ୍କ ଫଟୋ ପ୍ରକାଶ ପାଇବା ପରେ ପୋଲିସ ତାଙ୍କୁ ଗିରଫ କରି ଜେଲକୁ ପଠାଇଦେଇଥିଲା। କାଣ୍ଡମାଣ୍ଡୁ ଜେଲରେ ଚାଲର୍‌ସ ୨୧ ବର୍ଷ ଦଣ୍ଡାଦେଶ ଭୋଗିସାରିଲେଣି।

ଫିଲ୍ମ ପରଦାରେ ଶୋଭରାଜ

ଚାଲର୍‌ସ ଶୋଭରାଜ ଯୌବନ ସମୟରେ ଭିଆଇଥିବା କାରନାମାକୁ ନେଇ ଗତବର୍ଷ ନେଟ୍‌ଫ୍ଲିକ୍ସରେ ‘ଦି ସର୍ପେଣ୍ଟ’ ଆସିଥିଲା। ଏଥିରେ ଫ୍ରାନ୍ସ ବଂଶୋଦ୍ଭବ ଆଲଜେରିଆ ଅଭିନେତା ତହର ରହିମ୍‌ ଶୋଭରାଜଙ୍କ ଭୂମିକା ନିଭାଇଥିଲେ। ୮ ଏପିସୋଡ୍‌ ବିଶିଷ୍ଟ ଏହି ସିରିଜରେ ଶୋଭରାଜଙ୍କୁ ଜଣେ ନିର୍ଦ୍ଦୟ ହତ୍ୟାକାରୀ ରୂପେ ଦର୍ଶାଯାଇଛି। ୧୯୭୦ ଦଶକରେ ପ୍ୟାରିସର ସବୁଠୁ ଘୃଣ୍ୟ ଅପରାଧକୁ ପରଦାକୁ ଏଥିରେ ପ୍ରଦର୍ଶିତ କରାଯାଇଥିଲା। ପାର୍ଟନର ମେରି ଆଣ୍ଡ୍ରି ଲେକ୍ଲକ୍‌ଙ୍କ ସହ ମିଶି ସେ ଅନେକ ଲୋକଙ୍କୁ ଡ୍ରଗ୍ସ ଦେଇ ଲୁଟିଛନ୍ତି। କେତେକ ମାମଲାରେ ସେ ଆହୁରି ଆଗକୁ ବଢ଼ି ହତ୍ୟା ମଧ୍ୟ କରିଛନ୍ତିି। ତାଙ୍କର ଏଭଳି ଅପରାଧ କାରଣରୁ ଶୋଭରାଜଙ୍କୁ ତିନୋଟି ନିକ୍‌ନେମ ମିଳିଛି: ଦି ବିକିନି କିଲର, ଦି ସ୍ପ୍ଲିଟିଂ କିଲର ଓ ଦି ସର୍ପେଣ୍ଟ। ଏହା ପୂର୍ବରୁ ୨୦୧୫ରେ ଶୋଭରାଜଙ୍କ ଜୀବନୀ ଆଧାରିତ ‘ମୈ ଔର ଚାଲର୍‌ସ’ ଶୀର୍ଷକ ସିନେମା ଆସିଥିଲା। ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରଣଦୀପ ହୁଡା।


Enter your email to get our daily news in your inbox.

All Right Reserved By Dharitri.Com

‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ବାଦ୍‌ ପଡ଼ିଥିବା ୬ ଲକ୍ଷ ଯୋଗ୍ୟଙ୍କୁ ମିଳିବ ଭତ୍ତା, ଆଉ କାହାକୁ… 

ଭୁବନେଶ୍ୱର,୨୦।୨: ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ଉପସ୍ଥାପନ କରାଯାଉଛି ବଜେଟ। ଏଥିରେ ‘ମଧୁବାବୁ ପେନସନ୍‌ ଯୋଜନା’କୁ ନେଇ…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶିତ ପରେ ଗଛରୁ କଣ୍ଟା କାଢୁଛି ବନ ବିଭାଗ

ଦାରିଙ୍ଗବାଡି, ୨୦।୨(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥ କଡ଼ ସମେତ ବିଭିନ୍ନ ଗାଁ ଛକ ଓ ରାସ୍ତାକଡ଼ରେ…

ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ…

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri