ମୋହନା,୫।୧୧(ମନ୍ମଥ ମିଶ୍ର)ଗାଁରେ ପଶି ବାଇକ୍ ଚୋରି କରୁଥିଲେ, ଉଠିପଡିଲେ ଧରିଲେ ଗାଁ ଲୋକେ। ତିନି ଜଣ ଚୋରଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ଏଭଳି ଘଟଣା ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାରିଆବନ୍ଧ ଗାଁରେ ଦେଖିବାକୁ ମିଳିଛି । ଏହି ଗାଁରେ ସୋମବାର ରାତିରେ ତିନିଜଣ ଯୁବକ ଏକ ବାଇକ୍ (ଓଡି ଠ୭ଏଜି-ଠ୨୬୯ )କୁ ଚୋରି କରୁଥିଲେ। ଏହି ସମୟରେ ବାଇକ ମାଲିକ ଉଷାୟ ଶବରଙ୍କ ନିଦ ଭାଙ୍ଗି ଯାଇଥିଲା । ନିଜ ବାଇକକୁ କେହି ନେଇଯାଉଥିବା ଦେଖି ପାଟି କରି ଗାଁ ଲୋକଙ୍କୁ ଡାକିଥିଲେ। ପରେ ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ୩ ଚୋରଙ୍କୁ ଧରିବାରେ ସଫଳ ହୋଇଥିଲେ l ପରେ ମୋହନା ପୋଲିସ ଖବରପାଇ ବାରିଆବନ୍ଧରେ ପହଞ୍ଚତ୍ଥିଲା। ଗ୍ରାମବାସୀ ସମ୍ପୃକ୍ତ ୩ ଜଣଙ୍କୁ ପୋଲିସ ଜିମା ଦେଇଥିଲେ। ସେମାନଙ୍କଠାରୁ ବାଇକ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ତାମିଲନାଡୁର ଟୁଟିକୋରିନ ଗ୍ରାମର ଗନ୍ଧି ନାଥନ (୨୧) ଅନ୍ୟ ଜଣେ କୁଲାଥର ଗ୍ରାମର ପି.ମାଥାମ ( ୨୨) ଏବଂ ଆଉ ଜଣେ କେରଳ ମାଲାପୁରର ପି.ଅଜିତ ( ୨୯)। ଗିରଫ ପରେ ସମସ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ମୋହନା ଥାନା ଅଧିକାରୀ ବସନ୍ତ ସେଠୀ କହିଛନ୍ତି।


