ଖଜୁରିପଡ଼ା, ୧୦ା୩ ( ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଧୀନ ବାଉଁଶୁଣି ପୋଲରେ ମଙ୍ଗଳବାର ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୁରୁତର ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଲାଇନ୍ପଡ଼ା ହାଟପଦା ସାହିର ଅମିତ୍ ନାୟକ, ସୀମାଞ୍ଚଳ ନାୟକ ଏବଂ ଝଗଡ଼ପଟା ଗ୍ରାମର ପ୍ରମୋଦ ବେହେରା।
୩ଜଣ ଏକ ବାଇକ୍ (ଓଡ଼ି ୧୨ ଡି ୦୧୯୯)ରେ ଖଜୁରିପଡ଼ାରୁ ଲାଇନପଡା ଯାଉଥିବା ବେଳେ ବାଉଁଶୁଣି ପୋଲରେ ଭାରସାମ୍ୟ ହରାଇ ଅଟୋ ପଛରେ ପିଟି ହୋଇଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଖଜୁରିପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ।

