ନୂଆପଡ଼ା, ୨୯ା୧ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଉଦ୍ୟାନବନ୍ଧ ନିକଟ ଖଇରଭାଡି ଛକ ଜାତୀୟ ରାଜପଥ ଉପରେ ବୁଧବାର ସାଇକେଲକୁ ଧକ୍କା ଦେଇ ଏକ ବାଇକ୍ ଜଳିଯାଇଛି। ସେଥିରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବାରଣ୍ଡାପାଟ ଗାଁର ବାଇକ୍ ଆରୋହୀ ମନସୂଦନ ମାଝୀ (୪୦), ତପନ ରାଉତ (୪୫) ଓ ସାଇକେଲ ଆରୋହୀ ଯୁଜିଷ୍ଠିର ରାଉତ (୩୫)। ସୂଚନା ଅନୁଯାୟୀ, ଅପରାହ୍ନ ଗୋଟାଏ ସମୟରେ ଦୁଇ ବାଇକ୍ ଆରୋହୀ ଉଦ୍ୟାନବନ୍ଧ ପଟୁ ଜଡାମୁଣ୍ଡା ପଟେ ଯାଉଥିଲେ। ସେହି ସମୟରେ ସାଇକେଲକୁ ଧକ୍କା ଦେଇ ବାଇକ୍ ଜଳି ଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ବାଇକ ଜଳି ଯାଇଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି କୋମନା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ଯୁଜିଷ୍ଠିର ଓ ତପନ ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରି ଯାଇଥିବା ବେଳେ ମନସୂଦନ ଗୁରୁତର ଥିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କୋମନା ପୋଲିସ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି।
Dharitri – Odisha’s No.1 Odia Daily

