ବାଇକ ସ୍କୁଟି ମୁହାଁମୁହିଁ ଧକ୍କା

ଭଞ୍ଜନଗର,୧୦।୭(ଡି.ଏନ୍‌.ଏ.): ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାରେ ଶୁକ୍ରବାର ରାତିରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏଥିରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଅଭିଷେକ ଗୌଡ଼ ଓ ଆଲୋକ ସ୍ବାଇଁ। ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଏଥିସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇ ଏକ ମାମଲା ରୁଜୁ କରିଛି।