ଟ୍ରକ୍‌ ଚକ ତଳେ ପଡ଼ିଗଲେ ବାଇକ୍‌ ଆରୋହୀ

ଫୁଲନଖରା,୩।୭:(ଡି.ଏନ୍‌.ଏ.): କଟକ ସଦର ଥାନା ଅଧୀନ ଫୁଲନଖରା ନିଆଳି ରାସ୍ତା କୁରାଙ୍ଗ ଶାସନ ନିକଟରେ ରବିବାର ଏକ ସଡ଼କ ଦୁର୍ଘଣାରେ ଜଣେ ବାଇକ୍‌ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଓଲଟପୁର ଥାନା ଅନ୍ତର୍ଗତ କଅଁରପୁର ଗ୍ରାମର ମାନସ ମହାପାତ୍ର।

ମାନସ ଏକ କାମରେ କଟକ ଆସି ବାଇକ୍‌ (ନଂ.ଓଡି ୦୨ଏଫ-୬୨୧୪): ଯୋଗେ ଘରକୁ ଫେରୁଥିଲେ। ସେତିକିବେଳେ ନିଆଳିରୁ କଟକ ଯାଉଥିବା ଏକ ଟ୍ରକ (ନଂ:ଡବ୍ଲ୍ୟୁବି୩୩ ସି-୫୬୨୫)କୁରାଙ୍ଗ ଶାସନଠାରେ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ମାନସ ଚକ ତଳେ ପଡିଯିବାରୁ ଡାହାଣ ଗୋଡ଼ ଓ ହାତ ଭାଙ୍ଗି ଯାଇଛି। ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ମାନସଙ୍କୁ କଟକ ବଡ଼ ମେଡିକାଲ ପଠାଇଛି। ଏପରିକି ପୋଲିସ ଟ୍ରକ ଓ ବାଇକ୍‌କୁ ଜବତ କରି ତଦନ୍ତ ଚଳାଇଛି।