ଟିପ୍ପର ଧକ୍କାରେ ବାଇକ୍‌ ଆରେହୀ ମୃତ

କେନ୍ଦୁଝର,୧୬ା୧୨(ସ୍ବ.ପ୍ର.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ପ୍ରାଧିକରଣ ପଦ୍ମପୁର ଓଡିଶା ଗ୍ରାମବ୍ୟାଙ୍କ ସମ୍ମୁଖ ଓଭର ବ୍ରିଜ୍‌ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ୬ ଚକିଆ ଟିପ୍ପର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍‌ ଆରେହୀଙ୍କ ମୃତ୍ୟୁ ହୋଇଛି। ତେବେ ମୃତକ ବାଇକ୍‌ ଆରୋହୀଙ୍କ ପରିଚୟ ମିଳିପାରିନାହିଁ।
ସୂଚନା ଅନୁସାରେ, ଟିପ୍ପଟ ପଦ୍ମପୁର ପଟୁ ଝୁମ୍ପୁରା ଅଭିମୁଖେ ଯାଉଥିବା ବେଳେ ବାଇକ୍‌ ଆରୋହୀଙ୍କ ଧକ୍କା ଦେଇଥିଲା। ଏଥିରେବାଇକ୍‌ ଆରେହୀଙ୍କ ମୃତ୍ୟୁ ହୋଇଛି। ସଦର ଥାନା ପୋଲିସ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡି ଓ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଦୁର୍ଘଟଣା ଘଟାଇଥିବା ଟିପ୍ପର ରାଇସୁଆ ଅଞ୍ଚଳର ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ପ୍ରକାଶ ପାଇଛି। ଚାଳକ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ଲୋକେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଥିବା ଜଣାପଡିଛି।