ଟ୍ରକ୍‌କୁ ଧକ୍କା ଦେଇ ପୁଣି ପିକ୍‌ଅପ୍‌ରେ ପିଟିହେଲେ ବାଇକ୍‌ ଚାଳକ, ଚାଲିଗଲା ଜୀବନ

ବାଲିଗୁଡ଼ା,୨୦ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗଦ୍ରଙ୍ଗିଆ ନିକଟ ୫୯ ନଂ ଜାତୀୟ ରାଜପଥରେ ଶନିବାର ଟ୍ରକ୍‌ ସହ ଏକ ମୋଟରସାଇକେଲ ପିଟି ହେବାରୁ ମୋଟରସାଇକେଲ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ତୁମୁଡ଼ିବନ୍ଧ ଥାନା ଝରିଆପଦା ଅଞ୍ଚଳର ମଞ୍ଜ ପ୍ରଧାନୀ ବୋଲି ଜଣାପଡ଼ିଛି।ଖବରପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ସମ୍ପୃକ୍ତ ଟ୍ରକ୍‌ ଓ ଚାଳକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ମୃତକ ଜଣକ ବାଲିଗୁଡ଼ା ପଟୁ ତୁମୁଡ଼ିବନ୍ଧ ଅଭିମୁଖେ ମୋଟରସାଇକେଲ ଯୋଗେ ଯାଉଥିବା ବେଳେ ଆଗରେ ଯାଉଥିବା ଏକ ଟ୍ରକ୍‌କୁ ଧକ୍କା ଦେବା ପରେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍‌ ସହ ଧକ୍କା ହୋଇ ଗୁରୁତର ହୋଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକ ପୋଲିସକୁ ସୂଚନା ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ମୋଟରସାଇକେଲ ଚାଳକଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କ ‘ମାଷ୍ଟରପ୍ଲାନ୍‌’! ବିନା ଡିଲ୍‌, ବିନା ଟୋଲ୍‌ରେ ହର୍ମୁଜରୁ ବାହାରିଲା ଭାରତୀୟ ଜାହାଜ; ସାରା ବିଶ୍ୱ ଚକିତ

ନୂଆଦିଲ୍ଲୀ,୨୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ମାର୍ଗ ‘ହର୍ମୁଜ ପ୍ରଣାଳୀ’ (Strait of Hormuz) ଏବେ…

ଥୁଆମୂଳରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳରାମପୁର, ୨୦ା୩ (ଦୁର୍ଗା ଦୁର୍ଗା): କଳାହାଣ୍ଡି ଜିଲା  ଥୁଆମୂଳରାମପୁର ବ୍ଲକ ଅଞ୍ଚଳରେ ଗତ ମଙ୍ଗଳବାରଠାରୁ ଜାରି ରହିଥିବା ପ୍ରଳୟଙ୍କରୀ କାଳବୈଶାଖୀ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଦେଇଛି। ତୁହାକୁ…

ଜମିପଟ୍ଟା ପ୍ରଦାନ ଦାବିରେ ତହସିଲ କାର୍ଯ୍ୟାଳୟ ଘେରାଉ: ବିକ୍ଷୋଭ

ମୋହନା,୨୦ା୩(ମନ୍ମଥ ମିଶ୍ର): ବିଭିନ୍ନ ଦାବି ନେଇ ଶୁକ୍ରବାର ଅଲ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ମୋହନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହାଇସ୍କୁଲ ଛକରୁ ମୁଖ୍ୟ ବଜାର…

ଆଇପିଏଲ୍‌ ୨୦୨୬: ଚାମିରା, ନିସାଙ୍କା, କାମିନ୍ଦୁ ମେଣ୍ଡିସଙ୍କୁ ମିଳିଲା ଏନ୍‌ଓସି

କଲମ୍ବୋ, ୨୦ା୩: ଆଇପିଏଲ୍‌-୨୦୨୬ରେ ଅଂଶଗ୍ରହଣ କରିବା ପାଇଁ ଶ୍ରୀଲଙ୍କା କ୍ରିକେଟ(ଏସ୍‌ଏଲ୍‌ସି) ଶୁକ୍ରବାର ଦୁଷ୍ମନ୍ତ ଚାମିରା, ପାଥୁମ ନିସାଙ୍କା ଓ କାମିନ୍ଦୁ ମେଣ୍ଡିସଙ୍କୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନ୍‌ଓସି)…

ଠାକୁର ମଦନ ମୋହନଙ୍କ ଜାଗା ଜବର ଦଖଲ: ଦୁଇବର୍ଷ ପରେ ଆସିଲା ରାୟ

ଗଞ୍ଜାମ,୨୦ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ବ୍ରାହ୍ମଣ ଢମଣା ସାହିରେ ପୂୂଜା ପାଉଥିବା ଶ୍ରୀମଦନ ମୋହନଙ୍କ ବଡ଼ବଜାରଠାରେ ଥିବା ଜାଗାକୁ ଦୀର୍ଘବର୍ଷ ହେଲା ଏକ ପରିବାର ଜବରଦଖଲ କରି…

ମହିଳା ବିଶ୍ୱକପ୍‌ ପାଇଁ ଫିଫାର ଆସିଲା ନୂଆ ନିୟମ, ଜାଣନ୍ତୁ…

ଜୁରିଚ୍‌,୨୦ା୩: ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ‘ଫିଫା’ର ଏକ ନୂଆ ନିୟମ ଅନୁମୋଦନ ଲାଭ କରିଛି। ଏଣିକି ମହିଳା ବିଶ୍ୱକପ୍‌ ଓ ଅନ୍ୟ ଟୁର୍ନାମେଣ୍ଟଗୁଡ଼ିକରେ ମହିଳା ଫୁଟ୍‌ବଲ…

ତୃତୀୟ ଟି୨୦ ଜିତିଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ,୨୦ା୩: ଶୁକ୍ରବାର ଖେଳାଯାଇଥିବା ତୃତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଟମ୍‌ ଲଥାମ(୬୩)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଏବଂ…

ରୁଷିଆରେ ଡିଜିଟାଲ୍‌ ଷ୍ଟ୍ରାଇକ୍‌: ଡ୍ରୋନ୍‌ ମାଡ଼ ଭୟରେ ଇଣ୍ଟରନେଟ୍‌ ସେବା ବନ୍ଦ, ପୁଟିନଙ୍କୁ ଘାରିଛି ଅଜଣା ଭୟ?

ନୂଆଦିଲ୍ଲୀ,୨୦।୩: ବର୍ତ୍ତମାନ ସାରା ବିଶ୍ୱ ଏକ ଅସ୍ଥିର ପରିସ୍ଥିତି ଦେଇ ଗତି କରୁଛି। ଗୋଟିଏ ପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଅନ୍ୟପଟେ ଇରାନ, ଇସ୍ରାଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri