ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ଗୋଷାଣୀ ବ୍ଲକ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କତଳକଇଠା ଗ୍ରାମ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ବୁଧବାର ଜଣେ ବାଇକ୍ଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିରେ ବସିଥିବା ଅନ୍ୟ ଦୁଇ ଆରୋହୀ ଆହତ ହୋଇଥିବାର ଜଣାପଡ଼ିଛି।
ଘଟଣାରୁ ପ୍ରକାଶ ଯେ, ଆଜି ଅପରାହ୍ନ ସମୟରେ ପାରଳାଖେମୁଣ୍ଡି ସହରର ସଞ୍ଜୟ ଗାନ୍ଧୀ କଲୋନୀର ପି ଭେଙ୍କଟ ରାବଣା (୪୦) ନାମକ ଜଣେ ଟ୍ରକ ଚାଳକ ଟ୍ରକଟିକୁ କତଳକଇଠା ଗ୍ରାମରେ ଥିବା ମାଲିକଙ୍କ ନିକଟରେ ରଖି ବାଇକ ଯୋଗେ ଦୁଇଜଣଙ୍କୁ ବସାଇ ପାରଳାଖେମୁଣ୍ଡି ଫେରୁଥିଲେ। ହେଲେ କତଳକଇଠା ଗ୍ରାମ ଅତିକ୍ରମ କରିବା ପରେ ଏକ ବୁଲାଣିଆ ସ୍ଥସାନରେ ବିପରୀତ ଦିଗରୁ ଆସୁଥିବା ଟ୍ରକକୁ ସାଇଡ୍ ଦେବାକୁ ଯାଇ ଭାରସାମ୍ୟ ହରାଇ ରାସ୍ତାପାଶର୍ବରେ ଥିବା ଏକ ଗଛ ସହ ଧକ୍କା ହୋଇଥିଲା। ଫଳରେ ଭେଙ୍କଟ ରାବଣା ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତେବେ ବାଇକ୍ରେ ବସିଥିବା ଅନ୍ୟ ଦୁଇ ଜଣ ଆହତ ହୋଇଥିବାର ଜଣାପଡ଼ିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠଯାଇଛି।

