କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ ମେଡିକାଲଠାରୁ କିଛି ଦୂରରେ ଥିବା ରାସ୍ତା କଡ ତାର ବାଡ଼ରେ ପିଟିହୋଇ ଯାଇଥିଲା। ଫଳରେ ବାଇକ୍ରେ ଥିବା ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି।
ଆହତ ଯୁବକ ଦ୍ୱୟ ହେଲେ କୋରାଇ ଥାନା ପୂର୍ୱକୋଟ ଅଞ୍ଚଳର ଆକାଶ ପ୍ରଧାନ ଏବଂ ଜଗନ୍ନାଥ ଦାସ। ଆକାଶଙ୍କ ଶରୀରରୁ ଡାହାଣ ହାତଟି ଅଲଗା ହୋଇଯାଇଥିବା ବେଳେ ଡାହାଣ ଗୋଡ଼ଟି ଭାଙ୍ଗିଯାଇଛି। ସେହିପରି ଜଗନ୍ନାଥଙ୍କ ଅବସ୍ଥା ଗୁରୁତର ରହିଛି।
ସ୍ଥାନୀୟ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି ତୁରନ୍ତ ଯାଜପୁର ରୋଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ୧୦୮ ଆମ୍ୱୁଲାନ୍ସ ଯୋଗେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କୋରାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।

