ଭୁଶୁଡ଼ିଲା ବିଜୁସେତୁ ସଂଯୋଗୀକରଣ ରାସ୍ତା

ଡେରାବିଶ, ୬୯ (ବେବର୍ତ୍ତା ଅଜୟ ଦାସ): ଡେରାବିଶ ବ୍ଲକ ଅନ୍ତର୍ଗତ ବେଲାରପୁର ହଳଦିଆ ରାସ୍ତା ଚାଟରାଚକଡା ପଞ୍ଚାୟତ ଅଧୀନ ଫକିରାବାଦ ଗ୍ରାମ ଦେଇ ବହି ଯାଇଥିବା ୧୯ ନଂ. ଡ୍ରେନେଜ କଟ୍‌ ଉପରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ବ୍ରାହ୍ମଣୀ ତୁଠ ନିକଟରେ ବିଜୁ ସେତୁ ନିର୍ମିତ ହୋଇଥିଲା। ଏହି ସେତୁ ନିର୍ମାଣ କାର୍ଯ୍ୟ ଓ ସଂଯୋଗୀକରଣ ରାସ୍ତାର ନିର୍ମାଣ ପାଇଁ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି କାର୍ଯ୍ୟ ପାଇଁ କୌଣସି ସୂଚନା ଫଳକ ବିଭାଗ ପକ୍ଷରୁ ସେଠାରେ ନ ଥିବାରୁ ଏହି କାର୍ଯ୍ୟ କେତେ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ସେ ବିଷୟରେ ସାଧାରଣ ଲୋକଙ୍କ ନିକଟରେ କୌଣସି ସୂଚନା ନାହିଁ। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିଲେ କୌଣସି ଉତ୍ତର ଦେଉନାହାନ୍ତି। ପୂର୍ବତନ ସରପଞ୍ଚ କ୍ଷୀରୋଦ କୁମାର ନାୟକ କହିଛନ୍ତି, ଏହି ସେତୁ କାର୍ଯ୍ୟ ଆରମ୍ଭରୁ ଯନ୍ତ୍ରୀ ଓ ଠିକାଦାରଙ୍କ ମରେ ମଧୁଚନ୍ଦ୍ରିକାରେ ଅତି ନିମ୍ନମାନର କାର୍ଯ୍ୟ କରାଯାଇଛି। ଏ ବିଷୟରେ ଅଞ୍ଚଳବାସୀ ବିଭିନ୍ନ ସମୟରେ ପ୍ରଶାସନ ଓ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରି ଆସିଥିଲେ। ମାତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଯୋଗୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନ ଥିଲା ା ତେବେ ଠିକାଦାର ନିଜ ମନମାନିରେ ସେତୁ କାର୍ଯ୍ୟ ନିର୍ମାଣ କରିବା ସହ ବର୍ଷା ଦିନରେ ତରବରିଆ ଭାବେ ନିମ୍ନମାନର ମାଟି ପକାଇ ସେତୁର ଉଭୟ ପଟକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ କାମ କରିଥିଲେ। ବିଭାଗୀୟ ଯନ୍ତ୍ରୀ ଏହାର ଗୁଣବତ୍ତା ପରୀକ୍ଷା କରି ନ ଥିଲେ। ସଂଯୋଗୀକରଣ ରାସ୍ତାକୁ ତରବରିଆ ଭାବେ ପିଚୁ କରାଯାଇଥିଲା। ଏପରି ତରବରିଆ ଓ ନିମ୍ନମାନର କାମକୁ ସ୍ଥାନୀୟ ଗ୍ରାମବାସୀ ଓ ଉକ୍ତ ରାସ୍ତାରେ ଯାତାୟାତ ପାଇଁ ନିର୍ଭର କରୁଥିବା ଅଞ୍ଚଳବାସୀ ବିରୋଧ କରିଥିଲେ ସୁଦ୍ଧା ଠିକାଦାର ଏଥିପ୍ରତି ଭ୍ରୂକ୍ଷେପ କରି ନ ଥିବା ନାୟକ କହିଛନ୍ତି। ବର୍ଷା ପାଣିରେ ଏହି ସେତୁର ଉଭୟପଟ ସଂଯୋଗୀକରଣ ରାସ୍ତାରେ ଫାଟ ସୃଷ୍ଟି ହୋଇଥିଲା। ଏପରି କି ରାସ୍ତାର ଉଭୟପାର୍ଶ୍ୱରେ ହୋଇଥିବା ନିମ୍ନମାନର ପଥର ପ୍ୟାକିଂ ଅନେକ ସ୍ଥାନରେ ଫାଟି ଯାଇ ପଥର ବାହାରକୁ ବାହାରି ପଡ଼ିଛି। ରସ୍ତାର ଉଭୟପାର୍ଶ୍ୱରେ ଲାଗିଥିବା ଛୋଟ ଛୋଟ ଖମ୍ବଗୁଡ଼ିକ ତଳକୁ ଶୋଇଯାଇଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଠିକାଦାର ଓ ବିଭାଗ ନାମକୁ ମାତ୍ର ବିଭିନ୍ନ ଫାଟ ସ୍ଥାନରେ କ୍ରଶର ଗୁଣ୍ଡ ପକାଇ ଘଟଣାକୁ ଚପାଇବାକୁ ଉଦ୍ୟମ କରିଥିଲେ। ହେଲେ ବର୍ତ୍ତମାନ ସମୟରେ ଚାଲିଥିବା ଲଗାଣ ବର୍ଷା ଯୋଗୁ ଉକ୍ତ ବିଜୁସେତୁ ସଂଯୋଗୀକରଣ ରାସ୍ତା ଭୁଶୁଡି ପଡିଛି। ଉଭୟ ପଟ ସଂଯୋଗୀକରଣ ରାସ୍ତାର ଅନେକ ସ୍ଥାନ ଦବି ଯିବା ସହିତ ଫାଟିଯାଇଛି ବୋଲି ଚାଟରାଚକଡା ପଞ୍ଚାୟତ ସମିତି ସଭ୍ୟ ନିରଞ୍ଜନ କର କହିଛନ୍ତି। ସେହିପରି ପୋଲ ଢଳେଇକୁ ଲାଗିଥିବା ସ୍ଥାନର ମାଟି ବର୍ଷାରେ ଧୋଇ ଯାଇଛି। ଫଳରେ ସଂଯୋଗୀକରଣ ରାସ୍ତାଟି ବିପଦ ସଙ୍କୁଳ ଅବସ୍ଥାକୁ ଆସିଯାଇଛି। ଏହି ରାସ୍ତାରେ ଯାତାୟାତ ପାଇଁ ସାଧାରଣ ଲୋକ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ତେବେ ଉକ୍ତ ପୋଲ ଓ ରାସ୍ତା ସମସ୍ୟାର ତାଳିପକା ସମାଧାନ ବା ଏହି ଘଟଣାକୁ ଲୁଚାଇବା ପାଇଁ ଠିକାଦାରଙ୍କ ପକ୍ଷରୁ ଉକ୍ତ ସ୍ଥାନରେ ଗୋଡି, ବାଲି, ମେଟାଲ ଓ କ୍ରଶର ଗୁଣ୍ଡ ପକାଯାଇ ରାତିଅଧିଆ କାମ କରାଯାଉଥିବା ନେଇ ସମିତିସଭ୍ୟ କର କହିଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମନରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ରାଜେଶ ପ୍ରଧାନଙ୍କୁ ପଚାରିବାରୁ ଏହି ବିଷୟରେ ସେ ଅବଗତ ଅଛନ୍ତି। ବର୍ଷା ଛାଡିବା ପରେ ସେତୁକୁ ସଂଯୋଗ କରିଥିବା ଉଭୟ ପାର୍ଶ୍ୱର ରାସ୍ତାକୁ ନିର୍ମାଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

ପରଭେଶ ବର୍ମାଙ୍କ ବଡ଼ ଘୋଷଣା: ପାଣି ଟାଙ୍କି ସଫା କରିବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ,୨୭।୩: ଦିଲ୍ଲୀରେ ଜଳ ସଙ୍କଟ ସମସ୍ୟାରେ ସମାଧାନ ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀ ଜଳ ମନ୍ତ୍ରୀ ପ୍ରବେଶ ବର୍ମା ଶୁକ୍ରବାର ଘୋଷଣା କରି…

ମୁନିସିପେଣ୍ଠ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ଆନ୍ଧ୍ରର ୩୦ ବିଡ଼ିଓ

ଛତ୍ରପୁର,୨୭।୩(ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆନ୍ଧ୍ରପ୍ରଦେଶ ରାଜ୍ୟରୁ ୩୦ ଜଣିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପରିଦର୍ଶନ କରିଛନ୍ତି। ଉପସ୍ଥିତ ଥିବା ଅତିଥିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri