ଫିକା ପଡ଼ିବ ପିକ୍‌ନିକ

ଭଞ୍ଜନଗର,୧୮।୧୨(ଡି.ଏନ.ଏ): ବର୍ତ୍ତମାନ ଲୋକେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଭୋଜିଭାତର ମଜା ନେଉଛନ୍ତି। ହେଲେ ଆଗକୁ କରୋନା ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ କଟକଣା କରାଯାଇଛି।

ଡିସେମ୍ବର ୩୧ ଏବଂ ଜାନୁୟାରୀ ୧ତାରିଖରେ ଜିଲାରେ ଉତ୍ସବ, ସଭାସମିତି ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏପରିକି ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭଞ୍ଜନଗର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଡିସେମ୍ବର ୨୫ରୁ ଜାନୁୟାରୀ ୧୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟରେ ପାର୍କର ମରାମତି କାର୍ଯ୍ୟ କରାଯିବ। ଫଳରେ ଭଞ୍ଜନଗର ଆସୁଥିବା ପର୍ଯ୍ୟଟକମାନେ ପାର୍କର ମଜା ଉଠାଇ ପାରିବେ ନାହିଁ ।