ବିଜୁ ମେମୋରିଆଲ ହସ୍ପିଟାଲ: ୧୦ ପଦବୀରୁ ୮ ଖାଲି

ପାରାଦୀପ,୨୭।୬(ଶରତ ରାଉତ): ପାରାଦୀପ ଶିଳ୍ପାଞ୍ଚଳର ଏକମାତ୍ର ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିଜୁ ମେମୋରିଆଲ ହସ୍ପିଟାଲରେ ଏବେ ଡାକ୍ତର ଅଭାବ। ସମୁଦାୟ ୧୦ ଡାକ୍ତର ପଦବୀ ମଧ୍ୟରୁ ୮ଟି ଖାଲି ପଡ଼ିଛି। ଏଭଳି ସମୟରେ ଜଗତ୍‌ସିଂହପୁର ଜିଲା ପାଇଁ ଚଳିତ ସପ୍ତାହରେ ୨୧ ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦିଅଯାଇଛି। କିନ୍ତୁ ପାରାଦୀପ ସିଏଚସି ପାଇଁ ଆଦୌ ନୂଆ ଡାକ୍ତର ନାହାଁନ୍ତି। ଏନେଇ ଆରକେଏସ୍‌ (ରୋଗୀ କଲ୍ୟାଣ ସମିତି) ସଦସ୍ୟଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି। ଆରକେଏସ୍‌ ସଦସ୍ୟ ତଥା ଆଇନଜୀବୀ ସୁରେଶ ଦାସ କୁହନ୍ତି, ପାରାଦୀପ ବିଜୁ ମେମୋରିଆଲ ହସ୍ପିଟାଲ ଉପରେ ୧୫ଟି ବୃହତ୍ତ ଶିଳ୍ପରେ କାମ କରୁଥିବା ଶ୍ରମିକ, କର୍ମଚାରୀ, ପୌରାଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ସମେତ ସ୍ଥାନୀୟ ପଞ୍ଚାୟତ ନୂଆଗଡ, ପାରାଦୀପଗଡ, ଭୂତମୁଣ୍ଡାଇ, କୋଠୀ ଆଦି ଅଞ୍ଚଳର ଲୋକ ନିର୍ଭରଶୀଳ। ଏହାଛଡ଼ା ପ୍ରତିଦିନ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଖରିନାସୀ, ହୁକିଟୋଲା ଅଞ୍ଚଳରୁ ମଧ୍ୟ ଲୋକମାନେ ଏହି ହସ୍ପିଟାଲ ଆସିଥାନ୍ତି। ଏଠାକାର ବହିର୍ବିଭାଗକୁ ଦୈନିକ ୪୦୦ ରୁ ୫୦୦ ରୋଗୀ ଆସୁଛନ୍ତି। ଏତେ ସଂଖ୍ୟକ ରୋଗୀଙ୍କ ପାଇଁ ମାତ୍ର ୨ ଜଣ ଡାକ୍ତର ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସିଏମ୍‌ଓ ଚାର୍ଜରେ ଥିବାରୁ ଅଧିକାଂଶ ସମୟ ସରକାରୀ କାମରେ ବାହାରେ ରହୁଛନ୍ତି। ଆଉ ଜଣେ ଡାକ୍ତର ରାତି ଦିନ ଡ୍ୟୁଟି କରିବା ସମ୍ଭବ ହେଉନାହିଁ। ଏପରିସ୍ଥଳେ ପାରାଦୀପରେ ଖାଲିଥିବା ଡାକ୍ତରୀ ପଦବୀ ମଧ୍ୟରୁ ୨ରୁ ୩ଟି ପୂରଣ ହେବ ବୋଲି ଆମେ ଆଶାବାଦୀ ଥିଲୁ। କିନ୍ତୁ ୨୧ ଜଣଙ୍କ ମଧ୍ୟରେ ଜଣେ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦିଆ ନ ଯିବା ଚିନ୍ତାର କାରଣ ପାଲଟିଛି। ସେହିପରି ଆଦର୍ଶପ୍ରୟାସ ସ୍ବେଚ୍ଛାସେବୀ ସଙ୍ଗଠନ ସଭାପତି ଦେବକଲ୍ୟାଣ ମହାପାତ୍ର କୁହନ୍ତି, ବିଜୁ ମେମୋରିଆଲ ହସ୍ପିଟାଲରେ ଜରୁରିକାଳୀନ ଡାକ୍ତର ନିଯୁକ୍ତି ପାଇଁ ପୂର୍ବରୁ ଅନେକ ଥର ଲିଖିତଭାବେ ଅଭିଯୋଗ କରାଯାଇଛି। ୩ ବିଶେଷଜ୍ଞ ଡାକ୍ତର ସମେତ ୪ ଏମବିବିଏସ୍‌ ଡାକ୍ତରଙ୍କ ଏହି ହସ୍ପିଟାଲରେ ଆବଶ୍ୟକ। ଏଠାରେ ସ୍ତ୍ରୀ ଓ ପ୍ରସୂତ ସମେତ ମେଡିଶିନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମଧ୍ୟ ଡାକ୍ତର ପଦବୀ ଖାଲି ପଡ଼ିଛି। ଏଭଳିସ୍ଥଳେ ବିଜୁ ମେମୋରିଆଲ ହସ୍ପିଟାଲକୁ ଅଣଦେଖା କରାଯାଇଛି। ତୁରନ୍ତ ଏଠାରେ ଡାକ୍ତର ପଦବୀ ପୂରଣ ନ ହେଲେ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି। ସେହିପରି ନିଯୁକ୍ତି ପ୍ରସଙ୍ଗକୁ ନେଇ ହସ୍ପିଟାଲରେ କାର୍ଯ୍ୟରତ ୨ ଡାକ୍ତର ମଧ୍ୟ ନିରାଶବ୍ୟକ୍ତ କରିଛନ୍ତି। ପାରାଦୀପ ହସ୍ପିଟାଲ ପାଇଁ ନୂଆ ଡାକ୍ତର ନିଯୁକ୍ତି ନ ଦିଆଯିବା ପ୍ରସଙ୍ଗରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କ୍ଷେତ୍ରବାସୀ କୁହନ୍ତି, ଯେଉଁ ୨୧ ଜଣ ଡାକ୍ତର ନିଯୁକ୍ତି ପାଇଛନ୍ତି ସେମାନେ କେବଳ ଆମ ହସ୍ପିଟାଲ ପାଇଁ। କୌଣସି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପାଇଁ ନୁହେଁ। ଗାଇଡଲାଇନ୍‌ ଆଧାରରେ ନୂଆ ଡାକ୍ତରଙ୍କୁ ଥଇଥାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri