ଦିଗପହଣ୍ଡି,୫|୫(ଅଶେଷ ନାଥ ମିଶ୍ର) ବିଜୁ ଜନତାଦଳ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟ ଦଳୀୟ ସଙ୍ଗଠନ ର ପୁନର୍ବିନ୍ୟାସ କରିବା ସହ ବିପ୍ଳବ ପାତ୍ର ଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରିଛନ୍ତି। ବିପ୍ଳବଙ୍କ ନୂତନ ନିଯୁକ୍ତି ପରେ ବିଜେଡ଼ି ଦିଗପହଣ୍ଡି ବ୍ଲକ କମିଟି ସଭାପତି କେ.ତାରକେଶ୍ୱର ଦୋରା ଏବଂ ନଗର କମିଟି ସଭାପତି ତାରାପ୍ରସାଦ ପଟ୍ଟନାୟକ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ରାଜ୍ୟସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ବିପ୍ଳବ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଖବର ପ୍ରଚାରିତ ହେବା ପରେ ଦିଗପହଣ୍ଡି ଅଞ୍ଚଳର ଦଳୀୟ କର୍ମୀ ଉଲ୍ଲସିତ ହେବା ସହ ତାଙ୍କୁ ବିଭିନ୍ନ ମହଲରୁ ଶୁଭେତ୍ସାର ସୁଅ ଛୁଟୁଛି। ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର ଙ୍କ ପୁତ୍ର ବିପ୍ଳବ ପୂର୍ବରୁ ବିଜେଡ଼ି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।ଗତ ୨୦୨୪ ବିଧାନସଭା ନିର୍ବାଚନରେ ବିପ୍ଳବ ଦିଗପହଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀ ରୁ ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ।ବିପ୍ଳବ ଜଣେ ସୁସଙ୍ଗଠକ ଭାବେ ଗଞ୍ଜାମ ଜିଲା ରେ ବେଶ୍ ପରିଚିତି ହାସଲ କରିଛନ୍ତି । ଦଳୀୟ ପଦବୀରେ ନୂତନ ନିଯୁକ୍ତି ପରେ ସେ ରାଜ୍ୟସଭାପତି ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ସମେତ ସମଗ୍ର ଜିଲା ରେ ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମ କୁ ସେ ଯୋରଦାର କରିବା ସହ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମାନଙ୍କ ବିଜୟ ପାଇଁ ଉଦ୍ୟମ କରିବେ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି।