ବିଜୁ ବାବୁଙ୍କ ତିରୋଧାନ ଦିବସ: ତିଳତର୍ପଣ କଲେ ଛତ୍ରପୁର ବିଧାୟକ

ଛତ୍ରପୁର,୧୭।୪(ଡି.ଏନ୍‌.ଏ.): ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ଏହି ଅବସରରେ ଗଞ୍ଜାମ ଜିଲା ଛତ୍ରପୁର ବିଜେଡି ପକ୍ଷରୁ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଲାଇନ ବନ୍ଧରେ ତିଳତର୍ପଣ, ଗୌରୀଶଙ୍କର ମନ୍ଦିରଠାରେ ଦୀପ ଦାନ କରାଯାଇଥିଲା। ଛତ୍ରପୁର ଏନ୍‌ଏସି ବିଜେଡି ସଭାପତି ବି ରାଜୁ ବାବୁଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ।