Posted inଜାତୀୟ

ବିହାରର ଚା’ ବିକାଳି ସାଇବର ଠକେଇର ମାଷ୍ଟରମାଇଣ୍ଡ: ରେଡ୍‌ ବେଳେ ୧.୦୫ କୋଟି ଟଙ୍କା, ସୁନା ଜବତ

ନୂଆଦିଲ୍ଲୀ,୨୦।୧୦: ବିହାରର ଗୋପାଳଗଞ୍ଜ ଜିଲାରେ ପୋଲିସ ଏକ ବଡ଼ ଧରଣର ସାଇବର ଠକେଇ ରାକେଟର ପର୍ଦ୍ଦାଫାସ୍ କରିଛି। ପୋଲିସ ଜଣେ ପୂର୍ବତନ ଚା’ ବିକାଳିଙ୍କ ଘରେ ଚଢ଼ାଉ କରି ୧ କୋଟି ୫ ଲକ୍ଷରୁ ଅଧିକ ଟଙ୍କା, ବହୁ ପରିମାଣର ସୁନା ଓ ରୂପା ଗହଣା ଜବତ କରିଛି। ଏହି ମାମଲାରେ ପୋଲିସ ଦୁଇ ଭାଇଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଅକ୍ଟୋବର ୧୭ (ଶୁକ୍ରବାର) ବିଳମ୍ବିତ ରାତିରେ ଅମୈଠି ଖୁର୍ଦ ଗାଁରେ ପୋଲିସ ଚଢ଼ାଉ କରିଥିଲା। ସେଠାରୁ ୧,୦୫,୪୯,୮୫୦ ଟଙ୍କା ନଗଦ, ୩୪୪ ଗ୍ରାମ୍ ସୁନା, ୧.୭୫ କେଜି ରୂପା ସହିତ ସାଇବର ଠକେଇରେ ବ୍ୟବହୃତ ହେଉଥିବା ୮୫ଟି ଏଟିଏମ କାର୍ଡ, ୭୫ଟି ପାସବୁକ, ୨୮ଟି ଚେକ୍ ବୁକ୍, ଲ୍ୟାପଟପ୍, ମୋବାଇଲ ଫୋନ୍ ଓ ଗୋଟିଏ ଦାମୀ କାର୍ ମଧ୍ୟ ଜବତ ହୋଇଛି।

ସାଇବର ଡିଏସପି ଅବନ୍ତିକା ଦିଲୀପ କୁମାରଙ୍କ କହିବାନୁଯାୟୀ, ମୁଖ୍ୟ ଅଭିଯୁକ୍ତ ଅଭିଷେକ କୁମାର ପୂର୍ବରୁ ଏକ ଛୋଟ ଚା’ ଦୋକାନ ଚଳାଉଥିଲେ। ପରେ ସେ ସାଇବର ଠକେଇରେ ଯୋଗ ଦେଇ ଦୁବାଇ ଚାଲିଯାଇଥିଲେ ଏବଂ ସେଠାରୁ ଠକେଇ କାର୍ଯ୍ୟର ମାଷ୍ଟରମାଇଣ୍ଡ ସାଜିଥିଲେ। ତାଙ୍କ ଭାଇ ଆଦିତ୍ୟ କୁମାର ଭାରତରେ ଟଙ୍କା ନେଣଦେଣ ଓ ଅନ୍ୟାନ୍ୟ କାର୍ଯ୍ୟ ସମ୍ଭାଳୁଥିଲେ।

ପୋଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ଏହି ଗ୍ୟାଙ୍ଗ ଠକେଇ ଟଙ୍କାକୁ ଅନେକ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବା ପରେ ତାହାକୁ ନଗଦ ଟଙ୍କାରେ ପରିଣତ କରୁଥିଲେ। ଅଧିକାଂଶ ପାସବୁକ୍ ବେଙ୍ଗାଲୁରୁରୁ ଜାରି ହୋଇଥିବାରୁ ଏହି ରାକେଟ୍ ଅନ୍ୟ ରାଜ୍ୟରେ ମଧ୍ୟ ବ୍ୟାପିଥିବା ସନ୍ଦେହ କରାଯାଉଛି। ଘଟଣାରେ ଆୟକର ବିଭାଗ ଓ ଏଟିଏସ୍ ଟିମ୍ ମଧ୍ୟ ଯାଞ୍ଚରେ ସାମିଲ ହୋଇଛନ୍ତି। ଗିରଫ ଦୁଇ ଭାଇଙ୍କୁ ଦୁଇ ଦିନ ହେବ ପଚରାଉଚରା କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱସ୍ତରୀୟ ଭିତ୍ତିଭୂମି ମିଳିଲେ କ’ଣ ହେବ, ଯଦି ଲୋକଙ୍କ ପାଖରେ ନାହିଁ ସାଧାରଣ ଜ୍ଞାନ

କୋଲକାତା/ଗୁୱାହାଟୀ,୨୦।୧: ଦେଶର ପ୍ରଥମ ହାଇଟେକ୍ ‘ବନ୍ଦେ ଭାରତ ସ୍ଲିପର’ ଏକ୍ସପ୍ରେସ୍‌ର ପରିଚାଳନା ଆରମ୍ଭ ହେବା ପୂର୍ବରୁ ଏହାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶନିବାର...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ଶେୟାର ବଜାରରେ ହାହାକାର: ୧୦୦୦ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକଙ୍କ ୭.୬୭ ଲକ୍ଷ କୋଟି ଟଙ୍କା ସ୍ଵାହା

ମୁମ୍ବାଇ,୨୦।୧: ସପ୍ତାହର ଦ୍ଵିତୀୟ କାର୍ଯ୍ୟ ଦିବସରେ ଭାରତୀୟ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଆଇଟି, ଅଟୋମୋବାଇଲ୍ ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ଓଡ଼ିଶା ନାଁ ନେଇ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ମୋଦି: ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାଜପାର ନୂଆ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ବିଶ୍ୱର ସର୍ବବୃହତ ରାଜନୈତିକ ଦଳର...

ନୀତିନ ନବୀନ କହିଲେ ରାଜନୀତି ଲଙ୍ଗ ମାରାଥନ, ଏଠି ସ୍ପିଡ ନୁହେଁ ଷ୍ଟାମିନାର ଟେଷ୍ଟ ହୋଇଥାଏ

ନୂଆଦିଲ୍ଲୀ,୨୦।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ପ୍ରଥମ ଥର ପାଇଁ ଦଳୀୟ କର୍ମୀ ଏବଂ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ସେ କହିଥିଲେ...

ଭାରତୀୟ ରେଳବାଇର ନୂଆ ନିୟମ, ଟ୍ରେନରେ ଅଧିକ ଘିଅ ନେଇ ଯାତ୍ରା କଲେ ଜେଲ୍…

ନୂଆଦିଲ୍ଲୀ,୨୦।୧: ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇର ଅନେକ ନିୟମ ରହିଛି । କିଛି ନିୟମ ବିଷୟରେ ଅବଗତ ହେବା ଉଚିତ, କାରଣ ଏକ ଛୋଟ ଭୁଲ...

ନୀତିନ ନବୀନ ମୋ ବସ୍‌, ମୁଁ ଜଣେ….ଭାବପ୍ରବଣ କରିଦେଲେ ମୋଦି

ନୂଆଦିଲ୍ଲୀ,୨୦।୧: ନୀତିନ ନବୀନ ମଙ୍ଗଳବାର ଆନୁଷ୍ଠାନିକ ଭାବରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ଗ୍ରହଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ଭାଜପା ଏପରି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri