Posted inଜାତୀୟ

ଏମ୍‌ଏଲ୍‌ସି ନିର୍ବାଚନ ଲଢ଼ିବେ ରାବ୍ରି, ପ୍ରାର୍ଥୀ ଘୋଷଣା କଲା ଆର୍‌ଜେଡି

ପାଟନା,୮।୩: ବିହାରରେ ମାର୍ଚ୍ଚ ୧୧ରେ ହେବାକୁ ଥିବା ବିଧାନ ପରିଷଦ(ଏମ୍‌ଏଲ୍‌ସି) ନିର୍ବାଚନ ଲାଗି ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରି ଦେବୀ ଏବଂ ପୂର୍ବତନ ମନ୍ତ୍ରୀ ଅବଦୁଲବରୀ ସିଦ୍ଧିକିଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ତାଲିକାର ଅନ୍ୟମାନଙ୍କ ମଧ୍ୟରେ ଡା. ଉର୍ମିଳା ଠାକୁର, ଶଶି ଯାଦବ(ସିପିଆଇ-ଏମ୍‌ଏଲ୍‌) ଏବଂ ଫୈଶଲ ଅଲି ପ୍ରମୁଖ ଅଛନ୍ତି।

ଏମଏଲ୍‌ସି ନିର୍ବାଚନର ନାମାଙ୍କନ ଲାଗି ମାର୍ଚ୍ଚ ୧୧ ହେଉଛି ଶେଷ ତାରିଖ। ବିଧାନ ପରିଷଦରେ ଗୋଟିଏ ଆସନ ଜିତିବା ଲାଗି ବିଧାନସଭାର ୨୧ଜଣ ସଦସ୍ୟଙ୍କ ଭୋଟ ଆବଶ୍ୟକ। ଏମିତିରେ ସଂଖ୍ୟାବଳ ଅନୁଯାୟୀ ଏନ୍‌ଡିଏ ୬ ଆସନରେ ଜିତୁଥିବା ଜଣାପଡ଼ିଛି। ମେଣ୍ଟର ୫ ପ୍ରାର୍ଥୀ ଜିତିବାର ସମ୍ଭାବନା ରହିଛି।

କହିରଖୁଛୁ, ବିହାର ବିଧାନସଭା ସଦସ୍ୟମାନେ ୨୧ ମାର୍ଚ୍ଚରେ ଭୋଟ ଦେବେ। କିନ୍ତୁ ଭୋଟ ଗଣନା ୨୩ ମାର୍ଚ୍ଚ ସୁଦ୍ଧା ଶେଷ ହେବ। ତେବେ ବିଧାନ ପରିଷଦରେ ଗୋଟିଏ ଆସନ ଜିତିବା ପାଇଁ ବିଧାନସଭାର ୨୧ ଜଣ ସଦସ୍ୟଙ୍କ ସମର୍ଥନ ଏବଂ ଭୋଟ ଆବଶ୍ୟକ। ବିହାର ବିଧାନସଭାରେ ବିଧାୟକଙ୍କ ସଂଖ୍ୟା ଅନୁଯାୟୀ ଏନଡିଏ ପ୍ରାର୍ଥୀମାନେ ୬ଟି ସିଟ ଏବଂ ପାଞ୍ଚଟି ଆସନରେ ମେଣ୍ଟ ପ୍ରାର୍ଥୀ ଜିତିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

ଶୀଘ୍ର କରନ୍ତୁ ଏହି କାମ: ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ସରକାରଙ୍କ ଘୋଷଣା, ବାଧ୍ୟତାମୂଳକ ହେଲା…

ନୂଆଦିଲ୍ଲୀ,୧୭।୩: ସରକାର ସମସ୍ତ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା eKYCକୁ ବାଧ୍ୟତାମୂଳକ କରିଛନ୍ତି। ସବସିଡି ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା…

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ କାହିଁକି ଫାଇଟର ଜେଟ ବ୍ୟବହାର କରୁନାହିଁ ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ୍‌,୧୭।୩: ଏବେବି ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି, ଯାହା ଏହାର ୧୮ ତମ ଦିନ ପୂରଣ କରୁଛି। ‘ଅପରେଶନ ଏପିକ ଫ୍ୟୁରି’…

ବାଚସ୍ପତିଙ୍କୁ ଚିଠି ଲେଖିଲେ ରାମଚନ୍ଦ୍ର କାଡ଼ାମ, ୩ ବିଧାୟକଙ୍କ ସିଟ୍‌…

ଭୁବନେଶ୍ୱର,୧୭।୩: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ…

ଚନ୍ଦ୍ରଭାଗା କୂଳରୁ ମିଳିଲା ଡଲଫିନ୍‌ର ମୃତଦେହ: ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ମୃତ୍ୟୁ ସନ୍ଦେହ

କୋଣାର୍କ,୧୭।୩: ପୁରୀ ଜିଲା ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମଙ୍ଗଳବାର ଏକ ଡଲଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ଡଲଫିନ୍‌ର ମୃତ୍ୟୁ ଘଟିିଥିବା ସନ୍ଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri