Posted inଜାତୀୟ

ବିଭୀଷଣ ପାଲଟିଯିବେ ମୋଦିଙ୍କ ‘ହନୁମାନ’: ଅମିତ ଶାହାଙ୍କୁ ଭେଟିବା ପରେ ଏମିତି କିଛି କହିଦେଲେ ଚିରାଗ ପାସୱାନ

ନୂଆଦିଲ୍ଲୀ,୩୧।୮: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ନୀତୀଶ କୁମାର ବିହାରରେ ଭାଜପାକୁ ଫେରିବା ପରଠାରୁ ଏହି ରାଜ୍ୟରେ ଏନଡିଏରେ ଫାଟ ସୃଷ୍ଟି ନେଇ ଚର୍ଚ୍ଚା ହେଉଛି। ଗତ କିଛି ମାସ ମଧ୍ୟରେ ଏଭଳି ଆଲୋଚନା ଚାଲିଛି ଯେ, ମୋଦିଜୀଙ୍କ ହନୁମାନ କୁହାଯାଉଥିବା ଚିରାଗ ପାସୱାନ ନିଜକୁ ଭାଜପାଠାରୁ ନିଜକୁ ଦୂରେଇ ରଖିବାକୁ ପ୍ରସ୍ତୁତ ହେଉଛନ୍ତି। ତେବେ ପ୍ରତ୍ୟେକ ଥର ଚିରାଗ ଏହାକୁ ଗୁଜବ ବୋଲି କହିଛନ୍ତି। ପୁଣି ଥରେ ସେ ଏପରି କିଛି କହିଛନ୍ତି ଯାହା ଏହି ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛି।
ଶୁକ୍ରବାର ଚିରାଗ ପାସୱାନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅମିତ ଶାହାଙ୍କୁ ଭେଟିଥିଲେ। ଏହି ବୈଠକ ପରେ ଚିରାଗ ପାସୱାନ କହିଛନ୍ତି, ସେ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଅଲଗା ଭାବନ୍ତି ନାହିଁ। ତାଙ୍କ ଦଳ ଏନଡିଏ ସହ ଜଡିତ ଏବଂ ଯଦି ଏନଡିଏ ଚାହୁଁଛି ତେବେ ସେ ଆଗାମୀ ବିହାର ବିଧାନସଭା ନିର୍ବାଚନରେ ଏନଡିଏର ସହଯୋଗୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଅଛି। ନିକଟରେ ଅମିତ ଶାହାଙ୍କ ସହ ଦାଦା ପଶୁପତି କୁମାର ପରାସଙ୍କ ସାକ୍ଷାତକୁ ମଧ୍ୟ ସେ ହାଲୁକା ଭାବେ ଗ୍ରହଣ କରିଥିଲେ ଏବଂ ଏହାକୁ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ।
ଚିରାଗ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ମୋର ଭଲ ପାଇବା ଅତୁଟ ରହିଛି। ଯେପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଅଛନ୍ତି, ମୁଁ ତାଙ୍କଠାରୁ ଅଲଗା ହୋଇପାରିବି ନାହିଁ। ତାଙ୍କ ମତ ସବୁବେଳେ ସରକାରଙ୍କ ନୀତି ପ୍ରତିଫଳିତ କରିଥାଏ।
ଗୁଜବ ଉପରେ ଜବାବ ଦେଇ ପାସୱାନ କହିଛନ୍ତି, କିଛି ଲୋକ ତାଙ୍କ ଏବଂ ଭାଜପା ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। କେବଳ ବିହାରରେ ନୁହେଁ ଜାତୀୟ ସ୍ତରରେ ଆମ ଦଳ ଭାଜପାର ଦୃଢ ସମର୍ଥକ ବୋଲି ସେ କହିଛନ୍ତି।
ଗତ କିଛି ମାସ ମଧ୍ୟରେ ଚିରାଗ ପାସୱାନ ସରକାରଙ୍କ ବିରୁଦ୍ଧରେ ଯାଇ ତିନୋଟି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ କେବଳ ସରକାରଙ୍କ ବିରୋଧରେ ଦେଖିବାକୁ ମିଳିଥିଲା। ସର୍ବପ୍ରଥମେ ସେ କୋଟା ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ବିରୋଧ କରିଥିଲେ। ଏହା ପରେ ସେ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ UPSC ନିଯୁକ୍ତିକୁ ବିରୋଧ କରିଥିଲେ। କୋଟା ସମ୍ପର୍କରେ ଦଳିତ ସଂଗଠନ ଆହ୍ବାନ କରିଥିବା ଭାରତ ବନ୍ଦକୁ ମଧ୍ୟ ସେ ସମର୍ଥନ କରିଥିଲେ। ଏହି ସବୁ କାରଣରୁ ସେ ଭାଜପାରୁ ଦୂରେଇ ଯାଇପାରନ୍ତି ବୋଲି ଆଲୋଚନା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri