ବ୍ୟାଣ୍ଡ୍‌ବାଜା ଧରି ଅପରାଧୀଙ୍କ ଘରେ ପହଞ୍ଚିଲା ପୋଲିସ, ଜାଣନ୍ତୁ କାହିଁକି

ପାଟନା, ୧୬।୭: ପୋଲିସ ବ୍ୟାଣ୍ଡବାଜା ଧରି ଅପରାଧୀଙ୍କ ଘରେ ପହଞ୍ଚିଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଘଟଣା ବିହାରର ଭାଗଲପୁରର ମାଡୱା ଜିଲାରେ ଘଟିଛି। ଭାଗଲପୁର ପୋଲିସ ବ୍ୟାଣ୍ଡବାଜା ଧରି ପଳାତକ ଅପରାଧୀଙ୍କ ଘରେ ପହଞ୍ଚି ତାଙ୍କୁ ଆତ୍ମସମର୍ପଣ କରିବାକୁ କହିଛି। ପରେ ଅପରାଧୀର ଘର ବାହାରେ କୋର୍ଟ ନୋଟିସ ଲଗାଇବା ସହ ଅପରାଧୀକୁ ଧରିବାରେ ସମ୍ପର୍କୀୟମାନଙ୍କୁ ସାହାଯ୍ୟ ମଧ୍ୟ ମାଗିଥିଲା ପୋଲିସ। ଅପରାଧୀମାନଙ୍କୁ ଧରିବା ପାଇଁ ବିହାର ପୋଲିସର ଏଭଳି ନିଆରା ପଦକ୍ଷେପକୁ ସୋସିଆଲ ପସନ୍ଦ ମଧ୍ୟ କରୁଛନ୍ତି। ପୋଲିସ ବ୍ୟାଣ୍ଡବାଜା ଧରି ଅପରାଧୀର କଲୋନୀରେ ପହଞ୍ଚିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୋଲିସ ପଓ୍ବନ କୁମାର କହିଛନ୍ତି, ‘ଅପରାଧୀର ପରିବାରକୁ ଏକ ଚେତାବନୀ ଦେଇଛୁ। ନିର୍ଦ୍ଦିିଷ୍ଟ ସମୟସୀମା ମଧ୍ୟରେ ଆତ୍ମସମର୍ପଣ ନକଲେ ଘରର କାଗଜପତ୍ର ଜବତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Share