Posted inଜାତୀୟ

ମଦ୍ୟପାନ କରୁଥିବା ଧରାପଡ଼ିଲେ ଘର ବାହାରେ ଲାଗିବ ପୋଷ୍ଟର; ଦେବାକୁ ପଡ଼ିବ ଜରିମାନା

ପାଟନା,୧।୧୦: ବିହାରରେ ନୀତୀଶ ସରକାର ଲୋକମାନଙ୍କୁ ମଦ୍ୟପାନରୁ ନିବୃତ୍ତ କରିବା ପାଇଁ ନୂଆ ଉପାୟ ଆପଣାଉଛନ୍ତି। ଏହି କ୍ରମରେ ନୀତୀଶ ସରକାର ଏବେ ନିଷ୍ପତ୍ତି ନେଇଛନ୍ତି ଯେ ଯଦି କେହି ପ୍ରଥମ ଥର ମଦ୍ୟପାନ କରୁଥିବା ଧରାଯାଏ, ତେବେ ତାଙ୍କ ଘର ବାହାରେ ଏକ ପୋଷ୍ଟର ଲଗାଯିବ। ଉକ୍ତ ପୋଷ୍ଟରରେ ସ୍ପଷ୍ଟ ଭାବେ ଲେଖାଯିବ ଯେ ବ୍ୟକ୍ତି ଜଣଙ୍କ ମଦ୍ୟପାନ କରିବାର ଅପରାଧ କରିଛନ୍ତି।
ଏପରି ପରିସ୍ଥିତିରେ ଯଦି କେହି ଘରେ ଲୁଚିକରି ମଦ୍ୟପାନ କରନ୍ତି ତେବେ ସେ ମଧ୍ୟ ବର୍ତ୍ତିବେ ନାହିଁ। ଧରାପଡ଼ିବା ପରେ ତାଙ୍କ ଘରେ ମଧ୍ୟ ପୋଷ୍ଟର ଲଗାଯିବ।

ପୂର୍ବରୁ ରାଜ୍ୟରେ ପ୍ରଚଳିତ ଆଇନ ଅନୁଯାୟୀ ଯଦି ବିହାରରେ ପ୍ରଥମ ଥର ପାଇଁ କେହି ମଦ୍ୟପାନ କରି ଧରାପଡିଥାନ୍ତି ତେବେ ତାଙ୍କୁ ଜରିମାନା କରାଯାଉଥିଲା। କିନ୍ତୁ ଏବେ ଏପରି କଲେ ଜରିମାନା ସହ ତାଙ୍କ ଘରେ ପୋଷ୍ଟର ମଧ୍ୟ ଲଗାଯିବ। ଯଦି ସେ ଦ୍ୱିତୀୟ ଥର ମଦ୍ୟପାନ କରି ଧରାପଡ଼ନ୍ତି ତେବେ ଏକ ବର୍ଷ ଜେଲଦଣ୍ଡ ନିଶ୍ଚିତ ହେବ ବୋଲି ପୋଷ୍ଟରରେ ଲେଖାଯିବ।

ତେବେ ପୋଷ୍ଟର ଲଗାଯିବାର ଉଦ୍ଦେଶ୍ୟ ହେଉଛି ଚେତାବନୀ ଦେବା। ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହିପରି ଲୋକଙ୍କୁ ଅନୁସନ୍ଧାନ କରିବେ ଏବଂ ସନ୍ଦେହ ହେଲେ ବ୍ରେଥ୍‌ ଆନାଲାଇଜର ଜରିଆରେ ଏହାର ଯାଞ୍ଚ କରିବେ। ପ୍ରଥମ ଥର ପାଇଁ ଧରାପଡ଼ିଲେ ଅଭିଯୁକ୍ତଙ୍କୁ ଶପଥପତ୍ର ଏବଂ ୩ରୁ ୫ ହଜାର ଟଙ୍କାର ଜରିମାନା ଦେବାପରେ ଛାଡ଼ି ଦେବାର ନିଷ୍ପତ୍ତି ନିଆଯାଇଛି। ଏପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ୫୦ ହଜାରରୁ ଅଧିକ ଲୋକ ଧରାପଡ଼ି ଜରିମାନା ଦେଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

ଏହି ଯୋଜନାରେ ଚାଷୀଙ୍କୁ ମିଳିବ ୩ ହଜାର ଟଙ୍କା ପେନସନ: କେବଳ କରିବାକୁ ପଡ଼ିବ ଏହି ଗୋଟିଏ କାମ

ନୂଆଦିଲ୍ଲୀ,୭।୪: ସାରା ଦେଶରେ ଚାଷୀମାନଙ୍କୁ ଆର୍ଥିକ ଭାବରେ ସଶକ୍ତ କରିବା ପାଇଁ, କେନ୍ଦ୍ର ଏବଂ ରାଜ୍ୟ ସରକାର ସେମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ବିଭିନ୍ନ…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri